ରାଜସ୍ଥାନରେ ୧ ଲକ୍ଷ ନୂଆ ନିଯୁକ୍ତି: ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଘୋଷଣା
16/02/2023 at 8:01 PM

ନୂଆଦିଲ୍ଲୀ, ୧୬/୦୨: ରାଜସ୍ଥାନରେ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସର ଅଶୋକ ଗେହଲଟ ମାଷ୍ଟରଷ୍ଟ୍ରୋକ୍ ଖେଳିବାକୁ ଚେଷ୍ଟା କରିଛନ୍ତି। ନିକଟରେ ବଜେଟ୍ରେ ଅନେକ ମାଗଣା ସ୍କିମ୍ ଘୋଷଣା ପରେ ଏବେ ଗେହଲଟ ସରକାର ଜନତାଙ୍କ ପାଇଁ ପ୍ରତିଶ୍ରୁତର ବର୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀ ରାଜ୍ୟରେ ଏକ ଲକ୍ଷ ସରକାରୀ ଚାକିରି ସହ ଅନେକ ଘୋଷଣା କରିଛନ୍ତି। ଆଉ ଭୋଟ୍ ହାତେଇବାକୁ ଚେଷ୍ଟା କରିଛନ୍ତି।
ଗୁରୁବାର ବିଧାନସଭାରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏକ ଲକ୍ଷ ନୂଆ ଚାକିରି ଘୋଷଣା କରିଛନ୍ତି। ଏହା ସହ ଚିରଞ୍ଜିବୀ ଯୋଜନା ସଂପ୍ରସାରିତ କରିବା ନେଇ ମଧ୍ୟ ଘୋଷଣା କରିଛନ୍ତି। ଚିରଞ୍ଜିବୀ ଯୋଜନା ଅନ୍ତର୍ଗତ ଅଙ୍ଗପ୍ରତିରୋପଣ ସୁବିଧା ରାଜ୍ୟ ବାହାରର ହସ୍ପିଟାଲରେ ମଧ୍ୟ ଉପଲବ୍ଧ ହେବ। ସବୁ ଆବାସିକ ବିଦ୍ୟାଳୟରେ ଓ୍ବାର୍କସପ୍ ବ୍ୟବସ୍ଥା କରିବା ନେଇ ଘୋଷଣା କରିଛନ୍ତି।
ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ ୫ ହଜାର ରାଜୀବ ଗାନ୍ଧୀ ଯୁବ ମିତ୍ର, ମହାରାଓ ଶେଖାଜୀ ଆର୍ମୀ ଟ୍ରେନିଂ ସ୍କୁଲ ଖୋଲିବା ନେଇ ମଧ୍ୟ କହିଛନ୍ତି। ବିକାନୋରରେ ଆଇ ଷ୍ଟାର୍ଟ ଅପ୍ ସେଣ୍ଟର ଖୋଲିବା ପାଇଁ ମଧ୍ୟ ଘୋଷଣା କରିଛନ୍ତି। କିଛି ସରକାରୀ କଲେଜ୍, ହଓ୍ବାମହଲ ରେ ଉର୍ଦ୍ଦୁ କନ୍ୟା ବିଏଡ କଲେଜ ଖୋଲିବା। ସଂସ୍କୃତ କଲେଜରେ ନିୟମିତ ଭାବରେ ଯୋଗ ଏବଂ ଧ୍ୟାନ କ୍ଳାସ୍ ନେଇ ମଧ୍ୟ ଘୋଷଣା କରିଛନ୍ତି। ସରକାରୀ କଲେଜ ରେ ଓପନ ଜିମ୍ ଖୋଲିବା ନେଇ ମଧ୍ୟ ଘୋଷଣା କରିଛନ୍ତି। ଏହି ସମୟରେ ଗେହଲୋଟ୍ ପିଏମ ମୋଦୀଙ୍କୁ ମଧ୍ୟ ଟାର୍ଗେଟ କରିଥଲେ। ସିଏମ ଗେହଲୋଟ୍ ମୋଦୀଙ୍କ ନାଁ ନେଇ କହିଛନ୍ତି ଏଠି ତ’ ଓଲଟା ଗଙ୍ଗା ବହୁଛି।