୭ ଦଫା ଦାବି ନେଇ ଆଶାକର୍ମୀଙ୍କ ଆନ୍ଦୋଳନ, ପ୍ରସୂତି ସେବା ବ୍ୟାହତ

Published By : Prameya-News7 Bureau | December 06, 2022 IST

ପାଟଣା, ୦୬/୧୨: କେନ୍ଦୁଝର ଜିଲ୍ଲା ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ପାଟଣା ବ୍ଲକର ଆଶାକର୍ମୀମାନେ ବିଭିନ୍ନ ଦାବି ନେଇ ଆନ୍ଦୋଳନରେ  ବସିଛନ୍ତି । ମାସକୁ ୧୮ ହଜାର ଟଙ୍କା ଦରମା, ସ୍ଥାୟୀ ନିଯୁକ୍ତି, ଅବସର ପରେ ମାସକୁ ୫ ହଜାର ଟଙ୍କା ପେନସନ୍, ପ୍ରତେକ ସେକ୍ଟରରେ ଆଶାକର୍ମୀ ମାନଙ୍କ ପାଇଁ ଅଶାଗୃହ ନିର୍ମାଣ ଏବଂ ମେଡ଼ିକାଲକୁ ପ୍ରସୂତିଙ୍କୁ ନେଇ ଯାଉଥିବା ସମୟରେ ଆଶାକର୍ମୀମାନଙ୍କୁ ଡାକ୍ତର ଓ ସ୍ୱିପରମାନେ ଦୁର୍ବ୍ୟବହାର କରୁଥିବା ସହ  ସମ୍ମାନ ଦେବା ଆଦି ଦାବିରେ ଆଶାକର୍ମୀ ମାନେ ଧାରଣାରେ ବସି ଆନ୍ଦୋଳନ କରିଛନ୍ତି ।
ଜିଲ୍ଲା ମଜଦୂର ମହାସଂଘର ସଭାନେତ୍ରୀ ପ୍ରମିଳା ମହାନ୍ତଙ୍କ ନେତୃତ୍ୱରେ ପାଟଣା ବ୍ଲକର ବିଭିନ୍ନ ସେକ୍ଟରରେ କାର୍ଯ୍ୟ କରୁଥିବା ଆଶାକର୍ମୀ ଧାରଣାରେ ବସି ଆନ୍ଦୋଳନ କରିଛନ୍ତି । ଆଶାକର୍ମୀଙ୍କ ଧାରଣା ଯୋଗୁ ପ୍ରସୂତିଙ୍କ ସେବା ବ୍ୟାହତ ହୋଇପଡ଼ିଛି । ଖୁବ୍ ଶୀଘ୍ର ଦାବି ଗୁଡିକ ପୂରଣ ନହେଲେ ଆଗକୁ ଆନ୍ଦୋଳନ ତୀବ୍ର ହେବ ବୋଲି ଆଶାକର୍ମୀମାନେ ଚେତାବନୀ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.