ବିରାଟ-କୋହଲିଙ୍କୁ ବିଜ୍ଞାପନରେ ନେବାକୁ ମନା କରିଥିଲେ ଅଶ୍ନୀର, ଏବେ କହିଲେ କାରଣ…
6/01/2023 at 2:40 PM

ନୂଆଦିଲ୍ଲୀ, ୦୬/୦୧: ଶାର୍କ ଟ୍ୟାଙ୍କ ଇଣ୍ଡିଆର ଜଜ୍ ଭାବରେ ରହିଆସିଥିବା ଅଶ୍ନୀର ଗ୍ରୋଭର ବିରାଟଙ୍କ ସହ ଜଡ଼ିତ ଏକ ଘଟଣା ସେୟାର କରିଛନ୍ତି। ଭାରତ-ପେ ର କୋ-ଫାଉଣ୍ଡର ଅଶ୍ନୀର ଗ୍ରୋଭର କହିଛନ୍ତି ଯେ ଏକଦା ସେ ବିରାଟ କୋହଲୀ ଏବଂ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ବ୍ରାଣ୍ଡ୍ ଆମ୍ବାସଡର ଭାବରେ ରିଜେକ୍ଟ କରିଥିଲେ।
ଏକ ସାକ୍ଷାତକାରରେ ଅଶ୍ନୀର କହିଥିଲେ ଯେ ଜଣେ ବ୍ରୋକର ସହ ଆଇପିଏଲ୍ ଡିଲ୍ ନେଇ କଥା ହେଉଥିଲେ। ଅଶ୍ନୀର କହିଛନ୍ତି, ‘‘ମୁଁ ତାଙ୍କୁ କହିଥିଲି ଯେ ଖେଳାଳିଙ୍କ ଜର୍ସୀର ସବୁ ସ୍ଥାନରେ ବିଜ୍ଞାପନ ରହିଛି। ଏମିତିରେ ମୁଁ ମଧ୍ୟ ଜର୍ସୀରେ ମୋର ସ୍ଥାନ ରଖିବାକୁ ଚାହୁଛି। କିନ୍ତୁ ମୋର ବିଚାରକୁ ଗୁରୁତ୍ବ ଦିଆଯାଇନଥିଲା। ଆଉ ବ୍ରୋକର ବିରାଟ କୋହଲିଙ୍କୁ ଆମ୍ବାସଡର କରିବା ପାଇଁ କହିଥିଲେ। ମୁଁ ବି ରାଜି ହୋଇଥିଲି। ଏହା ପରେ ସେ ମତେ ଏକ ନିର୍ଦ୍ଦିଷ୍ଟ ରାଶି କହିଥିଲେ। କିନ୍ତୁ ମତେ ସେହି ରାଶି କିଛି ଅଧିକ ଲାଗିଥିଲା। ଫଳରେ ମୁଁ ମନା କରିଦେଇଥିଲେ।’’
ଅଶ୍ନୀର ଆହୁରି ମଧ୍ୟ କହିଛନ୍ତି, ‘‘ବ୍ରୋକର ମତେ ସେହି ପ୍ୟାକେଜ୍ରେ ଅନୁଷ୍କା ଶର୍ମାଙ୍କୁ ମଧ୍ୟ ଆଡ୍ ପାଇଁ ନେବାକୁ କହିଥିଲେ। କିନ୍ତ ମୁଁ ତାଙ୍କୁ ମନା କରିଦେଇଥିଲି। ଆଉ ବ୍ରୋକରଙ୍କୁ କେହି ଅନ୍ୟ ଖେଳାଳିଙ୍କ ନାଁ କହିବାକୁ କହିଥିଲି। ସେ କହିଥିଲା ଯେ ଆଉ କାହାର ଔକାତ୍ ନାହିଁ। ଏହାପରେ ମୁଁ ତାଙ୍କୁ କହିଥିଲି, ଯେଉଁ ଦାମ୍ରେ ବିରାଟ କୋହଲିଙ୍କୁ ବିକ୍ରି କରୁଛ। ତାହାର ଅଧା ଦାମରେ ବାକି ୧୧ ଖେଳାଳି ଦିଅ, ଆଉ ପରେ ଏହି ଡିଲ୍ ହୋଇଥିଲା। କୋହଲିଙ୍କ ଅଧାଦାମ୍ରେ ମୁଁ ୧୧ ଖେଳାଳିଙ୍କୁ କିଣିଥିଲି।’’
ଅଶ୍ନୀର କହିଛନ୍ତି ଥରେ ସେ ବିରାଟ କୋହଲିଙ୍କୁ ଏହି କାହାଣୀ ଶୁଣାଇଥିଲେ। ଯାହକୁ ନେଇ ବିରାଟ କହିଥିଲେ ଆପଣ ବହୁତ ଭଲ ବ୍ୟବସାୟ କରିଥିଲେ। ଆଉ ଏହି କାହଣୀକୁ ଶୁଣି ସେ ବହୁତ ହସିଥିଲେ।