କରୋନା ଲକ୍ ଡାଉନରେ ସରକାରୀ କର୍ମଚାରୀଙ୍କୁ ରାଜସ୍ଥାନ ସରକାରଙ୍କ ଆଶ୍ୱସ୍ତି, ୫ ପ୍ରତିଶତ ବଢିଲା ମହଙ୍ଗା ଭତ୍ତା

Published By : Prameya-News7 Bureau | March 27, 2020 IST

ଜୟପୁର:  କରୋନା ସଂକ୍ରମଣ ଯୋଗୁ ସାରା ଦେଶ ଏବେ ଲକ୍ ଡାଉନରେ ରହିଛି। ଏଥିରେ ସରକାରୀ କର୍ମଚାରୀଙ୍କ ଲାଗି ରାଜସ୍ଥାନର ଅଶୋକ ଗେହଲତ ସରକାର ୫ ପ୍ରତିଶତ ମହଙ୍ଗା ଭତ୍ତା( ଡିଏ) ବୃଦ୍ଧି  ଘୋଷଣା କରିଛନ୍ତି। ରାଜ୍ୟ ଅର୍ଥମନ୍ତ୍ରାଳୟ ଏ ନେଇ ଜାରି କରିଥିବା ବିଜ୍ଞପ୍ତି ଅନୁସାରେ ସରକାରୀ କର୍ମଚାରୀଙ୍କ ଡିଏ ୧୨ରୁ ୧୭ ପ୍ରତିଶତକୁ ବୃଦ୍ଧି ହୋଇଥିବା ଜଣାପଡିଛି। କର୍ମଚାରୀଙ୍କୁ ଏହି  ବର୍ଧିତ ଭତ୍ତା ପିଛିଲା ଭାବେ ୧ ଜୁଲାଇ ୨୦୧୯ରୁ ପ୍ରଦାନ କରାଯିବ।  

କର୍ମଚାରୀଙ୍କ ଡିଏ ବୃଦ୍ଧି ପୂର୍ବରୁ ମୁଖ୍ୟମନ୍ତ୍ରୀ ଲକଡାଉନକୁ ନଜରରେ ରଖି ସାମାଜିକ ସୁରକ୍ଷା ପେନସନ ହିତାଧିକାରୀଙ୍କ ଲାଗି ୨ହଜାର କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଥିଲେ। ଫଳରେ ରାଜ୍ୟର ୧.୪୧ କୋଟି ହିତାଧିକାରୀ ଲାଭାନ୍ୱୀତ ହେବେ। ଏହା ଛଡା ୭୮ ଲକ୍ଷ ସାମାଜିକ ସୁରକ୍ଷା ହିତାଧିକାରୀଙ୍କୁ ଏକକାଳୀନ ୨ ମାସର ପେନସନ ତୁରନ୍ତ ପ୍ରଦାନ ଲାଗି ନିର୍ଦ୍ଦେଶ ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.