କେନାଲରେ ମାଛ ଧରୁଥିଲେ ଲୋକେ : ପୋଲିସକୁ ଖବର ଦେବା ସନ୍ଦେହରେ ଆଶାକର୍ମୀଙ୍କୁ ଗାଳିଗୁଲଜ ସହ ମାଡ ମାରିଥିବା ଅଭିଯୋଗ
18/04/2020 at 1:22 PM

ଆନନ୍ଦପୁର ୧୮।୦୪: ଆନନ୍ଦପୁର ଥାନା ବଳଦୁଆଁ ଗାଁରେ ଲକଡାଉନ୍ ନିୟମକୁ ନମାନି ସ୍ଥାନୀୟ କେନାଲରେ ଲୋକେ ମାଛ ଧରୁଥିଲେ । ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ସେମାନଙ୍କୁ ସେଠାରୁ ଘଉଡାଇଥିଲା । କିନ୍ତୁ ପୋଲିସ ଆସିବା ଠିକ୍ ପୂର୍ବରୁ ସେହିବାଟ ଦେଇ ଫେରୁଥିବା ସ୍ଥାନୀୟ ଆଶା କର୍ମୀ ।
ପୋଲିସକୁ ଆଶା କର୍ମୀ ଖବର ଦେଇଥିବା ସନ୍ଦେହରେ ଗାଁର ଜଣେ ବ୍ୟକ୍ତି ପ୍ରଥମେ ଗାଳିଗୁଲଜ କରିଥିଲେ । ଏବଂ ପରେ ଚୁଟି ଘୋଷାଡି ମାଡ ମାରିଥିବା ଅଭିଯୋଗ କରିଛନ୍ତି ଆଶା କର୍ମି । ଘଟଣା ସମ୍ପର୍କରେ ଆନନ୍ଦପୁର ଥାନାରେ ମାମଲା ରୁଜୁ ହୋଇଛି । ପୋଲିସ ଘଟଣାରେ ତଦନ୍ତ କରି ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ନେବ ବୋଲି ଜଣାପଡିଛି ।
Related Posts
ପୂର୍ବ ଶତୃତାରୁ ମରଣାନ୍ତରକ ଆକ୍ରମଣ; ଅଭିଯୁକ୍ତ ଗିରଫ
4 February 2023
ବାଘ ମଣିଷ ମୁହାଁମୁହିଁ : ଗୁରୁତର ଯୁବକ ଡାକ୍ତରଖାନାରେ ଭର୍ତ୍ତି
4 February 2023