ଅଶ୍ୱିନୀଙ୍କୁ ଦରକାର ଆଉ ୩ଟି ଓ୍ୱିକେଟ୍‌, ଖାସ୍‌ ରେକର୍ଡରେ ହେବେ ସାମିଲ୍‌

Published By : Prameya-News7 Bureau | July 11, 2023 IST

ମୁମ୍ବାଇ ୧୧।୦୭ : ଆଉ ଏକ ରେକର୍ଡକୁ ଅଶ୍ୱିନୀଙ୍କ ଅପେକ୍ଷା । ଅନ୍ତର୍ଜାତୀୟ କ୍ରିକେଟ୍‌ରେ ରବିଚନ୍ଦ୍ରନ ଅଶ୍ୱିନୀ ପୂରଣ କରିବେ ୭୦୦ ଓ୍ୱିକେଟ୍‌ । ଆଉ ୩ଟି ଓ୍ୱିକେଟ୍‌କୁ ଅପେକ୍ଷା । ବୁଧବାରଠୁ  ଆରମ୍ଭ ହେବାକୁ ଥିବା ଭାରତ-ଓ୍ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ସିରିଜ୍‌ରେ ଅଶ୍ୱିନୀ ପୂରଣ କରିପାରନ୍ତି ଏହି ରେକର୍ଡ ।

ଜୁଲାଇ ୧୨ତାରିଖରୁ ଭାରତ-ଓ୍ୱେଷ୍ଟଇଣ୍ଡିଜ୍‌ରେ ଆରମ୍ଭ ହେବାକୁ ଯାଉଛି ଟେଷ୍ଟ ସିରିଜ୍‌ । ଦୁଇ ଟିକିଆ ସିରିଜ୍‌ରେ ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଡୋମିକିଆରେ ଖେଳାଯିବ । ଭାରତୀୟ ସମୟ ଅନୁସାରେ ସଂଧ୍ୟା ୭.୩୦ରେ ଖେଳାଯିବ ମ୍ୟାଚ୍‌ । ଏବେ ଯାଏଁ ଟିମ୍‌ ଚୟନ ନେଇ କିଛି ସ୍ପଷ୍ଟ ହୋଇନାହିଁ । କିନ୍ତୁ ମ୍ୟାଚ୍‌ ପୂର୍ବରୁ ରବିଚନ୍ଦ୍ରନ ଅଶ୍ୱିନୀଙ୍କୁ ନେଇ ଆସିଛି ବଡ଼ ଅପଡେଟ୍‌ । ଆସନ୍ତା ଟେଷ୍ଟ ମ୍ୟାଚ୍‌ରେ ଯଦି ଅଶ୍ୱିନୀ ୩ଟି ଓ୍ୱିକେଟ୍‌ ନିଅନ୍ତି । ତେବେ ବିଶ୍ୱ କ୍ରିକେଟ୍‌ରେ ୭୦୦ ଓ୍ୱିକେଟ୍‌ ନେବାରେ ରେକର୍ଡ ନିଜ ନାମରେ କରିବାରେ ସକ୍ଷମ ହେବେ ।

wp:embed {"url":"https://www.prameyanews7.com/ishant-sharma-will-be-a-commentator-for-the-west-indies-vs-india-series/","type":"wp-embed","providerNameSlug":"prameya-news-7"}
https://www.prameyanews7.com/ishant-sharma-will-be-a-commentator-for-the-west-indies-vs-india-series/
/wp:embed

ସୂଚନାଯୋଗ୍ୟ ଯେ, ରବିଚନ୍ଦ୍ରନ ଅଶ୍ୱିନୀ ୯୨ଟି ଟେଷ୍ଟ ମ୍ୟାଚ୍‌ ଖେଳି ୪୭୪ ଓ୍ୱିକେଟ୍‌ ନେଇଥିବା ବେଳେ ୧୧୩ଟି ଦିନିକିଆ ମ୍ୟାଚ୍‌ ଖେଳି ୧୫୧ଟି ଶିକାର କରିଛନ୍ତି । ଏହାବାଦ୍‌ ୬୫ଟି ଟି-୨୦ ମ୍ୟାଚ୍‌ ଖେଳି ୭୨ଟି ଓ୍ୱିକେଟ୍‌ ନେଇଛନ୍ତି । ଅନ୍ତର୍ଜାତୀୟ କ୍ରିକେଟ୍‌ରେ ସମସ୍ତ ଫର୍ମାଟରେ ନେଇଥିବା ଓ୍ୱିକେଟ୍‌କୁ ମିଶାଇଲେ ୬୯୭ରେ ପହଞ୍ଚିଛି । ୭୦୦ ଓ୍ୱିକେଟ୍‌ ପୂରଣ ପାଇଁ ଆଉ ୩ଟି ଓ୍ୱିକେଟ୍‌ ଦରକାର ।

wp:embed {"url":"https://www.prameyanews7.com/virat-kohlis-page-on-wikipedia-is-the-most-searched-page-among-cricketers-in-the-world/","type":"wp-embed","providerNameSlug":"prameya-news-7"}
https://www.prameyanews7.com/virat-kohlis-page-on-wikipedia-is-the-most-searched-page-among-cricketers-in-the-world/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.