Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

ଅଳ୍ପକେ ବର୍ତ୍ତିଲେ କେନ୍ଦ୍ରମନ୍ତ୍ରୀଙ୍କ ସ୍ୱାମୀ, ଯୋଗୀଙ୍କ ମନ୍ତ୍ରୀ ଆଶିଷ ପଟେଲଙ୍କ ଗାଡି ଉପରେ ପଡିଲା ଲାଉଡସ୍ପିକର ଟାୱାର

2/09/2022 at 5:56 PM

ଲକ୍ଷ୍ନୌ : ଉତ୍ତର ପ୍ରଦେଶର ପ୍ରତାପଗଡରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ କେନ୍ଦ୍ରମନ୍ତ୍ରୀ ଅନୁପ୍ରିୟ ପଟେଲଙ୍କ ମନ୍ତ୍ରୀ ସ୍ୱାମୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଦୁର୍ଘଟଣା ପରେ ପୋଲିସ ଏବଂ ପ୍ରଶାସନ ଚାପରେ ରହିଛି । ଶୁକ୍ରବାର ଆପନା ଦଳ ସୋନୱାଲର ସଦସ୍ୟତା ଅଭିଯାନର ଶୁଭାରମ୍ଭ ଅବସରରେ ଅନୁପ୍ରିୟା ପଟେଲଙ୍କ ସ୍ୱାମୀ ତଥା ଉତ୍ତର ପ୍ରଦେଶ ସରକାରରେ କ୍ୟାବିନେଟ ମନ୍ତ୍ରୀ ଆଶିଷ ପଟେଲ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ପହଞ୍ଚିଥିଲେ। ମନ୍ତ୍ରୀଙ୍କ କାର ସହ ତାଙ୍କ ସମର୍ଥକ ଏବଂ ଦଳୀୟ କର୍ମୀ ନାରା ଲଗାଇ ତାଙ୍କ ସହ ଚାଲୁଥିଲେ । ତେବେ ଏହି ସମୟରେ ଏକ ବଡ଼ ଦୁର୍ଘଟଣା ଘଟିଥିଲା।

ହାଇୱେରୁ କାର୍ଯ୍ୟକ୍ରମସ୍ଥଳରୁ ମନ୍ତ୍ରୀଙ୍କ କାର ଯିବା ସମୟରେ ତାଙ୍କ ସମର୍ଥକ ସ୍ୱାଗତ କରିବା ପାଇଁ ପହଞ୍ଚିଥିଲେ। ଗେଟରେ ପ୍ରବେଶ କରିବା ସମୟରେ ଲାଉଡସ୍ପିକର ଟାୱାର ସହ କାର ଧକ୍କା ହୋଇଥିଲା। ଟାୱାର ଆଶିଷ ପଟେଲଙ୍କ ଗାଡି ଉପରେ ପଡି ଯାଇଥିଲା। ଏଥିରେ ଭୟଭିତ ହୋଇ ଲୋକେ ଦୌଡାଦୌଡି କରିବା ଆରମ୍ଭ କରିଥିଲେ। ତେବେ ଦୁର୍ଘଟଣାରେ ଆଶିଷ ପଟେଲଙ୍କୁ କିଛି କ୍ଷତି ପହଞ୍ଚି ନଥିବା ବେଳେ ଅଧା ଡର୍ଜନରୁ ଅଧିକ କର୍ମୀ ଆହତ ହୋଇଛନ୍ତି । କାର ଉପରୁ ଟାୱାର ହଟାଇବା ପାଇଁ ପ୍ରାୟ ୧୫ ମିନିଟ ସମୟ ଲାଗିଥିଲା।

   Related Posts