Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • କଟକ: ନିରପେକ୍ଷ ତଦନ୍ତ ପାଇଁ ପୁଣି ଆନନ୍ଦ ଟପୋଙ୍କ ବାପା ହାଇକୋର୍ଟଙ୍କ ଦ୍ୱାରସ୍ଥ
  • ||
  • ଫିଲ୍ମ ‘ଜ୍ୱିଗାଟୋ’କୁ ଏଣ୍ଟରଟେନ୍‌ମେଣ୍ଟ କର ଛାଡ଼ କଲେ ମୁଖ୍ୟମନ୍ତ୍ରୀ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ମୃତଦେହ, ଅଜଣା ଗାଡି ଧକ୍କା ଦେଇଥିବା ସନ୍ଦେହ
  • ||
  • ଭୁବନେଶ୍ବର : ବଳକା ଧାନ ଓ ଭାଗ ଚାଷୀଙ୍କୁ ନେଇ ପ୍ରଶ୍ନକାଳରେ କୃଷି ମନ୍ତ୍ରୀ ଓ କଂଗ୍ରେସ ବିଧାୟକ ଦଳ ନେତା ମୁହାଁମୁହିଁ
  • ||
  • ଭୁବନେଶ୍ବର : ପୂର୍ବତନ ବିଧାୟିକା ଭଗବତୀ ପୂଜାରୀଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ
  • ||
  • ନୂଆପଡା : ଗାଁରେ ପଶି ବାଛୁରୀକୁ ମାରିଖାଇଲା ବାଘ ! ଗତିବିଧି ଅନୁଧ୍ୟାନ ପାଇଁ ଲାଗିଲା କ୍ୟାମେରା
  • ||
  • ବାଲିଗୁଡା : ଗଞ୍ଜେଇ ବୋଝେଇ ପିକ୍‌ଅପ୍‌କୁ ମାଡି ବସିଲା ପୋଲିସ, ମାଫିଆ ଫେରାର
  • ||
  • ସୁନ୍ଦରଗଡ଼ : ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା, ପାରିବାରିକ କଳହ ହିଁ ନେଲା ଉଭୟଙ୍କ ଜୀବନ
  • ||
  • କାମାକ୍ଷାନଗର : ଟ୍ରେନ୍ ଲାଇନ୍‌ରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଠାବ, ଟ୍ରେନ୍ ଧକ୍କାରେ ମୃତ୍ୟୁ ସନ୍ଦେହ
  • ||

ନମ୍ବର ଓ୍ଵାନ ହେବାର ନିକଟତର ହେଲେ ଅଶ୍ଵିନ, ଜାଡେଜା ବି ଉପରକୁ ଉଠିଲେ

15/02/2023 at 5:34 PM

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି)ର ଟେଷ୍ଟ ମ୍ୟାନ୍ୟତାର ଦ୍ଵିତୀୟ ସ୍ଥାନରେ ପହଞ୍ଚିଲେ ଭାରତର ତାରକା ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ଵିନ। ନିକଟରେ ଅଷ୍ଟ୍ରେଲିଆ ବିପକ୍ଷ ନାଗପୁର ଟେଷ୍ଟରେ ୮ ଓ୍ଵିକେଟ୍ ନେଇଥିବା ଅଶ୍ଵିନଙ୍କୁ ଏହାର ବେଶ ଫାଇଦା ମିଳିଛି। ଅନ୍ୟପକ୍ଷେ ଆଣ୍ଠୁଜନିତ ସମସ୍ୟା କାରଣରୁ ପ୍ରାୟ ପାଞ୍ଚ ମାସ ପରେ  ପଡିଆକୁ ପ୍ରତ୍ୟାବର୍ତ୍ତନ କରିଥିବା ତାରକା ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ୧୬ତମ ସ୍ଥାନରେ ପହଞ୍ଚିଛନ୍ତି। ନାଗପୁର ଟେଷ୍ଟରେ ଉଭୟ ବ୍ୟାଟିଂ ଏବଂ ବୋଲିଂରେ ଦମଦାର ପ୍ରଦର୍ଶନ କରିଥିବା ଜାଡେଜା ମ୍ୟାନ୍ ଅଫ ଦ ମ୍ୟାଚ୍ ବିବେଚିତ ହୋଇଥିଲେ। ତାର ଫାଇଦା ମଧ୍ୟ ତାଙ୍କୁ ରାକିଂରେ ମିଳିଛି।

ଟେଷ୍ଟ ବୋଲିଂ ମାନ୍ୟତାରେ ଅଷ୍ଟ୍ରେଲିଆର ପାଟ୍ କମିନ୍ସ ଶୀର୍ଷରେ ଅଛନ୍ତି। ତାଙ୍କର ରେଟିଂ ପଏଣ୍ଟ ହେଉଛି ୮୬୭। ଦ୍ଵିତୀୟରେ ଥିବା ଅଶ୍ଵିନ ୮୪୬ ରେଟିଂ ପଏଣ୍ଟ ହାସଲ କରିଛନ୍ତି। ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କାର ଟ୍ରଫିରେ ଆହୁରି ତିନୋଟି ମ୍ୟାଚ୍ ଖେଳାଯିବ। ତେଣୁ ବୋଲିଂ ମାନ୍ୟତାର ଶୀର୍ଷରେ ପହଞ୍ଚିବା ପାଇଁ ଅଶ୍ଵିନଙ୍କ ନିକଟରେ ସୁଯୋଗ ରହିଛି।

Jadeja gives strong reply to Nagpur pitch critics after ripping apart  Australia | Cricket - Hindustan Times

ବୋଲିଂ ମାନ୍ୟତାରେ ଭାରତର ତାରକା ବୋଲର ଯଶପ୍ରୀତ ବୁମରା ପଞ୍ଚମରେ ଅଛନ୍ତି। ସେହିପରି ବ୍ୟାଟିଂ ମାନ୍ୟତାରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ୧୦ମରୁ ଅଷ୍ଟମ ସ୍ଥାନକୁ ଉଠିଛନ୍ତି। ସେ ନାଗପୁର ଟେଷ୍ଟରେ ୧୨୦ ରନ ଶତକୀୟ ପାଳି ଖେଳିଥିଲେ। କାର ଦୁର୍ଘଟଣା କାରଣରୁ ଦଳରୁ ବାଦ୍ ପଡିଥିବା ଋଷଭ ପନ୍ତ ମାନ୍ୟତାରେ ସପ୍ତମ ସ୍ଥାନରେ ଅଛନ୍ତି। ଏହାର ବୀପରିତ ଅଷ୍ଟ୍ରେଲିଆ ବ୍ୟାଟର ଡେଭିଡ୍ ଓ୍ଵାର୍ଣ୍ଣର ଏବଂ ଉସ୍ମାନ ଖ୍ଵାଜାଙ୍କୁ ପ୍ରଥମ ଟେଷ୍ଟରେ ଦୁଇ ଦୁଇ ଥର ଶସ୍ତାରେ ଆଉଟ୍ ହେବାର ମୂଲ୍ୟ ଦେବାକୁ ପଡିଛି।

Rohit Sharma Set Template For Batters Around the World..': Sanjay Manjrekar  Decodes How Indian Skipper Shun 'Pitch Talk'

ଓ୍ଵାର୍ଣ୍ଣର ପ୍ରଥମ ଟେଷ୍ଟରେ ୧ ଏବଂ ୧୦ ରନର ଇନିଂସ ଖେଳିବା ପରେ ଛଅଟି ସ୍ଥାନ ତଳକୁ ଖସି ୨୦ତମ ସ୍ଥାନରେ ପହଞ୍ଚିଛନ୍ତି। ଖ୍ଵାଜା ମଧ୍ୟ ଦୁଇଟି ସ୍ଥାନ ଅବନ୍ନତି ଘଟାଇ ୧୦ମ ସ୍ଥାନରେ ପହଞ୍ଚିଛନ୍ତି। ମାର୍ନସ ଲାବୁସେନ ଏବଂ ଷ୍ଟିଭ୍ ସ୍ମିଥ ମାନ୍ୟତାରେ କ୍ରମଶଃ ପ୍ରଥମ ଏବଂ ଦ୍ଵିତୀୟ ସ୍ଥାନରେ ଅଛନ୍ତି। ପାକିସ୍ତାନର ଅଧିନାୟକ ବାବର ଆଜମ ତୃତୀୟ ସ୍ଥାନରେ ଅଛନ୍ତି। ଭାରତର ଅଲରାଉଣ୍ଡର ଅକ୍ଷର ପଟେଲ୍ ଟେଷ୍ଟ ମାନ୍ୟତାରେ ଛଅଟି ସ୍ଥାନ ଉପରକୁ ଉଠି ସପ୍ତମ ସ୍ଥାନରେ ପହଞ୍ଚିଛନ୍ତି।  ସେ ପ୍ରଥମ ଟେଷ୍ଟରେ ୮୪ ରନର ଦମଦାର ପାଳି ଖେଳିଥିଲେ।

   Related Posts