ଭୋଟ ତାରିଖକୁ ସ୍ବାଗତ କଲେ ଓବେଶୀ କହିଲେ ରମଜାନରେ ହିଁ ସବୁ ମହିଳା ଭୋଟ ଦେବାକୁ ଯିବା ସୁବିଧା

Published By : Prameya-News7 Bureau | March 11, 2019 IST

ଦିଲ୍ଲୀ ୧୧/୩ : ରମଜାନ ମାସରେ ନିର୍ବାଚନ ତାରିଖ ଘୋଷଣା ନେଇ ନିର୍ବାଚନ ଆୟୋଗଙ୍କୁ ଟାର୍ଗେଟ କରିଛନ୍ତି ମୁସଲମାନ ନେତା | ଏନେଇ ନିର୍ବାଚନ ଆୟୋଗ ସ୍ପଷ୍ଟ କରିଛନ୍ତି ଯେ, ଶୁକ୍ରବାର ଏବଂ ପର୍ବ ଥିବା ଦିନରେ ଭୋଟ ଗ୍ରହଣ ନାହିଁ |


ସୂଚନାଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ପୁଣିଥରେ ସରକାର ଗଢିବା ବୋଲି ଦାବି କରୁଥିବାବେଳେ ବିରୋଧୀ ପ୍ରତ୍ୟେକ କଥାରେ ଆପତ୍ତି ଦର୍ଶାଉଛନ୍ତି | ବିରୋଧୀଙ୍କ ପାଖରେ ମୋଦି ହଟାଓ ଏଜେଣ୍ଡା ଅଛି ସତ କିନ୍ତୁ ମୋଦି ହଟାଇବା ପାଇଁ କୌଣସି ପ୍ରସଙ୍ଗ ନାହିଁ | ସେଥିପାଇଁ ନିର୍ବାଚନ ତାରିଖ ନେଇ ଆପତ୍ତି ଦର୍ଶାଇଛନ୍ତି ବିରୋଧୀ ବୋଲି ବିଜେପି କହୁଛି |


ପଶ୍ଚିମବଙ୍ଗର ନଗର ବିକାଶମନ୍ତ୍ରୀ ଫିରହାଦ ହାକିମ କହିଛନ୍ତି ଯେ, ରାଜ୍ୟରେ ୭ଟି ପର୍ଯ୍ୟାୟରେ ନିର୍ବାଚନ ହେବ | ରମଜାନ ମାସରେ ୭ଟି ପର୍ଯ୍ୟାୟ ବିଶିଷ୍ଟ ନିର୍ବାଚନ ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରିବ |


ଉତ୍ତର ପ୍ରଦେଶର ଇଦଗାହ ଇମାମ ମୈାଲାନା କହିଛନ୍ତି ଯେ, ରମଜାନ ଏବଂ ରୋଜାକୁ ଦୃଷ୍ଟିରେ ରଖି ନିର୍ବାଚନ ତାରିଖ ଚୟନ କରିବ ଉଚିତ ଥିଲା |


ଅପରପକ୍ଷରେ ତେଲେଙ୍ଗାନା ସାଂସଦ ଏବଂ AIMIM ମୁଖ୍ୟ ଅସଦୁଦ୍ଦିନ ଓଵେଶୀ ନିର୍ବାଚନ ଆୟୋଗ ଦ୍ୱାରା ଘୋଷିତ ହୋଇଥିବା ନିର୍ବାଚନ ତାରିଖକୁ ସ୍ୱାଗତ ଜଣାଇଛନ୍ତି | ସେ କହିଛନ୍ତି ଯେ, ଏହି ପ୍ରସଙ୍ଗରେ ବିବାଦ କରିବା ଅନୁଚିତ | କ'ଣ ରମଜାନ ମାସରେ ମୁସଲମାନ କାମ କରୁନାହାନ୍ତି ? ପରିଶ୍ରମ କରୁନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ଓଵେଶୀ | ରମଜାନ ମାସରେ ଦିନବେଳେ ଯେହେତୁ ଘରେ ରୋଷେଇ କରିବାକୁ ପଡିନଥାଏ ମହିଳାମାନେ ମଧ୍ୟ ଭୋଟ ଦେବା ପାଇଁ ଯାଇପାରିବେ ବୋଲି କହିଛନ୍ତି ଓଵେଶୀ |

wp:core-embed/twitter {"url":"https://twitter.com/i/status/1105032861906661377","type":"rich","providerNameSlug":"twitter","className":""}
https://twitter.com/i/status/1105032861906661377
/wp:core-embed/twitter

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.