ଆଗକୁ ନିର୍ବାଚନ: ୧୦୦ ୟୁନିଟ୍ ବିଜୁଳି ଫ୍ରି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ
31/05/2023 at 11:28 PM

ଜୟପୁର: ଆଗକୁ ନିର୍ବାଚନ ଆସୁଥିବାରୁ ରାଜସ୍ଥାନରେ ମାଗଣା ଲୋଭ ଦେଖାଇବା ଆରମ୍ଭ କଲା କ୍ଷମତାସୀନ କଂଗ୍ରେସ। ରାଜ୍ୟରେ ୧୦୦ ୟୁନିଟ୍ ମାଗଣା ବିଜୁଳି ଦେବାକୁ ଘୋଷଣା କରିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ।
ଏନେଇ ଅଶୋକ ଗେହଲଟ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି “ ମହଙ୍ଗା ରିଲିଫ କ୍ୟାମ୍ପ ଦେଖିବା ପରେ ଲୋକଙ୍କ ସହ କଥା ହେବା ପରେ ବିଜୁଳ ସ୍ଲାବ୍ରେ ସାମାନ୍ୟ କମ୍ କରିବାକୁ ପରାମର୍ଶ ମିଳିଲା। ମେ ମାସର ବିଜୁଳି ଖର୍ଚ୍ଚ ଅଧିକ ନେଇ ମଧ୍ୟ ଲୋକଙ୍କ ଠାରୁ ଫିଡ୍ ବ୍ୟାକ୍ ମିଳିଛି। ଏହାକୁ ଆଧାର କରି ବଡ଼ ନିଷ୍ପତ୍ତି ନିଆଯାଇଛି।” ଯେଉଁମାନେ ପ୍ରତି ମାସରେ ୧୦୦ ୟୁନିଟ ବିଜୁଳି ବ୍ୟବହାର କରିବେ, ସେମାନଙ୍କ ବିଲ୍ ଦେବାକୁ ପଡ଼ିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।
ପଢନ୍ତୁ- କର୍ଣ୍ଣାଟକରେ ସିଦ୍ଦରମୈୟା କ୍ୟାବିନେଟ୍ରେ ଅଦଳବଦଳ, ଫାଇଦାରେ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ପୁଅ…
ମୁଖ୍ୟମନ୍ତ୍ରୀ ଟ୍ୱିଟରରେ ଲେଖିଛନ୍ତି “ ପ୍ରଥମ ୧୦୦ ୟୁନିଟ୍ ବିଜୁଳି ମାଗଣା ଦିଆଯିବ। ସେ ଯାହା ବି ହେଉ ନାହିଁ କାହିଁକି। ୧୦୦ ୟୁନିଟ ବିଜୁଳି ଖର୍ଚ୍ଚ ପାଇଁ ଲୋକଙ୍କୁ କୌଣସି ମୂଲ୍ୟ ଦେବାକୁ ହେବନି।”