ଆଶାରାମ ବାପୁଙ୍କୁ ଆଜୀବନ କାରାଦଣ୍ଡ, ଶିଷ୍ୟାଙ୍କୁ ଯୌନ ଉତ୍ପୀଡ଼ନ ମାମଲାରେ ରାୟ ଶୁଣାଇଲେ କୋର୍ଟ
31/01/2023 at 3:59 PM

ନୂଆଦିଲ୍ଳୀ, ୩୧/୦୧: ଆଶାରାମ ବାପୁଙ୍କୁ ଆଜୀବନ କାରାଦଣ୍ଡାଦେଶ। ଯୋଧପୁର ଜେଲରେ ସଜା କାଟୁଥିବା ଆଶାରାମ ବାପୁଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ଗାନ୍ଧୀନଗର କୋର୍ଟ। ଆତ୍ମଘୋଷିତ ଆଶାରାମ ବାପୁଙ୍କୁ ଯୌନ ଉତ୍ପୀଡ଼ନ ମାମଲାରେ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଅହମଦାବାଦରେ ଶିଷ୍ୟାଙ୍କୁ ଯୌନ ଉତ୍ପୀଡ଼ନର ଶିକାର ମାମଲାରେ ଅଦାଲତ ତାଙ୍କୁ ସୋମବାର ଦୋଷୀ ସାବ୍ୟସ୍ତ ହୋଇଥିଲେ। ମଙ୍ଗଳବାର ଦଣ୍ଡ ଶୁଣାଇଛନ୍ତି କୋର୍ଟ।
ଆଶାରାମ ବାପୁଙ୍କ ବିରୋଧରେ ୨୦୧୩ ରେ ପୀଡ଼ିତା ଅଭିଯୋଗ କରିଥିଲେ। ଆଶାରାମ ଦୁଷ୍କର୍ମ, ଅପ୍ରାକୃତିକ ଯୌନ ସମ୍ବନ୍ଧ, ବଳ ପ୍ରୟୋଗ ସହ ଅନ୍ୟ ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଆଶାରାମଙ୍କ ପତ୍ନୀ ଏବଂ ଝିଅଙ୍କ ସହ ୬ ଅଭିଯୁକ୍ତଙ୍କୁ ପ୍ରମାଣ ଅଭାବରୁ ମୁକ୍ତ ହୋଇଛନ୍ତି। ପୀଡ଼ିତାଙ୍କ ସାନ ଭଉଣୀ ଆଶାରାମଙ୍କ ପୁଅ ନାରାୟଣ ସାଇଙ୍କ ଯୌନ ଉତ୍ପୀଡ଼ନର ଶିକାର ହୋଇଥିଲେ। ନାରାୟଣକୁ ମଧ୍ୟ ଆଜୀବନ କାରାଦଣ୍ଡାଦେଶ ହୋଇଛି।