୩୦୦ ଆସନ ଜିତିଥିଲେ ମଧ୍ୟ ମୋଦି ଯାହା ଚାହିଁବେ ତାହା କରିପାରିବେନି, ଆମେ ବି ଦେଶରେ ଭଡାରେ ରହୁନୁ କହିଲେ ଓଵେଶୀ

Published By : Prameya-News7 Bureau | June 01, 2019 IST

ହାଇଦ୍ରାବାଦ ୧/୬ : ୩୦୦ ଆସନ ଜିତିଥିବାରୁ ଯଦି ନରେନ୍ଦ୍ର ମୋଦି ଭାବୁଛନ୍ତି ଯେ, ସେ ଦେଶରେ ରାଜ କରିବେ ଓ ଯାହା ଚାହିଁବେ ତାହା କରିବେ, ତାହେଲେ ତାହା ହୋଇପାରିବ ନାହିଁ । ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓଵେଶୀ ହାଇଦ୍ରାବାଦରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଏଭଲି ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି ଯେ, ସଂଖ୍ୟାଲଘୁଙ୍କ ପାଇଁ ସେ ଲଢ଼ିବେ । ଦେଶକୁ ସ୍ୱାଧୀନ ରଖିବେ । ଏ ଦେଶରେ ସେ ଓ ସଂଖ୍ୟାଲଘୁମାନେ ଏ ଦେଶରେ ଭଡାରେ ରହୁନାହାନ୍ତି । ସେମାନଙ୍କର ମଧ୍ୟ ବରାବର ଭାଗିଦାରୀ କହିଛି ବୋଲି କହିଛନ୍ତି ଓଵେଶୀ ।

wp:heading {"level":1}

 

/wp:heading

ଓଵେଶୀଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି କେନ୍ଦ୍ରମନ୍ତ୍ରୀ ମୁକତାର ଅବ୍ବାସ ନକବୀ କହିଛନ୍ତି ଯେ, ମୋଦି ସବୁବେଳେ ଜଣେ ସେବକ ଭାବେ ଦେଶ ପାଇଁ କାମ କରିଛନ୍ତି । ମୋଦି କେବେ ମଧ୍ୟ ଜଣେ ଶାସକ ନଥିଲେ ତାହା ଦେଶବାସୀ ଜାଣିଛନ୍ତି । କିଛି ଲୋକଙ୍କ ପେଟ ବିନ୍ଧୁଚି । କାରଣ ମୋଦିଙ୍କ କାର୍ଯ୍ୟ ପାଇଁ ସେମାନଙ୍କ ଭୋଟ ଦୋକାନ ବନ୍ଦ ହୋଇଯାଇଛି । ସେଥିପାଇଁ ସେମାନେ ଏଭଳି ମନ୍ତବ୍ୟ ଦେଇଛନ୍ତି ବୋଲି କହିଛନ୍ତି ନକବୀ ।

wp:heading {"level":1}

 

/wp:heading

ଲୋକସଭାରେ ମୁସଲମାନଙ୍କ ପ୍ରତିନିଧିତ୍ବ ନେଇ ମଧ୍ୟ ଓବେଶୀ ମୋଦିଙ୍କୁ ପ୍ରଶ୍ନ କରିଛନ୍ତି ।ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ କହିପାରିବେ କି ସେମାନେ ଜିତିଥିବା ୩୦୦ ଆସନରୁ କେତେ ମୁସଲମାନ ? ମୋଦିଙ୍କ ଉଚ୍ଚାରଣ ଓ ଆଚରଣ ମଧ୍ୟ ପ୍ରଚଣ୍ଡ ରୋଧାଭାସ ରହିଛି । ଗତ ୫ ବର୍ଷ ହେଲା ସେ ଏଭଳି କରୁଛନ୍ତି କରୁଛି । ଗାଈ ଚାଲାଣ ନାଁରେ ଯେଉଁ ମୁସଲମାନମାନଙ୍କୁ ହତ୍ୟା କରାଯାଉଛି, ପୁଣି ଭିଡିଓ ତିଆରି କରି ସେମାନଙ୍କୁ ଅପମାନିତ କରାଯାଉଛି ସେମାନଙ୍କ ବିରୋଧରେ ମୋଦି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ କି ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି ଓଵେଶୀ । ସଂଖ୍ୟାଲଘୁଙ୍କ ଭୟରେ ରହୁଥିବା ଯଦି ମୋଦି ସ୍ୱୀକାର କରନ୍ତି ତାହେଲେ ସେ ନିଶ୍ଚୟ ଜଣିଥିବେ ଅଖଲାକଙ୍କୁ କିଏ ହତ୍ୟା କରିଛି ।

ଏନଡିଏ ନେତା ଚୟନ ହେବାପରେ ପ୍ରଧାନମନ୍ତ୍ରୀ ମୋଦି ଶନିବାର ଦିନ ସଂସଦର ସେଣ୍ଟ୍ରାଲ ହଲରେ ପାଖାପାଖି ୭୫ ମିନିଟ ଭାଷଣ ଦେଇଥିଲେ । ଏଥିରେ ସେ ନୂଆ ନାରା ଦେଇଥିଲେ, ସବକା ସାଥ, ସବକା ବିକାଶ ଓ ସବକା ବିଶ୍ୱାସ । ଏହାକୁ ନେଇ ଓବେଶୀ ପ୍ରତିକ୍ରିୟାଶୀଳ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.