ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ହିଜାବକୁ ସିନ୍ଦୂର ଓ ମଙ୍ଗଳସୂତ୍ର ସହ ତୁଳନା କଲେ ଅସଦୁଦ୍ଦିନ ଓୱେସୀ; କହିଲେ, କୁରାନରେ ଅହ୍ଲାଙ୍କ ନିର୍ଦ୍ଦେଶ ରହିଛି

13/10/2022 at 6:52 PM

ନୂଆଦିଲ୍ଲୀ: ହିଜାବ ମାମଲାକୁ ନେଇ ସୁପ୍ରିମକୋର୍ଟର ବିଚାରପତିଙ୍କ ମଧ୍ୟରେ ମତପାର୍ଥକ୍ୟ ଦେଖାଦେବା ପରେ ମାମଲାର ରାଜନୀତିକରଣ ହୋଇଛି। ହିଜାବକୁ ମଙ୍ଗଳସୂତ୍ର ଓ ସିନ୍ଦୁର ସହିତ ତୁଳନା କରିଛନ୍ତି ଏଆଇଏମ୍ଆଇଏମ୍ ସାଂସଦ ଅସଦୁଦ୍ଦିନ ଓୱେସୀ। କୋର୍ଟକଙ୍କୁ ନିଷ୍ପତ୍ତିକୁ ନେଇ ଓୱେସୀ କହିଛନ୍ତି ଯେ ଆଶା ଥିଲା ଯେ ହିଜାବ ସପକ୍ଷରେ ରାୟ ଆସିବ। ତେବେ ଏ ବିଷୟରେ କୋର୍ଟଙ୍କ ରାୟ ଅଲଗା ଅଲଗା। କୋର୍ଟଙ୍କ ରାୟଙ୍କୁ ମୁଁ ସମ୍ମାନ ଜଣାଉଛି ବୋଲି ଓୱେସୀ କହିଛନ୍ତି।

ଏହି ମାମଲାରେ ସେ ପୁଣି ବିଜେପିକୁ ଟାର୍ଗେଟ୍ କରିଛନ୍ତି। ବିଜେପି ଏହାକୁ ଅଯଥା ପ୍ରସଙ୍ଗ କରୁଛି ବୋଲି ଓୱେସୀ କହିଛନ୍ତି। ଏହା ଝିଅମାନଙ୍କର ପସନ୍ଦ ନା ପସନ୍ଦର ମାମଲା ବୋଲି ସେ କହିଛନ୍ତି। ଏକ ଟିଭି ଚ୍ୟାନେଲ୍ ସହିତ ଆଲୋଚନା ବେଳେ ହିଜାବକୁ ପଗଡ଼ି, ସିନ୍ଦୂର ଓ ମଙ୍ଗଳସୂତ୍ର ସହ ତୁଳନା କରିଛନ୍ତି।

ସେ କହିଛନ୍ତି ଯଦି ଆପଣ ୟୁନିଫର୍ମରେ ଶିଖ୍ ପିଲାକୁ ପଗଡ଼ି ପିନ୍ଧିବାର ଅନୁମତି ଦେଉଛନ୍ତି। ହିନ୍ଦୁ ଝିଅକୁ ସିନ୍ଦୂର ଲଗାଇବା ଓ ମଙ୍ଗଳସୂତ୍ର ପିନ୍ଧିବାର ଅନୁମତି ଦେଉଛନ୍ତି, ହେଲେ ମୁସଲିମ ଝିଅକୁ ହିଜାବ ପାଇଁ ଅନୁମତି ଦିଆଯାଉନି। ଏହା ଭେଦଭାବ। ଯଦି ପିଲାମାନେ ଜଣେ ଅନ୍ୟ ଜଣଙ୍କର ଧାର୍ମିକ ପରମ୍ପରାକୁ ଦେଖିବେ ନାହିଁ ତେବେ ସେମାନେ ବିବିଧତା କେମିତି ବୁଝିବେ। ସ୍କୁଲ୍‌ ପିଲାମାନେ ସବୁ ପରମ୍ପରା ବୁଝିବା ନିହାତି ଜରୁରୀ।

କେବଳ ସେତିକି ନୁହେଁ ଇସ୍‌ଲାମରେ ହିଜାବ ଅନିବାର୍ଯ୍ୟ ବୋଲି ଓୱେସୀ କହିଛନ୍ତି। ଅଲ୍ଲାହ ଓ କୁରାନ୍‌ରେ ହିଜାବ ଓ ନିକାବକୁ ନିର୍ଦ୍ଦେଶ ବୋଲି କୁହାଯାଇଛି। ଯଦି କିଏ ହିଜାବ ପିନ୍ଧିବାକୁ ଚାହୁଁନାହାନ୍ତି ତେବେ ପିନ୍ଧନ୍ତୁ ନାହିଁ। କିନ୍ତୁ ଯଦି କେହି ପିନ୍ଧିବାକୁ ଚାହୁଁଛି ତେବେ ତାକୁ ପିନ୍ଧିବାକୁ ଦିଆଯାଉ ବୋଲି ଓୱେସୀ କହିଛନ୍ତି। କୁରାନ୍‌ରେ ଅଲ୍ଲାଙ୍କ ନିର୍ଦ୍ଦେଶ ରହିଛି ଯେ ଝିଅମାନେ ହିଜାବ ପିନ୍ଧନ୍ତୁ ବୋଲି ଓୱେସୀ କହିଛନ୍ତି।  

   Related Posts