oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଏକ୍‌ଜିଟ୍ ପୋଲର ଆକଳନ, ଇଟାଲୀର ପ୍ରଧାନମନ୍ତ୍ରୀ ହେବେ ମେଲୋନୀ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୪ କୋଭିଡ୍ ପଜିଟିଭ୍
  • ||
  • ସାଲେପୁର: ବିଳମ୍ୱିତ ରାତିରେ ମାତିଲେ ଲୁଟେରା, ମନ୍ଦିରରୁ ଲୁଟିନେଲେ ୩ କୋଟିର ଅଷ୍ଟଧାତୁ ମୂର୍ତ୍ତି
  • ||
  • ଯାଜପୁର: ଗଡିବ ମା’ ବିରଜାଙ୍କ ସିଂହଧ୍ଵଜ ରଥ, ୯ ଦିନ ଧରି ଭକ୍ତଙ୍କୁ ଦର୍ଶନ ଦେବେ ଦେବୀ
  • ||
  • ହିମାଚଳ ପ୍ରଦେଶର କୁଲୁରେ ମର୍ମନ୍ତୁଦ ଦୁର୍ଘଟଣା, ୭ ପର୍ଯ୍ୟଟକ ମୃତ
  • ||
  • ସୋମବାରଠୁ ନବରାତ୍ର ପୂଜା, ମାଆଙ୍କ ଷୋଡ଼ଶ ପୂଜାପାଠରେ କମ୍ପୁଛି ଶକ୍ତିପୀଠ
  • ||
  • ମୋହନା : ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୨୪ଯାତ୍ରୀ
  • ||

ପିତାଙ୍କ ଆଦର୍ଶରେ ଅନୁପ୍ରାଣିତ, ମାତାଙ୍କ ଇଚ୍ଛାକୁ ଦେଲେ ସମ୍ମାନ : ଏନ୍‌ଡିଏ ଟପ୍ପର ପୁରୀ ପୁଅ ଓମ୍‌କାର

2/01/2022 at 3:06 PM

ପୁରୀ ୦୨।୦୧: ପୁରୀ ମାଟିର ପୁଅ ଓମକାର ଆଶୁତୋଷ ନ୍ୟାସନାଲ ଡିଫେନସ ଏଣ୍ଡ ନାଭାଲ ଏକାଡେମୀ ୨୦୨୧ର ସର୍ବଭାରତୀୟ ସ୍ତରରେ ଟପ୍ପର ହୋଇଛନ୍ତି । ଟପ୍ପର ହେବା ପରେ ଘରକୁ ଚାରିଆଡୁ ଛୁଟୁଛି ଶୁଭେଚ୍ଛା ଲହରୀ ।

ଅବସରପ୍ରାପ୍ତ କର୍ଣ୍ଣେଲ ଅରୁଣ ରାୟ ଓ ମାତା ଶିକ୍ଷୟିତ୍ରୀ ତନିମା ତ୍ରୀପାଠୀଙ୍କ ପୁଅ ଆଶୁତୋଷ । ପିଲାଟି ଦିନରୁ ସେନାବାହୀନି ପ୍ରତି ଥିଲା ବେଶ୍ ଆକର୍ଷଣ। ଦେଶମାତୃକାର ସୁରକ୍ଷା ପାଇଁ ନିଜକୁ ଉତ୍ସର୍ଗ କରିବାକୁ ରଖିଛନ୍ତି ଲକ୍ଷ। ପିତାଙ୍କ ଆଦର୍ଶରେ ଅନୁପ୍ରାଣିତ। ମାତାଙ୍କ ଇଚ୍ଛାକୁ ଦେଇଛନ୍ତି ସମ୍ମାନ। ନୌବାହୀନିରେ ଯୋଗ ଦେବାକୁ ନିଷ୍ପତ୍ତି ନେଇଛନ୍ତି।

ତେବେ ଏନଡିଏ-୨୦୨୧ ପରୀକ୍ଷାରେ AIR-୧ ହେବେ ଏଭଳି ବିଶ୍ୱାସ ନଥିଲା । କିନ୍ତୁ ସଫଳତା ପାଇବେ ବୋଲି ତାଙ୍କର ଆତ୍ମବିଶ୍ବାସ ରହିଥିଲା। ମହାପ୍ରଭୁଙ୍କ ଉପରେ ଭରଷା ଥିଲା। ମାଆଙ୍କ ଆଶିର୍ବାଦ ବାବାଙ୍କ ଆଦର୍ଶକୁ ପାଥେୟ କରି ଆଗକୁ ବଢିବେ ବୋଲି କହିଛନ୍ତି ଆଶୁତୋଷ।

ତେବେ ଆଶୁତୋଷଙ୍କ ଘର ପୁରୀ ସିଟିରୋଡ ଅଞ୍ଚଳର। ସେ ପୁରୀ ବ୍ଲେସଡ ସାକ୍ରେମେଣ୍ଟ ହାଇସ୍କୁଲରେ ପ୍ରାଥମିକ ଶିକ୍ଷା ଶେଷ କରିଥିଲେ।ମାତ୍ର ପରବର୍ତ୍ତୀ ସମୟରେ ସ୍କୁଲ ଶିକ୍ଷା ସାରି ଉଚ୍ଚଶିକ୍ଷା ପାଇଁ ଡେରାଡୁନ ଚାଲିଯାଇଥିଲେ। ସେଠାରେ ରାଷ୍ଟ୍ରୀୟ ଇଣ୍ଡିଆନ ମିଲିଟାରୀ କଲେଜରେ ପାଞ୍ଚବର୍ଷ ଶିକ୍ଷା ଗ୍ରହଣ କରି ବେଶ୍ ସଫଳତା ହାସଲ କରିଛନ୍ତି।

ସିଡିଏସ୍ ଜେନେରାଲ ବିପିନ ରାୱତ ତାଙ୍କ ଏକାଡେମୀକୁ ଯାଇଥିବା ସମୟରୁ ତାଙ୍କୁ ଆଦର୍ଶ ବୋଲି ମାନି ନେଇଥିଲେ। ମାତ୍ର ସେନା ହେଲିକପ୍ଟର ଦୁର୍ଘଟଣାରେ ସିଡିଏସ୍ ଜେନେରାଲ ବିପିନ ରାୱତଙ୍କ ସମେତ ୧୩ଜଣ ପ୍ରାଣ ହରାଇଥିଲେ। ଏହି ଖବର ବ୍ୟଥିତ କରିଥିଲା। ଏଭଳି ଘଟଣା ଦୁର୍ଭାଗ୍ୟଜନକ ଥିଲା ମାତ୍ର ଦେଶମାତୃକାର ସୁରକ୍ଷା ପାଇଁ ସେ ଭୟଭୀତ ନୁହନ୍ତି। ବରଂ ବୀରତ୍ୱର ସହ ଲଢିବା ପାଇଁ ପଛଘୁଞ୍ଚା ଦେବେନାହିଁ ବୋଲି କହିଛନ୍ତି ଆଶୁତୋଷ।

   Related Posts