ଟିଏମସି ଛାଡି ଆପ୍‌ରେ ମିଶିଲେ ଅଶୋକ ତନଓ୍ଵର, ନଭେମ୍ବରରେ ଛାଡିଥିଲେ କଂଗ୍ରେସ, ଥିଲେ ରାହୁଲଙ୍କ ଖାସ୍

Published By : Prameya-News7 Bureau | April 04, 2022 IST

ନୂଆଦିଲ୍ଲୀ ୦୪।୦୪: ତୃଣମୂଳ କଂଗ୍ରେସର ଯୁବ ନେତା ଅଶୋକ ତନଓ୍ଵର ସୋମବାର ଦିଲ୍ଲୀରେ ଆମ୍ ଆଦମୀ ପାର୍ଟିର ସଦସ୍ୟତା ଗ୍ରହଣ କରିଛନ୍ତି। ଅଶୋକ ତନଓ୍ଵର ଗତ ବର୍ଷ କଂଗ୍ରେସ ଛାଡି ଟିଏମସିରେ ମିଶିଥିଲେ। ହେଲେ ତାଙ୍କର ଟିଏମସି ପ୍ରତି ଶୀଘ୍ର ମୋହଭଙ୍ଗ ହୋଇଥିଲା ଏବଂ ଏବେ ଆମ୍ ଆଦମୀ ପାର୍ଟିରେ ସାମିଲ୍ ହୋଇଛନ୍ତି।

ଆପ୍ ନିଜର ଅଧିକାରିକ ଟୁଇଟର ହ୍ୟାଣ୍ଡେଲରୁ ଟୁଇଟ୍ କରି ପୂର୍ବତନ ସାଂସଦ ତଥା ହରିୟାଣା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ଅଶୋକ ତନଓ୍ଵର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ଉପସ୍ଥିତିରେ ଆମ୍ ଆଦମୀ ପାର୍ଟିରେ ଯୋଗ ଦେଇଥିବା ସୂଚନା ଦେଇଛନ୍ତି। ଅଶୋକ ତନଓ୍ଵର  ହରିୟାଣା କଂଗ୍ରେସର ଯୁବ ଚେହେରା ଥିଲେ। ମାତ୍ର ସେ ୨୦୨୧ ନଭେମ୍ବରରେ ପାର୍ଟି ହାଇକମାଣ୍ଡଙ୍କ ଉଦାସୀନତା କାରଣରୁ କଂଗ୍ରେସ ଛାଡି ଟିଏମସିରେ ସାମିଲ୍ ହୋଇଥିଲେ। ଅଶୋକ ରାହୁଲ ଗାନ୍ଧୀଙ୍କ ଖୁବ୍ ନିକଟତର ଥିଲେ।

ଅଶୋକ ତନଓ୍ଵରଙ୍କୁ ହରିୟାଣା ପ୍ରଦେଶ କଂଗ୍ରେସର ଅଧ୍ୟକ୍ଷ କରାଯାଇଥିଲା। ଟିକେଟ୍ ବଣ୍ଟନକୁ ନେଇ ଅଶୋକ ପାର୍ଟି ଉପରେ ବଡ ଅଭିଯୋଗ ଲଗାଇଥିଲେ। ଗୋଆ ନିର୍ବାଚନରେ ତୃଣମୂଳ କଂଗ୍ରେସ ଅଶୋକଙ୍କୁ ଦାୟିତ୍ଵ ଦେଇଥିଲେ ମଧ୍ୟ ପାର୍ଟିର ପ୍ରଦର୍ଶନ ନିରାଶଜନକ ରହିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.