<strong>ପିଏମ ମୋଦୀଙ୍କ ପାରୋଡି X ଆକାଉଣ୍ଟରେ ଅଶ୍ଵିନଙ୍କ ମଜାଦାର ଜବାବ, ଭାଇରାଲ୍ ହେଉଛି କମେଣ୍ଟ</strong>

Published By : Prameya-News7 Bureau | August 31, 2023 IST

ନୂଆଦିଲ୍ଲୀ: ଭାରତୀୟ ଦଳର ତାରକା ସ୍ପିନର ରବିଚନ୍ଦ୍ରନ ଅଶ୍ଵିନ ଏସିଆ କପ୍ ୨୦୨୩ ପାଇଁ ଭାରତୀୟ ଦଳରେ ସାମିଲ୍ ହୋଇ ନ ଥିଲେ ବି ଏମିତି ଲାଗୁଛି, ସେ ଏହି ଟୁର୍ଣ୍ଣାମେଣ୍ଟ ଉପରେ ଟିକିନିକି ନଜର ରଖୁଛନ୍ତି। ଏସିଆ କପ୍ ୨୦୨୩ର ପ୍ରଥମ ମ୍ୟାଚ୍ ପାକିସ୍ତାନ ଓ ନେପାଳ ମଧ୍ୟରେ ଖେଳା ଯାଇଛି। ମ୍ୟାଚରେ ପାକିସ୍ତାନ ଅଧିନାୟକ ବାବର ଆଜମ ୧୫୧ ରନର ସ୍ମରଣୀୟ ଇନିଂସ ଦଳ ବିଜୟରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି। ଆୟୋଜକ ପାକିସ୍ତାନ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚକୁ ୨୩୮ ରନରେ ଜିତି ନେଇଛି।

wp:heading {"level":4}

Also read- ଏସିଆ କପ୍‌ ୨୦୨୩ର ପ୍ରଥମ ୨ଟି ମ୍ୟାଚ୍ ଖେଳିବେନି ରାହୁଲ, ଦଳ ପ୍ରବନ୍ଧକଙ୍କୁ ଆକାଶଙ୍କ ୫ ପ୍ରଶ୍ନ

/wp:heading

ଏସିଆ କପର ଉଦଘାଟନୀ ମ୍ୟାଚ୍ ସମୟରେ ଆର ଅଶ୍ଵିନ ମ୍ୟାଚକୁ ନେଇ ଲଗାତାର ନିଜର ଏକ୍ସ ଆକାଉଣ୍ଟରେ ଟୁଇଟ୍ କରି ଚାଲିଥିଲେ। ଏହି ସମୟରେ ତାଙ୍କ ନାମ ନେଇ ପିଏମ ନରେନ୍ଦ୍ର ମୋଦୀଙ୍କ ଏକ ପାରୋଡି ଏକ୍ସ ଆକାଉଣ୍ଟରୁ ଏକ ଟୁଇଟ୍ କରାଯାଇଛି। ଆଉ ଏହା ଉପରେ ଅଶ୍ଵିନ ମଜଦାର ଜବାବ ଦେଇଛନ୍ତି।  ଯାହା ସଂପ୍ରତି ଖୁବ୍ ଭାଇରାଲ୍ ହେବାରେ ଲାଗିଛି।

wp:embed {"url":"https://twitter.com/ashwinravi99/status/1696829061203677240?s=20","type":"rich","providerNameSlug":"twitter","responsive":true}
https://twitter.com/ashwinravi99/status/1696829061203677240?s=20
/wp:embed

ନରେନ୍ଦ୍ର ମୋଦୀଙ୍କ ପାରୋଡି ଆକାଉଣ୍ଟରେ ଲେଖା ଯାଇଛି ଯେ, ନେପାଳକୁ ସମର୍ଥନ କରିବା ପାଇଁ ଧନ୍ୟବାଦ, ଅଶ୍ଵିନ ମୁଁ ବି ମ୍ୟାଚ୍ ଦେଖୁଛି। ଏହା ଉପରେ ଜବାବ ଦେଇ ଅଶ୍ଵିନ ଲେଖିଛନ୍ତି, ସାର ମୁଁ ପାକିସ୍ତାନ ବନାମ ନେପାଳ ମ୍ୟାଚକୁ ନେଇ ଆପଣଙ୍କୁ ଅପଡେଟ୍ କରି ଦେବି, ଆପଣ ନିଜର ମିଟିଂରେ ରୁହନ୍ତୁ।

ଅଶ୍ଵିନ ନେପାଳ ଓ ପାକିସ୍ତାନ ମ୍ୟାଚକୁ ନେଇ ଅନେକ ଟୁଇଟ୍ କରିଛନ୍ତି, ଯେଉଁଥିରେ ମହମ୍ମଦ ରିଜଓ୍ଵାନଙ୍କ ରନଆଉଟଠୁ ନେଇ ବାବର ଆଜମଙ୍କ ଶତକ ଯାଏ ସବୁ ଉଲ୍ଲେଖ କରିଛନ୍ତି। କେବଳ ଏତିକି ନୁହେଁ ଅଶ୍ଵିନ ଗୋଟିଏ ଟୁଇଟରେ ବୀରେନ୍ଦ୍ର ସେହ୍ଵାଗଙ୍କୁ ମନେ ପକାଇଛନ୍ତି। ଉକ୍ତ ମ୍ୟାଚ୍ ମୁଲତାନ କ୍ରିକେଟ୍ ଷ୍ଟାଡିୟମରେ ଖେଳା ଯାଇଥିଲ, ଯେଉଁଠି ସେହଓ୍ଵାଗ ତ୍ରିଶତକ ଅର୍ଜନ କରିଥିଲେ। ଏହା ପରେ ସେହଓ୍ଵାଗ ମୁଲତାନର ସୁଲତାନ ନାମରେ ପ୍ରସିଦ୍ଧିଲାଭ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.