କିନ୍ନରଙ୍କୁ ସ୍ୱୀକୃତି ଦେବାରେ ପ୍ରଥମ ରେକର୍ଡ କଲା ଆସାମ, ସରକାରୀ ଫର୍ମରେ ତୃତୀୟଲିଙ୍ଗୀଙ୍କ ପାଇଁ ରହିଲା କଲମ୍

Published By : Prameya-News7 Bureau | October 30, 2020 IST

ଦିସପୁର, ୩୦।୧୦:   ଦେଶର ପ୍ରଥମ ରାଜ୍ୟ ଭାବେ ଆସାମ  ପ୍ରଶାସନିକ ସେବା ପରୀକ୍ଷାରେ ପ୍ରାର୍ଥୀଙ୍କ ପାଇଁ କିନ୍ନର ବିକଳ୍ପକୁ ସାମିଲ କରିଛି । ତୃତୀୟଲିଙ୍ଗୀ ପରୀକ୍ଷାର୍ଥୀମାନେ କିନ୍ନର ବିକଳ୍ପରେ  ନିଜର ଫର୍ମ ଫିଲଅପ୍ କରି ପରୀକ୍ଷା ଦେଇପାରିବେ ।

ଚଳିତ ବର୍ଷ ମୋଟ୍ ୪୨ଜଣ ତୃତୀୟ ଲିଙ୍ଗୀ କମ୍ବାଇଣ୍ଡ୍ କମ୍ପିଟିଏଟିଭ୍ ପରୀକ୍ଷା ବା ସିସିଇ ପାଇଁ ଆବେଦନ କରିଛନ୍ତି । ଏହି ପରୀକ୍ଷାକୁ ଏପିଏସସି ଆୟୋଜିତ କରିଥାଏ । ଏହି ପରୀକ୍ଷା ସିଭିଲ ସର୍ଭିସ୍ ପରୀକ୍ଷା ଭଳି । ଏଥିରେ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀମାନେ ରାଜ୍ୟ ସରକାରଙ୍କ ବରିଷ୍ଠ ପଦବୀରେ ଅବସ୍ଥାପିତ ହେବେ ।

ହିନ୍ଦୁସ୍ତାନ ଟାଇମ୍ସର ରିପୋର୍ଟ ଅନୁସାରେ, ଏପିଏସସି ଅଧ୍ୟକ୍ଷ ପଲ୍ଲବ ଭଟାଚାର୍ଯ୍ୟ କହିଛନ୍ତି ଯେ, ପ୍ରଥମେ ତୃତୀୟ ଲିଙ୍ଗୀଙ୍କ ପାଇଁ ଆବେଦନ ବେଳେ କୌଣସି ବିକଳ୍ପ ନଥିଲା । କିନ୍ତୁ ପରେ ବିଜ୍ଞପ୍ତି ଜାରି ବେଳେ ଏଥିରେ ନୂଆ ବିକଳ୍ପକୁ ସାମିଲ କରାଯାଇଛି । ଏନେଇ ତୃତୀୟଲିଙ୍ଗୀଙ୍କ ପାଇଁ ଲଢୁଥିବା ସମାଜସେବୀ ସ୍ୱାତୀ ବିଧାନ ବରୁହା ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ପରେ ସ୍ୱାତୀଙ୍କ ସହ ଆଲୋଚନା ପରେ ତୃତୀୟ ଲିଙ୍ଗୀଙ୍କ ପାଇଁ ଏକ ବିକଳ୍ପ ବା କ୍ୟାଟାଗୋରୀ ସାମିଲ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.