ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୌଦ୍ଧ: ନାଳରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ପାଖରେ ପଡିଛି ବାଇକ ଓ ମଦବୋତଲ
  • ||
  • ଭୁବନେଶ୍ୱର: ବରିଷ୍ଠ ଅଭିନେତ୍ରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
  • ||
  • ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା, ୨ ଗୋ-ମାତା ଜୀବନ୍ତ ଦଗ୍ଧ
  • ||
  • କଟକ: ବରିଷ୍ଠ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ, ୮୨ ବର୍ଷ ବୟସରେ ଦେହାନ୍ତ
  • ||

ଅଶାନ୍ତ କାଶ୍ମୀର : ପ୍ରବାସୀ ଶ୍ରମିକଙ୍କ ଉପରେ ଗ୍ରେନେଡ୍ ମାଡ, ୨ ଆହତ

4/06/2022 at 8:06 AM

ଶ୍ରୀନଗର , ୦୪|୦୬:   ପୁଣି ଥରେ ଜମ୍ମୁ କାଶ୍ମୀରରେ ଆତଙ୍କବାଦୀମାନେ ପ୍ରବାସୀ ଶ୍ରମିକଙ୍କୁ ଟାର୍ଗେଟ କରିଛନ୍ତି । ଆତଙ୍କବାଦୀମାନେ ଶୋପିଆନରେ ପ୍ରବାସୀ ଶ୍ରମିକମାନଙ୍କ ଉପରକୁ ଗ୍ରେନେଡ ମାଡ଼ କରିଛନ୍ତି । ଏହି ଗ୍ରେନେଡ ମାଡ଼ରେ ୨ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଲଗତାର କିଛି ଦିନ ହେଲା କାଶ୍ମୀର ଘାଟିରେ ଆତଙ୍କବାଦୀ ଗତିବିଧି ବଢିବାରେ ଲାଗିଛି ।  ଗୁରୁବାର ବଡ଼ଗାମରେ ଇଟାଭାଟିରେ କାମ କରୁଥିବା ପ୍ରବାସୀ ଶ୍ରମିକଙ୍କ ଉପରେ ଆକ୍ରମଣ ହୋଇଥିଲା । ଏହି ଆକ୍ରମଣରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା । ଅନ୍ୟ ଜଣେ ଗୁରୁତର ହୋଇଥିଲେ  । ସମାନ ଦିନ ଜଣେ ହିନ୍ଦୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଆତଙ୍କବାଦୀମାନେ ବ୍ୟାଙ୍କ୍ ଭିତରେ ଗୁଳି କରି ହତ୍ୟା କରିଥିଲେ ।

ସରକାରୀ କର୍ମଚାରୀଙ୍କୁ ଟାର୍ଗେଟ କରୁଛନ୍ତି ଆତଙ୍କବାଦୀ

ଘାଟିରେ ଆତଙ୍କବାଦୀମାନେ ଲଗାତର ଭାବେ ସରକାରୀ କର୍ମଚାରୀଙ୍କୁ ଟାର୍ଗେଟ୍ କରୁଛନ୍ତି । ନିକଟରେ ବଡଗାମରେ ଜଣେ କାଶ୍ମୀର ପଣ୍ଡିତ ରାହୁଲ ଭଟ୍ଟଙ୍କୁ ହତ୍ୟା କରିଥିଲେ । ଏହାସହ ଜଣେ ଶିକ୍ଷୟତ୍ରୀଙ୍କୁ ମଧ୍ୟ ହତ୍ୟା କରିଥିଲେ । ଯାହାକୁ ନେଇ ଖୁବ୍ ବିରୋଧ ପ୍ରଦର୍ଶନ ହୋଇଥିଲା ।  

ସୂଚନାଯୋଗ୍ୟ, କାଶ୍ମୀର ପଣ୍ଡିତଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ବଢିବା ପରେ ଜମ୍ମୁ-କାଶ୍ମୀର ପ୍ରଶାସନ ସମସ୍ତ କର୍ମଚାରୀଙ୍କ ବଦଳି କରିବା ନେଇ ନିର୍ଦ୍ଦେଶ ଜାରି କରିଥିଲା । ସମସ୍ତଙ୍କୁ ଜୁନ ୬ ସୁଦ୍ଧା ସୁରକ୍ଷିତ ସ୍ଥାନକୁ ପଠାଯିବା ପ୍ରକ୍ରିୟା ଶେଷ ହୋବ ବୋଲି ପ୍ରଶାସନ ତରଫରୁ କୁହାଯାଇଥିଲା ।

   Related Posts