ଆସାମ ପୋଲିସକୁ ବଡ ସଫଳତା : ବନ୍ଧା ହେଲେ ୩୪ ଅଲକାଏଦା ସମର୍ଥକ

Published By : Prameya-News7 Bureau | August 26, 2022 IST

ନୂଆଦିଲ୍ଲୀ, ୨୬|୦୮: ଆସାମ ପୋଲିସକୁ ବଡ ସଫଳତା ।  ଅଲକାଏଦା ସହ ଜଡିତ ଅଭିଯୋଗରେ ପୋଲିସ ୩୪ ଜଣରୁ ଅଧିକଙ୍କୁ ଗିରଫ କରିଛି । କେବଳ ଏତିକି ନୁହେଁ, ପୋଲିସର କହିବାନୁସାରେ, ଆସାମ ବାହାରେ ଅର୍ଥାତ ବାଂଲାଦେଶରେ ଅନେକ ଆତଙ୍କବାଦୀ ଷଡଯନ୍ତ୍ର ରଚୁଛନ୍ତି । ରାଜ୍ୟର ଯୁବକଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରୁଛନ୍ତି ।ତେବେ ଏହାକୁ ସଫଳ ହେବାକୁ ଦିଆଯିବ ନାହିଁ ।

ଆସାମ ଡିଜିପି ଭାସ୍କର ଜ୍ୟୋତି ମହନ୍ତ କହିଛନ୍ତି ଯେ, ଆସାମ ପୋଲିସ ଏବେସୁଦ୍ଧା ୩୪ ଜଣଙ୍କୁ ଗିରଫ କରିଛି । ଏମାନେ ଅଲକାଏଦା ସହ ସମ୍ପର୍କରେ ରହିଥିଲେ । ଆସାମ ପୋଲିସ କଠୋରପନ୍ଥୀଙ୍କୁରୋକିବାକୁ ବିଭିନ୍ନ ପଦକ୍ଷେପ ନେଇଛି । ରାଜ୍ୟରେ ଆତଙ୍କବାଦ ବଢିବା ପରେ ଏପରି ପଦକ୍ଷେପ ନିଆଯାଇଛି ।

ସେ ଆହୁରି କହିଛନ୍ତି ଯେ, ସମସ୍ତ ଗିରଫ ବ୍ୟକ୍ତି ଅଲକାଏଦା ସଡ ଜଡିତ । ଆସାମ ପୋଲିସ ସେମାନଙ୍କ ଷଡଯନ୍ତ୍ରକୁ ସଫଳ ହେବାକୁ କେବେବି ଦେବ ନାହିଁ । ଏମାନେ ବିଭିନ୍ନ ମାଦ୍ରାସା ସହ ମଧ୍ୟ ଜଡିତ । କିଛି ନୂଆ ନୂଆ ଆତଙ୍କ ଦୁନିଆରେ ପାଦ ଥାପିଥିଲେ । କିଛି ମାଦ୍ରାସାର ଫାଇଦା ନେଉଛନ୍ତି । ଏହାର ମୁଖ୍ୟ ନେଟଓ୍ୱର୍କ ହେଉଛି ବାଂଲାଦେଶ । ଯୁବକଙ୍କୁ ଉସକାଇବା ଭଳି ସେମାନେ କାମ କରୁଛନ୍ତି ।

ଏହାପୂର୍ବରୁ ଆସାମର ଗୋଲପାରା ପୋଲିସ ଦୁଇ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରିଛି । ଏହି ଦୁଇ ଆତଙ୍କବାଦୀ ଅଲକାଏଦା ଓ ଅନସାରଲାହ ସହ ଜଡିତ ଥିଲେ । ପୋଲିସ ସେମାନଙ୍କ ଘର ମଧ୍ୟ ତଲାସ କରିଥିଲେ । ସେଠାରୁ ଅନେକ ଆପତ୍ତିଜନକ ସାମଗ୍ରୀ ଜବତ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.