ରାହୁଲ ନୁହଁନ୍ତି ଏହି ନେତା ହେବେ କଂଗ୍ରେସର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ? ସୋନିଆ ଗାନ୍ଧୀଙ୍କ ସହ ସାକ୍ଷାତ ପରେ କଳ୍ପନାଜଳ୍ପନା ଜୋର୍

Published By : Prameya-News7 Bureau | August 24, 2022 IST

ନୂଆଦିଲ୍ଲୀ ୨୪/୦୮: କଂଗ୍ରେସର ନୂଆ ଅଧ୍ୟକ୍ଷ ନିର୍ବାଚନ ପୂର୍ବରୁ ଜୋର ଧରିଛି ଚର୍ଚ୍ଚା । କାରଣ ମଙ୍ଗଳବାର ସକାଳେ କଂଗ୍ରେସର ବରିଷ୍ଠ ନେତା ତଥା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଏବଂ ସୋନିଆ ଗାନ୍ଧୀଙ୍କ ଭେଟିଛନ୍ତି । ଯାହାକି ରାଜନୀତିକୁ ବେଶ୍ ହଇଚଇ କରିଛି । ଗଣମାଧ୍ୟମରେ ଆରମ୍ଭ ହୋଇଯାଇଛି ଚର୍ଚ୍ଚା ।

ଯାହା ଶୁଣିବାକୁ ମିଳିଛି ଗେହଲଟ୍ ହୋଇପାରନ୍ତି ପରବର୍ତ୍ତୀ କଂଗ୍ରେସ ଅଧ୍ୟକ୍ଷ । ତେବେ ଏହାକୁ ଖଣ୍ଡନ କରିଛନ୍ତି ଗେହଲଟ । ସେ କହିଛନ୍ତି ଯେ ସମୟ ଆସିଲେ ଦଳ ସବୁକିଛି ସ୍ପଷ୍ଟ ହେବ । ଏହି ଦାୟିତ୍ୱ ନେବାକୁ ଅନେକ ନେତା ଉପଲବ୍ଧ ଅଛନ୍ତି । କୁହାଯାଉଛି ଯେ, ସୋନିଆ ଗେହଲଟଙ୍କ ଏହି ବୈଠକରେ ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ କିଏ ହେବ ସେନେଇ ଆଲୋଚନା ହୋଇଛି ।

କଂଗ୍ରେସ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇବ । ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କିଛି ବରିଷ୍ଠ ନେତା ମଙ୍ଗଳବାର ଦିନ କଂଗ୍ରେସ ନେତୃତ୍ୱ ସୋନିଆ ଗାନ୍ଧୀଙ୍କ ନିକଟକୁ ବାର୍ତ୍ତା ପଠାଇ ସଦସ୍ୟ ଏହି ପଦବୀ ଗ୍ରହଣ କରିବାକୁ ଦାବି କରିଛନ୍ତି । ଦଳର ନେତାଙ୍କ ମଧ୍ୟରେ ଚିନ୍ତା ରହିଛି ଯେ ପରିବାର ବାହାରେ ଅଧ୍ୟକ୍ଷତା କରିବା ଯାହା ଆଗକୁ ଅଧିକ ବିବାଦ ସୃଷ୍ଟି କରିବ । ସାଂଗଠନିକ ଏକତା ପାଇଁ ଏହା ଏକ ଗମ୍ଭୀର ସମସ୍ୟା ହୋଇପାରେ ।

କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ପ୍ରାର୍ଥୀ ହେବାକୁ ଅଶୋକ ଗେହଲଟ୍ ସର୍ବସାଧାରଣରେ ଅସ୍ୱୀକାର କରିଛନ୍ତି । ତେବେ ପାର୍ଟି କାର୍ଯ୍ୟକ୍ରମ ପାଇଁ ଅହମ୍ମଦାବାଦ ଯିବା ପୂର୍ବରୁ ସେ ଅଧ ଘଣ୍ଟା କଂଗ୍ରେସ ମୁଖିଆଙ୍କୁ ଭେଟିଥିବା କୁହାଯାଉଛି । ଗେହଲଟ୍ ବୁଧବାର ଦିଲ୍ଲୀ ଫେରିବେ । ସେ ଦୋହରାଇଛନ୍ତି ଯେ ରାହୁଲ ଗାନ୍ଧୀ କଂଗ୍ରେସର ସ୍ୱାର୍ଥରେ ଶୀର୍ଷ ପଦ ଗ୍ରହଣ କରିବା ଉଚିତ୍ । ସେ ରାହୁଲଙ୍କୁ ଅଧ୍ୟକ୍ଷ ପଦ ଗ୍ରହଣ କରିବାକୁ ମନାଇବା ପାଇଁ ସୋନିଆଙ୍କୁ ପୁଣିଥରେ କହିଛନ୍ତି ବୋଲି କୁହାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.