୬୦ ନୁହେଁ ୫୭ ବର୍ଷ ମୋତେ…. ଦ୍ଵିତୀୟ ବିବାହକୁ ନେଇ ଏମିତି କହିଲେ ଆଶିଷ ବିଦ୍ୟାର୍ଥି
27/05/2023 at 8:48 AM

ମୁମ୍ଵାଇ ୨୭।୦୫: ବଲିଉଡ ଅଭିନେତା ଆଶିଷ ବିଦ୍ୟାର୍ଥି। ତାଙ୍କ ବୟସର ଏହି ପର୍ଯ୍ୟାୟରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ତାଙ୍କ ବିବାହ ଖବର ସାମ୍ନାକୁ ଆସିବା ମାତ୍ରେ ସମସ୍ତ ପ୍ରଶଂସକଙ୍କୁ ଚକିତ କରି ଦେଇଥିଲା। ବର୍ତ୍ତମାନ ସେ ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ସ୍ପଷ୍ଟୀକରଣ ଦେଇଛନ୍ତି। ତାଙ୍କର ପ୍ରଥମ ପତ୍ନୀ ଏବଂ ଦ୍ୱିତୀୟ ବିବାହ ବିଷୟରେ ସୋସିଆଲ ମିଡିଆରେ କହିଛନ୍ତି।
ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଭିଡିଓ ସେୟାର କରି ଆଶିଷ କହିଛନ୍ତି – ଆମେ ସମସ୍ତେ ଅଲଗା ଢଙ୍ଗରେ ବଞ୍ଚିଥାଉ ଏବଂ ଖୁସି ହେବାକୁ ଚାହୁଁଛୁ। ପିଲୁ ଏବଂ ମୁଁ ପ୍ରାୟ ୨୨ ବର୍ଷ ପୂର୍ବେ ଦେଖା ହୋଇଥିଲୁ ଏବଂ ଆମ ସମ୍ପର୍କ ଆଗକୁ ବଢିଥିଲା। ଏହା ପରେ ଆମେ ବିବାହ କଲୁ। ଯାହା ପରେ ଆମ ଦୁହିଁଙ୍କର ଅର୍ଥ ଆସିଲା। ଯିଏ ବର୍ତ୍ତମାନ ୨୨ ବର୍ଷର ଅଟେ । ଏବେ ସେ ଚାକିରି କରୁଛି । କିନ୍ତୁ ଗତ ଦୁଇ ବର୍ଷ ଧରି ପିଲୁ ଏବଂ ମୁଁ ଜାଣିବାକୁ ପାଇଲି ଯେ ଆମେ ଏହି ଇନିଂସକୁ ବହୁତ ଭଲ ଭାବରେ ବଞ୍ଚାଇଛୁ। ହୃଦୟଙ୍ଗମ କରୁଛୁ ଯେ ଭବିଷ୍ୟତକୁ ଆମେ ଯେଉଁ ଢଙ୍ଗରେ ଦେଖୁଛୁ ତାହା ପରସ୍ପରଠାରୁ ଟିକିଏ ଭିନ୍ନ ଥିଲା ।ଭିଡିଓରେ, ଅଭିନେତା ଆହୁରି କହିଛନ୍ତି ଯେ ଆମର ପାର୍ଥକ୍ୟକୁ ସମାଧାନ କରିବା ପାଇଁ ଆମେ ଯଥାସମ୍ଭବ ଚେଷ୍ଟା କରିଥିଲୁ ।
ତାଙ୍କର ଦ୍ୱିତୀୟ ବିବାହ ବିଷୟରେ କଥାବାର୍ତ୍ତା କରି ଅଭିନେତା କହିଛନ୍ତି- ରୁପାଲି ଏବଂ ମୋର କଥାବାର୍ତ୍ତା ହୋଇଥିଲୁ ଏବଂ ଆମେ ଭାବିଥିଲୁ ଯେ ଆମେ ସ୍ୱାମୀ-ସ୍ତ୍ରୀ ଭାବରେ ଏକାଠି ଆଗକୁ ବଢିପାରିବା। ଏହି କାରଣରୁ ରୁପାଲି ଏବଂ ମୁଁ ବିବାହ କରିଥିଲୁ। ସେ ୫୦ ବର୍ଷ, ମୁଁ ୫୭ ବର୍ଷ । ୬୦ ନୁହେଁ । କିନ୍ତୁ ଏଥିରେ ବୟସ ଗୁରୁତ୍ୱ ରେଖେନି। ଆମର ବୟସ ଯାହା ହେଉ। ଆମ ସମସ୍ତେ ଖୁସି ଅଛୁ। ଏହି କଥାକୁ ସମ୍ମାନ କରିବା କଥା କି ଲୋକମାନେ କିପରି ନିଜ ଜୀବନ ବିତାଉଛନ୍ତି। ରାଜୋଶୀ ଇନଷ୍ଟାଗ୍ରାମରେ ଷ୍ଟୋରୀ ସେୟାର କରି ଆଶିଷଙ୍କ ବିବାହ ଉପରେ ନିଜର ପ୍ରତିକ୍ରିୟା ଦେଇଛନ୍ତି। ଯାହା ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହୋଇଛି।