ରାଜସ୍ଥାନ ନିର୍ବାଚନ: ମୁଖ୍ୟମନ୍ତ୍ରୀ ପଦ ହରାଇଲେ କିନ୍ତୁ ନିର୍ବାଚନ ଜିତିଲେ, ଅଶୋକ ଗେହଲୋଟଙ୍କ ଷଷ୍ଠ ବିଜୟ

Published By : Prameya-News7 Bureau | December 03, 2023 IST

ଜୟପୁର: ରାଜସ୍ଥାନରେ ସିନା କଂଗ୍ରେସ ହାରିଲା ହେଲେ ଦଳର ବରିଷ୍ଠ ନେତା ତଥା ମୁଖ୍ୟମନ୍ତ୍ରୀ ହୋଇଥିବା ଅଶୋଗ ଗେହଲୋଟ କିନ୍ତୁ ନିର୍ବାଚନ ଜିତି ଯାଇଛନ୍ତି। ସେ ତାଙ୍କ ନିର୍ବାଚନ ମଣ୍ଡଳୀ ସରଦାରପୁରାରୁ ୨୬୩୯୬ ଭୋଟ୍‌ରେ ବିଜୟୀ ହୋଇଛନ୍ତି। ବିଜେପିର ଡ. ମହେନ୍ଦ୍ର ରାଠୋଡ଼ଙ୍କୁ ହରାଇଛନ୍ତି ଗେହଲଟ୍।

ଗତ ୨୦୧୮ ନିର୍ବାଚନ ଗେହଲୋଟ ପଞ୍ଚମ ଥର ପାଇଁ ବିଜୟୀ ହୋଇଥିଲେ। ଫଳରେ ତାଙ୍କ ଦଳ ସରକାର ଗଠନ କରିଥିଲା। ସରଦାରପୁରର ସେ ବିଜେପିର ଶାମ୍ଭି ସିଂହଙ୍କୁ ୪୫,୫୯୭ ଖଣ୍ଡ ଭୋଟ୍‌ରେ ପରାସ୍ତ କରିଥିଲେ।

୨୦୦ ଆସନ ବିଶିଷ୍ଟ ରାଜସ୍ଥାନରେ ସକାଳୁ ଭୋଟ ଗଣତି ଆରମ୍ଭ ହୋଇଥିଲା। ୨୦୦ ଆସନ ମଧ୍ୟରୁ ରାଜ୍ୟରେ ୩୪ଟି ଅନୁସୂଚିତ ଜାତି ସଂରକ୍ଷିତ ଏବଂ ୨୫ ଆସନ ଅନୁସୂଚତି ଜନଜାତି ସଂରକ୍ଷିତ ରହିଛି।   

ପଢ଼ନ୍ତୁ-ରାଜସ୍ଥାନରେ ପରାଜୟ ସ୍ୱୀକାର କଲା କଂଗ୍ରେସ; ହେଲେ ବିପୁଳ ବିଜୟ ହାସଲ କଲେ ସଚିନ ପାଇଲଟ  

ଭାରତୀୟ ନିର୍ବାଚନ କମିଶନଙ୍କ ୱେବ୍‌ସାଇଟ୍‌ରୁ ପ୍ରାପ୍ତ ସୂଚନା ଅନୁସାରେ, ରାଜସ୍ଥାନରେ ବିଜେପି ୧୧୫ ଆସନରେ ବିଜୟୀ ହୋଇଛି। କଂଗ୍ରେସକୁ ମିଳିଛି ମାତ୍ର ୬୮ ଘଣ୍ଟ ଭୋଟ୍। ଏଥିସହିତ ଦଳ ଗୋଟିଏ ଆସନରେ ଆଗୁଆ ରହିଛି। ଅନ୍ୟପଟେ ଭାରତ ଆଦିବାସୀ ପାର୍ଟକୁ ୩ଟି ଆସନ, ବହୁଜନ ସମାଜ ପାର୍ଟିକୁ ୨ଟି ଆସନ ମିଳିଥିବା ବେଳେ ୮ ସ୍ୱାଧିନା ପ୍ରାର୍ଥୀ ନିର୍ବାଚନ ଜିତିଛନ୍ତି।

ଏହା ପୂର୍ବରୁ ଦଳର ପରାଜୟ ସ୍ୱୀକାର କରି ସୋସିଆଲ୍ ମିଡିଆ ସାଇଟ୍‌ରେ ପ୍ରତିକ୍ରିୟା ଦେଇଥିଲେ ଅଶୋକ ଗେହଲୋଟ। ସୋସିଆଲ୍ ମିଡିଆ ସାଇଟ୍‌ ଏକ୍ସରେ ପୋଷ୍ଟ କରି ଗେହଲଟ ଲେଖିଛନ୍ତି ଯେ ରାଜସ୍ଥାନବାସୀଙ୍କ ଜନାଦେଶକୁ ବିନମ୍ରତାର ସହ ସ୍ୱୀକାର କରୁଛୁ। ତେବେ ଏହା ସମସ୍ତଙ୍କ ପାଇଁ ଅପ୍ରତ୍ୟାଶିତ ପରିଣାମ। ଗେହଲୋଟ ଏକ୍ସରେ ପୋଷ୍ଟ କରି ଲଖିଛନ୍ତି “ରାଜସ୍ଥାନର ଜନତାଙ୍କ ଦ୍ୱାରା ଦିଆଯାଇଥିବା ଜନାଦଶକୁ ଆମେ ବନିର୍ମତାପୂର୍ବକ ସ୍ୱୀକାର କରୁଛୁ। ଏହା ସମସ୍ତଙ୍କ ପାଇଁ ଅପ୍ରତ୍ୟାଶିତ ପରିଣାମ। ଏହି ପରାଜୟ ଦର୍ଶାଉଛି ଯେ ଆମେ ଆମ ଯୋଜନା, ଆଇନ ଓ ନୂଆବିଚାରଧାରାକୁ ଜନତାଙ୍କ ପାଖରେ ପହଞ୍ଚାଇବାକୁ ସମ୍ପୂର୍ଣ୍ଣ ସଫଳ ହୋଇପାରିଲୁ ନାହିଁ।”

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.