Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଉ କିଛି ଦିନ ପରେ ସାଜିଥାନ୍ତେ ବରଗଡ଼ ଧନୁଯାତ୍ରାର ବଳରାମ, ତା ଆଗରୁ ଦୁନିଆ ଛାଡ଼ି ଚାଲିଗଲେ ଶ୍ରେୟସ
  • ||
  • ଜାଡ଼ରେ ଥରୁଛି କନ୍ଧମାଳ: ଫୁଲବାଣୀରେ ୬.୬ ଡିଗ୍ରୀ, ଦାରିଙ୍ଗବାଡିରେ ୮.୫ ଡିଗ୍ରୀ ସେଲସିୟସ
  • ||
  • ମହିଳା ପ୍ରଦର୍ଶନକାରୀଙ୍କ ସ୍ତନ ଏବଂ ଗୁପ୍ତାଙ୍ଗକୁ ଗୁଳି କରୁଛନ୍ତି ଇରାନୀ ସେନା, ଖୁଲାସା କଲେ ଡାକ୍ତର
  • ||
  • ସିନ୍ଧେକେଲା ଥାନା ଆଇଆଇସି ଗିରଫ, ୨୫ ହଜାର ଲାଞ୍ଚ ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ
  • ||
  • ଧର୍ମଗଡ: ଭାରସାମ୍ୟ ହରାଇ ଗଛରେ ପିଟିଲା ମିନିଟ୍ରକ, ଦୁର୍ଘଟଣାରେ ଜଣେ ମୃତ
  • ||
  • ଜାଡ଼ରେ ଥରୁଛି ରାଜ୍ୟ, କୋରାପୁଟରେ ତଳକୁ ଖସିଲା ପାରଦ
  • ||
  • ମୋହନା: ଗୋଷ୍ଠୀ କେନ୍ଦ୍ର ପଛପଟେ ପଡ଼ିଛି କୁଢ଼ କୁଢ଼ ଔଷଧ, ବୈଧତା ଥାଇ ବି ଫୋପାଡିଦେଲେ
  • ||
  • ପାଟଣା ରେଞ୍ଜରେ ଘୁରି ବୁଲୁଛନ୍ତି ହାତୀପଲ, ଧାନ ଫସଲ ନଷ୍ଟ ସହ ଖାଇଗଲେ ଶହ ଶହ ଧାନ ବିଡା
  • ||
  • ନିଶ୍ଚିତକୋଇଲି: ବିଳମ୍ବିତ ରାତିରେ ମାତିଲେ ଡକାୟତ, ଚୋରି କରିବାକୁ ଆସି ନେଇଗଲେ ଜୀବନ
  • ||

ଓଏଏସ ଟପ୍ପର ଯାଜପୁରର ପୁଅ ଅଶ୍ଵିନୀ ପଣ୍ଡା, ବାପା-ମାଙ୍କୁ ଦେଲେ ସଫଳତାର ଶ୍ରେୟ, ଦିନକୁ ପଢୁଥିଲେ ଏତିକି ଘଣ୍ଟା

8/10/2021 at 11:53 PM

ଚଣ୍ଡିଖୋଲ ୦୮।୧୦: ପ୍ରକାଶ ପାଇଲା ଓଡିଶା ପ୍ରଶାସନିକ ସେବା ପରୀକ୍ଷା ଫଳ। ଆଉ  ଓଏଏସ ଟପ୍ପର ହେଲେ ଯାଜପୁରର ପୁଅ ଅଶ୍ୱିନୀ କୁମାର ପଣ୍ଡା। ଏହି ପରୀକ୍ଷାରେ ମୋଟ ୧୫୩ ଜଣ କୃତକାର୍ଯ୍ୟ ହୋଇଛନ୍ତି। ପ୍ରଥମ ୧୦ ଜଣକ ମଧ୍ୟରୁ ୭ ଜଣ ପୁରୁଷ ଥିବା ବେଳେ ୩ ଜଣ ମହିଳା ଅଛନ୍ତି।

ଅଶ୍ଵିନୀ କୁମାର ପଣ୍ଡା  ଓଏଏସ ଟପ୍ପର ହେବା ପରେ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ କ୍ଷେତ୍ରପାଳ ଗ୍ରାମରେ ଖୁସିର ଲହରୀ ଖେଳି ଯାଇଛି। କ୍ଷେତ୍ରପାଳ ଗ୍ରାମର ଅଭିମନ୍ୟୁ ପଣ୍ଡା ଓ ସେବତୀ ପଣ୍ଡାଙ୍କ ସାନ ପୁଅ ହେଉଛନ୍ତି ଅଶ୍ୱନୀ। ସେ ପ୍ରଥମ ପ୍ରୟାସରେ ହିଁ ସଫଳତା ପାଇ ପାରିଛନ୍ତି। ସ୍ଥାନୀୟ ଜନ କଲ୍ୟାଣ ହାଇସ୍କୁଲରୁ ପାଠପଢା ସରିବା ପରେ ରେଭେନ୍ସାରେ ଉଚ୍ଚଶିକ୍ଷା ଲାଭ କରିଥିଲେ ଅଶ୍ଵିନୀ। ପୁଅର ଏହି  ସଫଳତାରେ ବେଶ ଉତ୍ସାହିତ ଅଛନ୍ତି ପରିବାର ଲୋକେ।

ନିଜର ସଫଳତାର ଶ୍ରେୟ ମା ବାପାଙ୍କୁ ଦେଇଥିବା ବେଳେ ଦିନକୁ ୮ ଘଣ୍ଟା ପାଠପଢାରେ ସମୟ ଦେଉଥିଲେ ଅଶ୍ଵିନୀ।  କରୋନା ମହାମାରୀ ସମୟ ରେ ପାଠପଢି ପ୍ରଥମ ପ୍ରୟାସରେ ପରୀକ୍ଷାରେ ଓଏଏସ ଟପ୍ପର ହୋଇଛନ୍ତି। ଆଗାମୀ ଦିନରେ ମହିଳା ସଶକ୍ତିକରଣ କ୍ଷେତ୍ରରେ ବିକାଶ କରିବା ପାଇଁ ସେ ଲକ୍ଷ୍ୟ ରଖିଥିବା କହିଛନ୍ତି ଅଶ୍ଵିନ।

   Related Posts