ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିରେ ହାଜର ହେଲେ ହୋଟେଲ ମାଲିକ
  • ||
  • ଟାଙ୍ଗୀ : ଅଧୁରା ରହିଗଲା ଜଗା ଦର୍ଶନ, ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||

‘ସବୁଠୁ ଅଧିକ କଣ୍ଡୋମ ଆମେ ବ୍ୟବହାର କରୁଛୁ’, ଜନସଂଖ୍ୟା ଅସନ୍ତୁଳନ ଉପରେ ଅସଦୁଦ୍ଦିନ ଓୱେସୀଙ୍କ ବୟାନ

9/10/2022 at 8:43 AM

ନୂଆଦିଲ୍ଲୀ: ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱେସୀ ଭାରତରେ ଧାର୍ମିକ ଅସନ୍ତୁଳନ ଉପରେ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, ମୁସଲମାନଙ୍କ ଜନସଂଖ୍ୟା ବଢୁନାହିଁ, ବରଂ କମୁଛି । ସୂଚନାଯୋଗ୍ୟ, ବିଜୟାଦଶମୀ ଅବସରରେ ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘର ମୁଖ୍ୟ ମୋହନ ଭାବଗତ ନିଜ ଅଭିଭାଷଣରେ ଜନସଂଖ୍ୟା ପ୍ରସଙ୍ଗ ଉଠାଇଥିଲେ । ସେ କହିଥିଲେ ଯେ, ଜନସଂଖ୍ୟା ଅସନ୍ତୁଳନ ପ୍ରସଙ୍ଗକୁ ଅଣଦେଖା ନ କରାଯିବା ଉଚିତ୍ ।

ଏକ ଜନସଭା ସମୟରେ ଓୱେସୀ କହିଛନ୍ତି, ‘ମୁସଲମାନଙ୍କ ଜନସଂଖ୍ୟା ବଢୁନାହିଁ । ତୁମେ ଅଜଥାରେ ଚିନ୍ତାରେ ପକାଅ ନାହିଁ, ବଢୁ ନାହିଁ । ଆମ ଜନସଂଖ୍ୟା କମୁଛି…। ମୁସଲମାନଙ୍କ ଟିଆଫଆର କମୁଛି…’। ସେ କହିଛନ୍ତି, ‘ଦୁଇ ସନ୍ତାନ ଜନ୍ମ କରିବା ଭିତରେ ସବୁଠୁ ଅଧିକ ବ୍ୟବଧାନ ମୁସଲମାନ ରଖନ୍ତି । ସେ ପ୍ରଶ୍ନ କରିଛନ୍ତି, ସବୁଠୁ ଅଧିକ କଣ୍ଡୋମ କିଏ ବ୍ୟବହାର କରୁଛି, ଆମେ ବ୍ୟବହାର କରୁଛୁ । ମୋହନ ଭାଗବତ ଏହା ଉପରେ କହିବେ ନାହିଁ’।

ଉଲ୍ଲେଖଯୋଗ୍ୟ ଯେ, ସଂଘ ପ୍ରମୁଖ ମୋହନ ଭାଗବତ ନିଜ ଭାଷଣରେ ଜନସଂଖ୍ୟା ଅସନ୍ତୁଳନ ଉପରେ କହିଥିଲେ । ସେ କହିଥିଲେ,୭୫ ବର୍ଷ ପୂର୍ବେ ଆମେ ଏହାର ଅନୁଭବ କରିଥିଲୁ ଏବଂ ଏକବିଂଶ ଶତାବ୍ଦୀରେ ଯେଉଁ ତିନୋଟି ନୂଆ ସ୍ୱାଧୀନ ଦେଶ ଅସ୍ତିସ୍ୱକୁ ଆସିଛନ୍ତି, ଇଷ୍ଟ ତିମୋର, ଦକ୍ଷିଣ ସୁଡାନ ଏବଂ କୋସୋଭା, ତଥା ଇଣ୍ଡୋନେସିଆ, ସୁଡାନ ଏବଂ ସର୍ବିଆ ଗୋଟିଏ ଭୂ-ଭାଗରେ ଜନସଂଖ୍ୟା ଅସନ୍ତୁଳନର ପରିମାଣ ଅଟେ ।  

   Related Posts