ରାଜ୍ୟସଭା ସାଂସଦ ଅଶୋକ ଗାସ୍ତିଙ୍କ ପରଲୋକ, କରୋନାରେ ଥିଲେ ସଂକ୍ରମିତ

Published By : Prameya-News7 Bureau | September 17, 2020 IST

ନୂଆଦିଲ୍ଲୀ ୧୭/୦୯: ରାଜ୍ୟସଭା ସାଂସଦ ତଥା ବିଜେପି ନେତା ଅଶୋକ ଗାସ୍ତିଙ୍କ ପରଲୋକ ଘଟିଛି । ଗାସ୍ତି କରୋନାରେ ଆକ୍ରାନ୍ତ ଥିବା ବେଳେ ତାଙ୍କୁ ୧୫ ଦିନ ହେଲା ବାଙ୍ଗାଲୋରର ମଣୀପାଲ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା ।

ଚଳିତ ବର୍ଷ କର୍ଣ୍ଣାଟକରୁ ରାଜ୍ୟସଭାକୁ ଯାଇଥିଲେ ବିଜେପି ନେତା ଅଶୋକ ଗାସ୍ତି । ପେଶାରେ ଓକିଲ ଥିବା ୫୫ ବର୍ଷୀୟ ଅଶୋକ ଗାସ୍ତି କର୍ଣ୍ଣାଟକର ରାଇଚୁର ଜିଲ୍ଲା​‌ରେ ୧୯୬୫ରେ ଜନ୍ମଗ୍ରହଣ କରିଥିଲେ । ତେବେ ଗାସ୍ତିଙ୍କ ବିୟୋଗରେ ଉପରାଷ୍ଟ୍ରପତି ଭେଙ୍ଗୟା ନାୟିଡୁ, ଲୋକସଭା ବାଚସ୍ପତି ଓମ ବିର୍ଲା ଶୋକ ପ୍ରକାଶ କରିଛନ୍ତି।

ଓମ୍‌ ବିର୍ଲା ଗାସ୍ତିଙ୍କ ବିୟୋଗରେ ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ଗାସ୍ତି କର୍ଣ୍ଣାଟକ ବିଜେପିର ଜଣେ ଆଗଧାଡ଼ିର ନେତା ଥିଲେ। ଲ’ରେ ସ୍ନାତକ ପାସ୍‌ କରିଥିବା ଅଶୋକ ଗାସ୍ତି ରାଇଚୁର ଜିଲ୍ଲାର ଜିଲ୍ଲା ପରିଷଦ ସଭାପତି ଭାବେ ମଧ୍ୟ ପୂର୍ବରୁ ଦାୟିତ୍ବ ତୁଲାଇଥିଲେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.