ତାଲିବାନକୁ ନେଇ ମୋଦି ସରକାରଙ୍କୁ ଚ୍ୟାଲେଞ୍ଜ କଲେ ଓୱେସୀ: କହିଲେ, ଯଦି ଦମ୍ ଅଛି ଆତଙ୍କବାଦୀ ସଂଗଠନ ଘୋଷିତ କରନ୍ତୁ

Published By : Prameya-News7 Bureau | September 14, 2021 IST

ନୂଆଦିଲ୍ଲୀ ୧୪/୦୯ : ଅଲ ଇଣ୍ଡିଆ ମଜଲିସ ଏ ଇତ୍ତେହାଦୁଲ ମୁଖ୍ୟ ଅସଦୁଦ୍ଦିନ ଓୱେସୀ ତାଲିବାନକୁ ନେଇ ପୁଣିଥରେ ବିଜେପି ଓ କେନ୍ଦ୍ର ସରକାରଙ୍କୁ ଚ୍ୟାଲେଞ୍ଜ କରିଛନ୍ତି। ସେ କହିଛନ୍ତି ନରେନ୍ଦ୍ର ମୋଦି ସରକାରର ଯଦି ଦମ ଅଛି ତାହେଲେ ତାଲିବାନକୁ ଆତଙ୍କବାଦୀ ସଂଗଠନ ଘୋଷଣା କରନ୍ତୁ। ଯୁଏପିଏ ତାଲିକାରେ ତାଲିବାନକୁ ସାମିଲ କରନ୍ତୁ।

ପାଟନାରେ ସାମ୍ବାଦିକଙ୍କ ସହ କଥା ହୋଇ ସେ କହିଛନ୍ତି ଯେ ଆଫଗାନିସ୍ତାନରେ ତାଲିବାନ କବଜା ପରେ ପାକିସ୍ତାନ ଓ ଚୀନ ମଜବୁତ ହେବ। ଏହା ଭାରତ ପାଇଁ ଚିନ୍ତାର ବିଷୟ।

ଓୱେସୀ କହିଛନ୍ତି, ଉତ୍ତର ପ୍ରଦେଶରେ ୧୦୦ ଆସନରେ ଲଢ଼ିବାକୁ ତାଙ୍କ ଦଳ ପ୍ରସ୍ତୁତ ହେଉଛି। ଏବେ ମେଣ୍ଟ ନିର୍ଣ୍ଣୟ ହୋଇନି। ମୁଖତାର ଅନସାରୀ, ଅତୀକ ଅହମଦଙ୍କୁ ଟିକେଟ ଦେବା ପ୍ରଶ୍ନକୁ ସେ କହିଛନ୍ତି ଯେ ଜେଡିୟୁ ଓ ବିଜେପିକୁ କାହିଁକି ପ୍ରଶ୍ନ କରୁନାହାନ୍ତି। ପ୍ରଜ୍ଞା ଠାକୁର ସଫା ଅଛନ୍ତି କି ? ଜେଡିୟୁର କେତେ ସାଂସଦଙ୍କ ଉପରେ ଅପରାଧିକ ମାମଲା ରହିଛି। ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନେଇ କହିଛନ୍ତି ଯେ ସେ ମିଛ କୁହନ୍ତି। ବିହାରର ଦୁଇଟି ଆସନ ପାଇଁ ହେବାକୁଥିବା ଉପନିର୍ବାଚନ ସମ୍ପର୍କରେ ସେ କହିଛନ୍ତି ଯେ କିଛି ନିଷ୍ପତ୍ତି ହୋଇନାହିଁ। ସିମାଞ୍ଚଳ ବାହାରେ ମଧ୍ୟ ଦଳ ବିସ୍ତାର ହେବ। ଦଳ ବିସ୍ତାର ହେଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.