Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ: ହଟିଲା କଟକଣା, ନୂଆ ବର୍ଷରୁ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର: ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପନେବ ଗଭୀର ଅବପାତ, ବର୍ଷାରେ ଭିଜିବ ଦକ୍ଷିଣ ଓଡିଶା
  • ||
  • ୧୭ ଜଣିଆ ରଣଜୀ ଟିମ୍ ଘୋଷଣା : ଶୁଭ୍ରାଂଶୁ ସେନାପତି ଅଧିନାୟକ, ୪ ନୂଆ ମୁହଁ
  • ||
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

‘ଅଗଷ୍ଟରେ ସୋନିଆ ଗାନ୍ଧୀଙ୍କୁ ଇସ୍ତଫା କଥା କହିଥିଲି’, ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ବଡ ବୟାନ

25/09/2022 at 4:58 PM

ଜୟପୁର: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ରବିବାର ବଡ଼ ଖୁଲାସା କରିଛନ୍ତି । ଦିଲ୍ଲୀ ଯିବା ଉପରେ ଏକ ପ୍ରଶ୍ନର ଜବାବରେ ସେ କହିଛନ୍ତି, କଂଗ୍ରେସ ମୋତ ବହୁତ କିଛି ଦେଇଛି, ଏବେ ନୂଆ ପିଢିକୁ ସୁଯୋଗ ଦିଆଯିବା ଦରକାର । ସେ କହିଛନ୍ତି, ମୁଁ ଅଗଷ୍ଟରେ ସୋନିଆ ଗାନ୍ଧୀଙ୍କୁ ନିଜର ଇସ୍ତଫା ଦେବା କଥା ଜଣାଇଥିଲି । ରାଜସ୍ଥାନ ସହ ମୋର ଅତୁଟ ପ୍ରେମ ସବୁବେଳେ ରହିବ । ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ କିଏ ହେବ ଏହାର ନିଷ୍ପତ୍ତି ବିଧାୟକ ଦଳ ବୈଠକ ପରେ ହେବ ।

ଗେହଲଟ କହିଛନ୍ତି, ‘ମୁଁ ସିଏମ ରହେ କିମ୍ୱା ଅଧ୍ୟକ୍ଷ ରହେ, ମୁଁ ସନ୍ଦେଶ ଭଲ ପାଇବାର ସନ୍ଦେଶ। ମୁଁ ଇଚ୍ଛା ମୁଁ ଯୁବ ଏବଂ ଛାତ୍ରଙ୍କ ପାଇଁ ଅଧିକରୁ ଅଧିକ କାମ କରିବି । କୌଣସି ପରିସ୍ଥିତି ହିଂସା ଏବଂ ଉତ୍ତେଜନା ନ ହେବା ଦରକାର। ଆମର ନେତା ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀ ଦେଶ ପାଇଁ ଜୀବନ ଦେଇଥିଲେ, ଦେଶକୁ ଏକଜୁଟ ରଖିବାର କାମ କରିଥିଲେ’।

ରାଜସ୍ଥାନ କଂଗ୍ରେସ ରବିବାର ବିଧାୟକ ଦଳ ବୈଠକ କରିବ । ଏହି ବୈଠକରେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀଙ୍କ ଚୟନ ହୋଇପାରେ । ଅଶୋକ ଗେହଲଟ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି ବୋଲି ଅନୁମାନ କରାଯାଉଛି । ଉଲ୍ଲେଖଯୋଗ୍ୟ, ଶନିବାର କଂଗ୍ରେସ ଅଧ୍ୟକ୍ଷ ପଦର ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ନିର୍ବାଚନରେ ନିଜର ପ୍ରାର୍ଥୀତ୍ୱକୁ ମଜଭୁତ କରିବା ପାଇଁ ନାମାଙ୍କନ ପୂର୍ବରୁ ଦଳର ବରିଷ୍ଠ ନେତା ଅଶୋକ ଗେଲହଟ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ।

   Related Posts