ଅଶରଫ ଘନିଙ୍କ ଫଟୋ କାଢି ଫିଙ୍ଗିଲା ଆଫଗାନ ଦୂତାବାସ, ଅମରୁଲ୍ଲା ସାଲେହଙ୍କୁ ଦର୍ଶାଇଲା ନିଜର ରାଷ୍ଟ୍ରପତି

Published By : Prameya-News7 Bureau | August 18, 2021 IST

ଦୁଶାମ୍ବେ ୧୮।୦୮: ଆଫଗାନିସ୍ତାନର ରାଷ୍ଟ୍ରପତି ଅଶରଫ ଘନି ଦେଶ ଛାଡିବା ପରେ ଉପ ରାଷ୍ଟ୍ରପତି ଅମରୁଲ୍ଲ ସାଲେହ ନିଜକୁ ଦେଶର ରାଷ୍ଟ୍ରପତି ଘୋଷଣା କରିଛନ୍ତି। ସାଲେହଙ୍କ ଏହି ଘୋଷଣାର ପ୍ରଭାବ ଦେଖିବାକୁ ମଧ୍ୟ ମିଳିଲାଣି। ତାଜିକିସ୍ତାନରେ ଆଫଗାନିସ୍ତାନର ଦୂତାବାସ ଅଶରଫ ଘନିଙ୍କ ଫଟୋ କାଢି ଫିଙ୍ଗି ଦେଇିଚ। ସେଠାରେ ଏବେ ଅମରୁଲ୍ଲା ସାଲେହଙ୍କ ଫଟୋ ଲଗାଯାଇଛି। କେବଳ ଏତିକି ନୁହେଁ ପଞ୍ଜଶିରର ସିଂହ କୁହାଯାଉଥିବା କମାଣ୍ଡର ଅହମ୍ମଦ ଶାହ ମସୁଦଙ୍କ ଫଟୋ ମଧ୍ୟ ଲଗାଯାଇଛି।

କୁହାଯାଉଛି, ତାଜିକିସ୍ତାନରେ ଆଫଗାନ ଦୂତାବାସ ଖୋଲାଖୋଲି ସାଲେହଙ୍କ ସମର୍ଥନ କରିଛି। ତାଜିକିସ୍ତାନ ଆଫଗାନିସ୍ତାନର ପଡୋଶୀ ଦେଶ ଏବଂ ସାଲେହ ମଧ୍ୟ ତାଜିକର ମୂଳ ବାସିନ୍ଦା। ଆଫଗାନ ଦୂତାବାସର ଏହି ଘୋଷଣା ପରେ ତାଲିବାନର କ୍ରୋଧ ବଢିବା ଥୟ। ଏହା ପୂର୍ବରୁ ଅଶରଫ ଘନି ଦେଶ ଛାଡି ପଳାୟନ କରିବା ପରେ ଅମରୁଲ୍ଲାହ ସାଲେହ ନିଜକୁ ଆଫଗାନିସ୍ତାନର ରାଷ୍ଟ୍ରପତି ଘୋଷିତ କରି ସାରିଛନ୍ତି। ଏପରିକି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ମଧ୍ୟ ଟାର୍ଗେଟ୍ କରିଛନ୍ତି।

wp:html /wp:html

ଅମରୁଲ୍ଲାହ ସାଲେହ ଟ୍ଵିଟ୍‌ରେ କହିଛନ୍ତି, ଆଫଗାନିସ୍ତାନର ସମ୍ବିଧାନ ଅନୁସାରେ ରାଷ୍ଟ୍ରପତିଙ୍କ ଅନୁପସ୍ଥିତି, ପଳାୟନ, ଇସ୍ତଫା କିମ୍ବା ମୃତ୍ୟୁ ହେଲେ ଉପରାଷ୍ଟ୍ରପତି କାର୍ଯ୍ୟକାରୀ ରାଷ୍ଟ୍ରପତି ପଦ ଗ୍ରହଣ କରନ୍ତି। ମୁଁ ବର୍ତ୍ତମାନ ନିଜ ଦେଶ ଭିତରେ ଅଛି ଏବଂ ରାଷ୍ଟ୍ରପତି ଭାବେ ଦେଶର ଦେଖାଶୁଣା କରିବି। ମୁଁ ସମସ୍ତ ନେତାଙ୍କୁ ସମର୍ଥନ ପାଇଁ ଯୋଗାଯୋଗ କରୁଛି ବୋଲି ଅମରୁଲ୍ଲାହ କହିଛନ୍ତି।

ସେ ଦ୍ଵିତୀୟ ଟ୍ଵିଟ୍‌ରେ ଆମେରିକା ଉପରେ ଟାର୍ଗେଟ୍ କରି କହିଛନ୍ତି, ଏବେ ଆଫଗାନିସ୍ତାନ ପ୍ରସଙ୍ଗ ଉପରେ ଜୋ ବାଇଡେନ୍‌ଙ୍କ ସହ ଯୁକ୍ତିତର୍କ କରିବା ବେକାର। ଆମେ ଆଫଗାନବାସୀଙ୍କୁ ଏହା ସାବ୍ୟସ୍ତ କରିବାକୁ ପଡିବ ଯେ, ଆଫଗାନିସ୍ତାନ ଭିଏତନାମ ନୁହେଁ ଏବଂ ତାଲିବାନ ମଧ୍ୟ ଭିଏତନାମୀ କମ୍ୟୁନିଷ୍ଟ ପରି ନୁହେଁ। ୟୁଏସ-ନାଟୋ ପରି ଆମେ ନିଜର ଧୈର୍ଯ୍ୟ ହରାଇ ନାହୁଁ। ଆଗକୁ ଅପାର ସମ୍ଭାବନା ରହିଥିବା ଉପ ରାଷ୍ଟ୍ରପତି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.