Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଉ କିଛି ଦିନ ପରେ ସାଜିଥାନ୍ତେ ବରଗଡ଼ ଧନୁଯାତ୍ରାର ବଳରାମ, ତା ଆଗରୁ ଦୁନିଆ ଛାଡ଼ି ଚାଲିଗଲେ ଶ୍ରେୟସ
  • ||
  • ଜାଡ଼ରେ ଥରୁଛି କନ୍ଧମାଳ: ଫୁଲବାଣୀରେ ୬.୬ ଡିଗ୍ରୀ, ଦାରିଙ୍ଗବାଡିରେ ୮.୫ ଡିଗ୍ରୀ ସେଲସିୟସ
  • ||
  • ମହିଳା ପ୍ରଦର୍ଶନକାରୀଙ୍କ ସ୍ତନ ଏବଂ ଗୁପ୍ତାଙ୍ଗକୁ ଗୁଳି କରୁଛନ୍ତି ଇରାନୀ ସେନା, ଖୁଲାସା କଲେ ଡାକ୍ତର
  • ||
  • ସିନ୍ଧେକେଲା ଥାନା ଆଇଆଇସି ଗିରଫ, ୨୫ ହଜାର ଲାଞ୍ଚ ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ
  • ||
  • ଧର୍ମଗଡ: ଭାରସାମ୍ୟ ହରାଇ ଗଛରେ ପିଟିଲା ମିନିଟ୍ରକ, ଦୁର୍ଘଟଣାରେ ଜଣେ ମୃତ
  • ||
  • ଜାଡ଼ରେ ଥରୁଛି ରାଜ୍ୟ, କୋରାପୁଟରେ ତଳକୁ ଖସିଲା ପାରଦ
  • ||
  • ମୋହନା: ଗୋଷ୍ଠୀ କେନ୍ଦ୍ର ପଛପଟେ ପଡ଼ିଛି କୁଢ଼ କୁଢ଼ ଔଷଧ, ବୈଧତା ଥାଇ ବି ଫୋପାଡିଦେଲେ
  • ||
  • ପାଟଣା ରେଞ୍ଜରେ ଘୁରି ବୁଲୁଛନ୍ତି ହାତୀପଲ, ଧାନ ଫସଲ ନଷ୍ଟ ସହ ଖାଇଗଲେ ଶହ ଶହ ଧାନ ବିଡା
  • ||
  • ନିଶ୍ଚିତକୋଇଲି: ବିଳମ୍ବିତ ରାତିରେ ମାତିଲେ ଡକାୟତ, ଚୋରି କରିବାକୁ ଆସି ନେଇଗଲେ ଜୀବନ
  • ||

ସୋନିଆଙ୍କୁ ଭେଟିବା ପରେ ଅଶୋକ ଗେହଲଟଙ୍କ ବଡ଼ ଘୋଷଣା, କହିଲେ-ଲଢିବେନି କଂଗ୍ରେସ ସଭାପତି ନିର୍ବାଚନ

29/09/2022 at 3:58 PM

ନୂଆଦିଲ୍ଲୀ ୨୯।୯: ରାଜସ୍ଥାନରେ ଜାରି ରାଜନୈତିକ ସଂକଟରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଗୁରୁବାର ନୂଆଦିଲ୍ଲୀରେ ସୋନିଆ ଗାନ୍ଧିଙ୍କୁ ଭେଟିଛନ୍ତି। ସୋନିଆଙ୍କ ସହ ତାଙ୍କର ଏହି ସାକ୍ଷାତ ଆଲୋଚନା ପାଖାପାଖି ଦେଢଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା। ବୈଠକ ପରେ ଗେହଲଟ କଂଗ୍ରେସ ସଭାପତି ନିର୍ବାଚନ ଲଢିବେ ନାହିଁ ବୋଲି ଘୋଷଣା କରିଛନ୍ତି। କେବଳ ଏତିକି ନୁହେଁ ରାଜସ୍ଥାନରେ ଯାହାବି କିଛି ହେଲା ସେଥି ଲାଗି ସେ ଦୁଃଖିତ ବୋଲି କହିଛନ୍ତି। ଏଥି ଲାଗି ସୋନିଆ ଗାନ୍ଧିଙ୍କୁ ସେ କ୍ଷମା ମଧ୍ୟ ମାଗିଥିବା ସେ କହିଛନ୍ତି।

ସୋନିଆଙ୍କୁ ଭେଟିବା ପରେ ଅଶୋକ ଗେହଲଟ କହିଛନ୍ତି ଯେ ଇନ୍ଦିରା ଗାନ୍ଧିଙ୍କ ସମୟରୁ ଗତ ୫୦ ବର୍ଷ ହେଲା ମୁଁ କଂଗ୍ରେସର ଜଣେ ବିଶ୍ୱସ୍ଥ ସିପାହୀ ରୂପେ କାମ କରିଆସୁଛି। ମୋ ଉପରେ ଭରସା କରି ଦଳ ଯେବେବି ଯେଉଁ ଦାୟିତ୍ୱ ଦେଇଛି ତାହାକୁ ବିଶ୍ୱସ୍ଥତାର ସହ ନିର୍ବାହ କରିଛି। ସେ କହିଛନ୍ତି ଯେ ରାହୁଲ ଗାନ୍ଧି କଂଗ୍ରେସ ସଭାପତି ନିର୍ବାଚନ ଲଢିବା ପାଇଁ ମନା କରିଦେବା ଓ ତାପରେ ତାଙ୍କୁ ଭେଟିବା କାଳରେ ନିର୍ବାଚନ ଲଢିବାକୁ ମନସ୍ତ କରିଥିଲି ବୋଲି କହିଛନ୍ତି। ତେବେ ରାଜସ୍ଥାନରେ ଯେଉଁ ଘଟଣା ଘଟିଲା ତାହା ମୋତେ ଦୋହଲାଇ ଦେଇଥିବା କହିଛନ୍ତି।

ରାଜସ୍ଥାନର ଘଟଣା ପୁରା ଦେଶକୁ ମୁଁ ମୁଖ୍ୟମନ୍ତ୍ରୀ ପଦବୀକୁ ଜାବୁଡି ବସିଥିବାର ବାର୍ତ୍ତା ଦେଇଛି। ଏଣୁ ସୋନିଆଙ୍କୁ କ୍ଷମା ପ୍ରାର୍ଥନା କରିଥିବା ଅଶୋକ ଗେହଲଟ କହିଛନ୍ତି। ଗୁରୁବାର ଅଶୋକ ଗେହଲଟ ସୋନିଆଙ୍କୁ ଭେଟିବା ଲାଗି ଯେତେବେଳେ ୧୦ ଜନପଥ ଗଲେ ତାଙ୍କ ହାତରେ ଏକ ପେପର ଥିଲା। ଯେଉଁଥିରେ ଯାହା ବି ହେଲା ତାହା ଅତ୍ୟନ୍ତ ଦୁଃଖଦ ଓ ଏଥିରେ ମୁ ମଧ୍ୟ ଆହତ ବୋଲି ଉଲ୍ଲେଖ ଥିଲା।

ତେବେ ଅଶୋକ ଗେହଲଟ ସଭାପତି ନିର୍ବାଚନରୁ ଓହରି ଯାଇଥିବା ବେଳେ ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହ କଂଗ୍ରେସ ସଭାପତି ନିର୍ବାଚନରେ ପ୍ରାର୍ଥୀ ହେବେ ବୋଲି ଘୋଷଣା କରିଛନ୍ତି। ଏଥିଲାଗି ସେ କଂଗ୍ରେସ ମୁଖ୍ୟାଳୟରୁ ପ୍ରାର୍ଥୀପତ୍ର ସଂଗ୍ରହ କରିସାରିଥିବା ବେଳେ ସେପ୍ଟେମ୍ବର ୩୦ ତାରିଖ ଦିନ ଦାଖଲ କରିବେ। ଏଥିରୁ ଯାହା ଜଣାପଡୁଛି ଗେହଲଟଙ୍କ ଉପରେ ଚାପ ପକାଇବା ପାଇଁ ହାଇକମାଣ୍ଡ ଏବେ ଦିଗବିଜୟ ସିଂହଙ୍କୁ ମୈଦାନରେ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛନ୍ତି ।  

   Related Posts