ଯାହାଙ୍କୁ ଧୋନୀଙ୍କ ଉତ୍ତରାଧିକାରୀ ଭାବେ ଚୟନ କଲ, ସେ ଏବେ ଖେଳାଳିଙ୍କୁ ଡ୍ରିଙ୍କ୍ସ ଦେଉଛି: ଆଶିଷ ନେହେରା

Published By : Prameya-News7 Bureau | May 06, 2020 IST

ନୂଆଦିଲ୍ଲୀ ୦୬।୦୫: ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଆଶିଷ ନେହେରା କହିଛନ୍ତି         ଉଦୀୟମାନ ଓ୍ଵିକେଟ୍ କିପର ବ୍ୟାଟସମ୍ୟାନ ଋଷଭ ପନ୍ତ ଭଲ ପ୍ରଦର୍ଶନ କରି ପାରୁ ନାହାନ୍ତି ମାତ୍ର ଦଳ ପ୍ରବନ୍ଧକ ତାଙ୍କ କ୍ୟାରିୟରକୁ ସମ୍ଭାଳିବାକୁ ଚେଷ୍ଟା କରୁଛନ୍ତି। ନେହେରା ପୂର୍ବତନ ଭାରତୀୟ କ୍ରିକେଟ୍‌ର ଆକାଶ ଚୋପ୍ରାଙ୍କ ଶୋ ଆକାଶବାଣୀରେ କହିଛନ୍ତି ଯେ, ପନ୍ତ ଏମିତି ଜଣେ କ୍ରିକେଟ୍‌ର ଥିଲେ ଯାହାଙ୍କୁ ସମର୍ଥନ ଦେବା  ଆବଶ୍ୟକ ଥିଲା। ନେହେରା ପନ୍ତଙ୍କୁ ନେଇ ଦଳ ପ୍ରବନ୍ଧକଙ୍କ ଆଭିମୁଖ୍ୟ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ସେ ଉଦାହରଣ ଦେଇ କହିଛନ୍ତି ଦଳ ପ୍ରବନ୍ଧକ ଏ ପର୍ଯ୍ୟନ୍ତ କେଉଁ ଭଳି ଋଷଭ ପନ୍ତଙ୍କ କ୍ୟାରିୟର ସମ୍ଭାଳିଛନ୍ତି। ସେ କହିଛନ୍ତି ଲୋକେଶ ରାହୁଲ ପଞ୍ଚମ ସ୍ଥାନରେ ଖେଳୁଛନ୍ତି ଏବଂ ଯେଉଁ ବ୍ୟକ୍ତିଙ୍କୁ ଆପଣ ମହେନ୍ଦ୍ର ସିଂହ ଧୋନୀଙ୍କ ଜାଗାରେ ଖେଳାଇବାକୁ ପ୍ରସ୍ତୁତ କରାଉଥିଲେ ଏବେ ସେ ଖେଳାଳିଙ୍କୁ ଡ୍ରିଙ୍କ୍ସ ଦେଉଛନ୍ତି। ପନ୍ତ ନିରନ୍ତର ପ୍ରଦର୍ଶନ ନକରି ପାରିବା କାରଣରୁ ସୀମିତ ଓଭର କ୍ରିକେଟ୍‌ରେ ଭାରତୀୟ ଦଳରେ ନିଜର ସ୍ଥାନ ହରାଇ ସାରିଛନ୍ତି।

{"id":265808,"sizeSlug":"large"}

ଭାରତ ପାଇଁ ୧୭ଟି ଟେଷ୍ଟ, ୧୨୦ଟି ଦିନିକିଆ ଓ ୨୭ଟି ଅନ୍ତରାଷ୍ଟ୍ରୀୟ ଟି-୨୦ ମ୍ୟାଚ୍ ଖେଳିଥିବା ନେହେରା କହିଛନ୍ତି, ମୁଁ ଜାଣିଛି ଯେ ପନ୍ତ ନିଜର ସୁଯୋଗ ହାତଛଡା କରିଛନ୍ତି, ଏଥିରେ କୌଣସି ସନ୍ଦେହ ନାହିଁ। ତଥାପି ଆପଣ ତାଙ୍କୁ ଦଳରେ ରଖିଛନ୍ତି, କାରଣ ପନ୍ତଙ୍କ ବୟସ ମାତ୍ର ୨୨-୨୩ ଏବଂ ଆପଣ ତାଙ୍କ  ଠାରେ ସମ୍ଭାବନା ଦେଖିଥିଲେ।

ସେ କହିଛନ୍ତି ପ୍ରତିଭାଶାଳୀ ଖେଳାଳିଙ୍କୁ ଲମ୍ବା ସମୟପ ପର୍ଯ୍ୟନ୍ତ ସମର୍ଥନ କରିବା ଉଚିତ୍। ଆଜି ଆମେ ଭାରତୀୟ ଦଳରେ ପଞ୍ଚମ ଓ ଷଷ୍ଠ ସ୍ଥାନରେ ଖେଳିବା ନେଇ ଆଲୋଚନା କରୁଛେ, କିନ୍ତୁ ଏହି ଅର୍ଡରରେ କିଏ ଖେଳିବ ତାହା ସୁନିଶ୍ଚିତ ହୋଇ ପାରୁ ନାହିଁ।

{"id":265809,"sizeSlug":"large"}

ନେହେରା ବିରାଟ କୋହଲିଙ୍କ ଅଧିନାୟକତ୍ଵ ବିଷୟରେ କହିଛନ୍ତି ଯେ, ସେ ଏବେ ମଧ୍ୟ ନେତୃତ୍ଵ ନେବାରେ ପ୍ରଗତି କରୁଛନ୍ତି। ବିରାଟଙ୍କୁ ଜଣେ ଖେଳାଳି ଭାବେ ପ୍ରଶଂସାର କୌଣସି ଆବଶ୍ୟକତା ନାହିଁ, କାରଣ ତାଙ୍କ କ୍ୟାରିରର ଗ୍ରାଫ ପୂରା କାହାଣୀ ଦର୍ଶାଇ ଦେଉଛି। ଜଣେ ଖେଳାଳି ଭାବେ କୋହଲି ଚମତ୍କାର ପ୍ରଦର୍ଶନ କରିଛନ୍ତି। ଅଧିନାୟକ ଭାବେ ମୋତେ ଲାଗୁଛି ସେ ଏବେ ମଧ୍ୟ ପ୍ରଗତି କରୁଛନ୍ତି। ଅଧିନାୟକ ଭାବେ କୋହଲି କିଛିଟା ଆବେଗରେ ଆସି ନିଷ୍ପତ୍ତି ନିଅନ୍ତି ବୋଲି ନେହେରା କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.