ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||
  • ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର
  • ||
  • ଭୁବନେଶ୍ୱର: ଗୁମର ଖୋଲିଛି ଶ୍ରଦ୍ଧାଞ୍ଜଳୀ, ଇଡି ହାତରେ ଲାଗିଛି ବିସ୍ଫୋରକ ତଥ୍ୟ
  • ||
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||

କିଏ ହେବେ ରାଜସ୍ଥାନର ପରବର୍ତ୍ତି ମୁଖ୍ୟମନ୍ତ୍ରୀ ? ଆଜି ବସିବ ବିଧାୟକ ଦଳର ବୈଠକ

25/09/2022 at 7:57 AM

ଜୟପୁର: ଅଶୋକ ଗେହେଲୋଟ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିବା ସୁନିଶ୍ଚିତ ହୋଇଛି। ଏପରି ସ୍ଥିତିରେ ଯଦି ସେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ନ୍ତି ତେବେ ରାଜସ୍ଥାନର ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ ହେବେ ସେ ନେଇ ଆଜି ନିଷ୍ପତ୍ତି ହୋଇପାରେ। ଏଥିପାଇଁ ରବିବାର ରାଜସ୍ଥାନ କଂଗ୍ରେସ ବିଧାୟକ ଦଳ ବୈଠକ ଡକାଯାଇଛି। ଏହି ବୈଠକରେ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି।

ମୁଖ୍ୟମନ୍ତ୍ରୀ ଗେହେଲୋଟଙ୍କର ସରକାରୀ ବାସଭବନରେ ଏହି ବୈଠକ ହେବାକୁ ସ୍ଥିର ହୋଇଛି। ଏହି ବୈଠକରେ ଦଳର ବରିଷ୍ଟ ନେତା ଯତା ଅଜୟ ମାକେନ ଓ ମଲ୍ଲିକାର୍ଜୁନ ଖଡ଼ଗେ ଉପସ୍ଥିତ ରହିବେ। ଏହି ବୈଠକ ନେଇ ସୂଚନା ଦେଇଛନ୍ତି କଂଗ୍ରେସ ନେତା କେସି ବେଣୁଗୋପାଳ।

ବେଣୁ ଗୋପାଳ ଟ୍ୱିଟ୍ କରି କହିଛନ୍ତି ” କଂଗ୍ରେସ ସଭାପତି ଅଜୟ ମାକନଙ୍କ ସହ ମଲ୍ଲିକାର୍ଜୁନ ଖଡ଼ଗେ, ଏଆଇସିସି ଜେନେରାଲ୍ ସେକ୍ରେଟାରୀ ଓ ରାଜସ୍ଥାନ ପ୍ରଭାରୀଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛନ୍ତି। ଏମାନେ ୨୫ ସେପ୍ଟେମ୍ବରରେ ସନ୍ଧ୍ୟା ୭ଟା ବେଳେ ହେବାକୁ ଥିବା କଂଗ୍ରେସ ବିଧାୟକ ଦଳର ବୈଠକରେ ଯୋଗ ଦେବେ।”

ତେବେ ରାଜସ୍ଥାନର ପରବର୍ତ୍ତି ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ହୋଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି। ଏହାରି ଭିତରେ ରାଜସ୍ଥାନ ସ୍ପିକର ସିପି ଜୋଶୀଙ୍କୁ ଭେଟିଛନ୍ତି ସଚିନ ପାଇଲଟ। ଉଭୟଙ୍କ ମଧ୍ୟରେ ବୈଠକ ପରେ ଆଲୋଚନା ପାଇଲଟ ମୁଖ୍ୟମନ୍ତ୍ରୀ ହେବା ନେଇ ଏକପ୍ରକାର ସ୍ଥିର ହୋଇଥିବା କୁହାଯାଉଛି।

   Related Posts