ଝାରସୁଗୁଡାରେ ପୁରାତନ ପୋଷ୍ଟ ଅଫିସର ନିର୍ମାଣ ତଦାରଖ କଲେ ଅଶ୍ଵିନ ବୈଷ୍ଣବ
20/11/2023 at 11:32 PM

ଝାରସୁଗୁଡ଼ା: ଝାରସୁଗୁଡା ଗସ୍ତରେ ଆସି ପୁରାତନ ପୋଷ୍ଟ ଅଫିସର ନିର୍ମାଣ କାର୍ଯ୍ୟ ତଦାରଖ କଲେ କେନ୍ଦ୍ର ରେଳବାଇ ଓ ଦୂରସଞ୍ଚାର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ୧୮୮୨ ମସିହାରେ ଝାରସୁଗୁଡା ରେ ନିର୍ମାଣ ହୋଇଥିଲା ମୁଖ୍ୟ ଡାକଘର। ପରେ ଏହା ଭାଙ୍ଗି ରୁଜି ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଥିବା ବେଳେ ଗତବର୍ଷ ରେଳମନ୍ତ୍ରୀ ଙ୍କ ଝାରସୁଗୁଡା ଗସ୍ତ ସମୟରେ ଏହି କୋଠାର ପୁନଃ ନିର୍ମାଣ ସହ ଏହାକୁ ଐତିହାସିକ କୀର୍ତ୍ତି ରାଜିର ମାନ୍ୟତା ଦେବା ପାଇଁ ଘୋଷଣା କରିଥିଲେ ଅଶ୍ଵିନୀ ବୈଷ୍ଣବ।
Also read- ହାତୀ ଘଉଡାଉଥିଲେ ଗଜସାଥି, ବିଲରେ କଚାଡ଼ିଲା ଦନ୍ତା
ଆଜି ସମ୍ବଲପୁର ଗସ୍ତ ପାଇଁ ଦିଲ୍ଲୀରୁ ଆସି ଝାରସୁଗୁଡା ବିମାନବନ୍ଦରରେ ଓହ୍ଲାଇ ସିଧାସଳଖ ଡାକଘର କାର୍ଯ୍ୟ ତଦାରଖ କରିବାକୁ ପହଞ୍ଚି କାର୍ଯ୍ୟର ଅଗ୍ରଗତି ନେଇ ସନ୍ତୋଷ ପ୍ରକାଶ କରି ଆସନ୍ତା ଫେବୃଆରୀ ସୁଦେହୀ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାସହ ଝାରସୁଗୁଡା ରେଳବାଇ ଷ୍ଟେସନକୁ ବିଶ୍ୱସ୍ତରୀୟ ଷ୍ଟେସନ ପାଇଁ କାର୍ଯ୍ୟ ଆରମ୍ଭ ହୋଇ ସାରିଥିବା ସୂଚନା ଦେଇଥିଲେ। ଝାରସୁଗୁଡାରେ ପହଞ୍ଚିବା ପରେ କେନ୍ଦ୍ରମନ୍ତ୍ରୀଙ୍କୁ ବିଭିନ୍ନ ସଂଗଠନ ପକ୍ଷରୁ ସମ୍ମାନିତ କରାଯିବା ସହ ବିଭିନ୍ନ ସମସ୍ୟା ସଂପର୍କରେ ସ୍ମାରକପତ୍ର ପ୍ରଦାନ କରାଯାଇଛି।