ଠିକା ଶ୍ରମିକଙ୍କ ମୃତ୍ୟୁ ପାଇଁ ଆସିକା ଚିନି କଳରେ ଶ୍ରମିକ ଅଶାନ୍ତି
22/05/2022 at 11:38 PM

ସାନଖେମୁଣ୍ଡି ୨୨/୦୫ : ଗଞ୍ଜାମ ଜିଲ୍ଲା ଆସିକା ଚିନି କଳରେ ଚଳିତ ମାସ ୧୬ ତାରିଖ ଦିନ କାମ କରୁଥିବା ସମୟରେଗ୍ୟାସ ପାଇପ ଫାଟି ଦୁଇଜଣ ଠିକା ଶ୍ରମିକ ଗୁରୁତର ଆହତ ହୋଇଥିଲେ। ଦୁଇ ଗୁରୁତରଙ୍କୁ ବ୍ରହ୍ମପୁର ଓ ପରେ କଟକ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। କିନ୍ତୁ ଉପଯୁକ୍ତ ଚିକିତ୍ସା ନମିଳିବାରୁ ପରିବାର ଲୋକ ସେମାନଙ୍କୁ ଭୁବନେଶ୍ଵରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ ।
ହେଲେ ଆଜି ଗୁରୁତର ୨ ଜଣଙ୍କ ମଧ୍ୟରୁ ବିଘ୍ନେଶ୍ଵର ବେହେରା ନାମକ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଏହା ପରେ ଶ୍ରମିକ ଅଶାନ୍ତି ବଢିଥିବା ବେଳେ ମୃତଦେହକୁ ଚିନିକଳ ପରିସରରେ ରଖି ଶ୍ରମିକମାନେ କ୍ଷତିପୂରଣ ଦାବି କରିଛନ୍ତି । ଏଥିସହ ମୃତକଙ୍କ ପରିବାର ଜଣେ ସଦସ୍ୟଙ୍କୁ ନିଯୁକ୍ତି ଦାବି କରିଛି ଶ୍ରମିକ ସଂଗଠନ।
Related Posts
କଳିଙ୍ଗା ଡିଏଭି ସ୍କୁଲ ନିକଟରେ ଓଲଟିଲା ସ୍ୱିଫ୍ଟ୍ କାର, ୩ ଆହତ
9 August 2022
ମଦ ବେପାରକୁ ବିରୋଧ କରିବାରୁ ଅପହରଣ ଅଭିଯୋଗ, ଥାନା ଘେରିଲେ ଲୋକେ
9 August 2022