Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ନିଜ ସୀମା ଲଙ୍ଘି ଫସିଲେ ଗେହଲଟ୍ !  ଏବେ ପାଇଲଟ୍‌ଙ୍କୁ ମିଳିଲା ସୁଯୋଗ, ସମର୍ଥନରେ ବାହାରିଲେ ବିଧାୟକ

27/09/2022 at 4:23 PM

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ମୋହରେ ସବୁ ସୀମା ଲଙ୍ଘି ଦେଲେ କଂଗ୍ରେସର ବରିଷ୍ଠ ନେତା ଅଶୋକ ଗେହଲଟ୍। ପାର୍ଟି ହାଇକମାଣ୍ଡଙ୍କ ନିର୍ଦ୍ଦେଶ୍ୟକୁ ଅବଜ୍ଞା କରି ବିଧାୟକ ଦଳ ବୈଠକରେ ଯୋଗ ନଦେଇ ସ୍ଵତନ୍ତ୍ର ମିଟିଂ ଡକାଇବା ଗେହଲଟ ଗୋଷ୍ଠୀଙ୍କ ଏତାଦୃଶ୍ୟରେ କ୍ଷୁବ୍ଧ ପାର୍ଟିର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ। ଏବେ ଦୁଇ ପର୍ଯ୍ୟବେକ୍ଷକ ସୋନିଆ ଗାନ୍ଧୀଙ୍କୁ ପୂରା ଘଟଣାକ୍ରମ ଉପରେ ଲିଖିତ ରିପୋର୍ଟ ଦେବେ। ଏହା ପରେ ହିଁ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନି ନିଆଯିବ।

ଅନ୍ୟପକ୍ଷେ ସମସ୍ତ ଘଟଣାକ୍ରମରେ ନିଜ ପାଇଁ ସୁଯୋଗର ଏକ ମାର୍ଗ ଦେଖିଛନ୍ତି ସଚିନ ପାଇଲଟ୍। ସେ ନିଜର ସମର୍ଥକଙ୍କ ବ୍ୟତୀତ ଅନ୍ୟ ବିଧାୟକଙ୍କ ସହିତ ପୁଣି ଥରେ ଯୋଗାଯୋଗ ଆରମ୍ଭ କରି ଦେଇଛନ୍ତି। ତାଙ୍କୁ ଲାଗୁଛି ଯେ, ଯଦି ଗେହଲଟଙ୍କ ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ ନିଆଯାଏ ତେବେ ଏହା ତାଙ୍କ ପାଇଁ ସୁଯୋଗ ହୋଇପାରେ।

କଂଗ୍ରେସ ସୂତ୍ରରୁ ପ୍ରକାଶ ଯେ, ପାଇଲଟ୍‌ ଅନ୍ୟ ବିଧାୟକଙ୍କ ସହିତ ଯୋଗାଯୋଗ କରିବା ସହ ନିଜ ସମର୍ଥକଙ୍କୁ ଶାନ୍ତି ବଜାୟ ରଖିବା ଏବଂ ହାଇକମାଣ୍ଡଙ୍କ ନିଷ୍ପତ୍ତିର ଅପେକ୍ଷା କରିବାକୁ କହିଛନ୍ତି। ପାଇଲଟ୍ ହାଇକମାଣ୍ଡଙ୍କୁ ଏହା ମଧ୍ୟ ଜଣାଇ ଦେଇଛନ୍ତି ଯେ, ଅଶୋକ ଗେହଲଟ୍ ଯଦି ପାର୍ଟିର ଅଧ୍ୟକ୍ଷ ଦାୟିତ୍ଵ ସମ୍ଭାଳନ୍ତି ତେବେ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ରହିବା ଉଚିତ୍ ନୁହେଁ। କେବଳ ଏତିକି ନୁହେଁ ସାଂପ୍ରତିକ ଘଟଣା ପାଇଁ ଗେହଲଟ୍ ଦାୟୀ ବୋଲି ପାଇଲଟ୍ କହିଛନ୍ତି।

 ଅନ୍ୟପକ୍ଷେ ସଚିନ ପାଇଲଟ୍‌ଙ୍କୁ ମୁଖ୍ୟମନ୍ତ୍ରୀ କରାଯିବା ଦାବିରେ ବିଧାୟକମାନେ ପୁଣି ଥରେ ଏକଜୁଟତା ଦେଖାଇବା ଆରମ୍ଭ କରି ଦେଇଛନ୍ତି। ପାଇଲଟ୍ଙ୍କ ସମର୍ଥକ ବିଧାୟକ ତାଙ୍କ ବାସଭବନରେ ଡେରା ପକାଇଲେଣି। ସେମାନଙ୍କ କହିବା କଥା ୨୦୨୩ ନିର୍ବାଚନ ଦୃଷ୍ଟିରୁ ହାଇକମାଣ୍ଡ ସଂଗଠନ ଏବଂ ସରକାରରେ ପରିବର୍ତ୍ତନ କରିବା ଉଚିତ୍। ହାଇକମାଣ୍ଡଙ୍କୁ ସ୍ଥିର କରିବାକୁ ପଡିବ ଯେ, ମୁଖ୍ୟମନ୍ତ୍ରୀ ଚେହେରା କିଏ ହେବ।

   Related Posts