ମୋଦି ସରକାରଙ୍କୁ ଓୱେସୀଙ୍କ ଟାର୍ଗେଟ୍-'ଭାରତରେ ମହିଳାଙ୍କ ପ୍ରତି ହେଉଛି ନିର୍ଯ୍ୟାତନା, କିନ୍ତୁ ଏମାନଙ୍କୁ ଆଫଗାନିସ୍ତାନ ଚିନ୍ତା'

Published By : Prameya-News7 Bureau | August 20, 2021 IST

ନୂଆଦିଲ୍ଲୀ ୨୦/୦୮ ଆଫଗାନିସ୍ତାନରେ ତାଲିବାନ କବଜା ପରେ ମହିଳାମାନେ ନିଜ ଅଧିକାର ଓ ନିଜ ଉପରେ ହେବାକୁଥିବା ନିର୍ଯ୍ୟାତନାକୁ ନେଇ ଭୟରେ ଅଛନ୍ତି। ଭାରତ ସମେତ ବିଶ୍ୱର ଅନେକ ଦେଶ ଆଫଗାନିସ୍ତାନ ସ୍ଥିତି ନେଇ ଚିନ୍ତା ପ୍ରକାଶ କରିଛନ୍ତି। ଅଲ ଇଣ୍ଡିଆ ମଜଲିସ-ଏ-ଇତ୍ତେହାଦୁଲ ମୁସ୍ଲମିନ ମୁଖ୍ୟ ଅସଦୁଦ୍ଦିନ ଓୱେସୀ ଦେଶରେ ମହିଳା ବିରୋଧୀ ଅପରାଧକୁ ନେଇ କେନ୍ଦ୍ରର ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି।

ଓୱେସୀ ହାଇଦ୍ରାବାଦରେ କହିଛନ୍ତି, "ଭାରତରେ ପ୍ରାୟ ୧୦ ପ୍ରତିଶତ ଝିଅଙ୍କ ମୃତ୍ୟୁ ୫ ବର୍ଷରୁ କମ ବୟସରେ ହୋଇଥାଏ। କିନ୍ତୁ ଚିନ୍ତା ଆଫଗାନିସ୍ତାନର। ଭାରତରେ ମହିଳାଙ୍କ ପ୍ରତି ଅନେକ ନିର୍ଯ୍ୟାତନା ହେଉଛି କିନ୍ତୁ କେନ୍ଦ୍ରକୁ ଆଫଗାନିସ୍ତାନ ମହିଳାଙ୍କ ଚିନ୍ତା।"

ତାଲିବାନ ଦ୍ୱାରା ଦ୍ରୁତ ଏବଂ ଅପ୍ରତ୍ୟାଶିତ ଆକ୍ରମଣର ୪ ଦିନ ପରେ ଆଫଗାନିସ୍ତାନ ରାଜଧାନୀ କାବୁଲ ରାସ୍ତାରେ କୌଣସି ମହିଳା ନଜର ଆସିନାହାନ୍ତି। କାବୁଲ ପତନ ପରେ ଅନେକ ବ୍ୟବସାୟୀ ମହିଳାଙ୍କ ସହ ନିଜ ରେସ୍ତୋରାଁ ବନ୍ଦ କରିଦେଇଛି। ତାଲିବାନ କବଜା ପରେ ସମସ୍ତ ଶିକ୍ଷାନୁଷ୍ଠାନ, ସ୍କୁଲ, ବିଶ୍ୱବିଦ୍ୟାଳୟ, ସରକାରୀ ଭବନ ଓ ପ୍ରାଇଭେଟ କ୍ରଯ୍ୟଳୟ ମଧ୍ୟ ବନ୍ଦ କରିଦିଆଯାଇଛି।

୧୯୯୬-୨୦୦୧ର ତାଲିବାନର ବର୍ବର ଶାସନରେ ମହିଳାଙ୍କୁ ଲଗାତାର ମାନବାଧିକାର ଉଲ୍ଲଙ୍ଘନ, ରୋଜଗାର ଓ ଶିକ୍ଷାରୁ ବଞ୍ଚିତ କରାଯାଇଥିଲା। ମହିଳା ଙ୍କୁ ବୁର୍ଖା ପିନ୍ଧିବାକୁ ବାଧ୍ୟ କରାଯାଇଥିଲା। ଜଣେ ସମ୍ପର୍କୀୟ ପୁରୁଷଙ୍କ ବିନା ଘରୁ ବାହାରିବା ଉପରେ ପ୍ରତିବନ୍ଧକ ଲଗାଇ ଦିଆଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.