ମସ୍କୋ ୨୪/୨: ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ୟୁକ୍ରେନ୍-ଋଷ୍ ଯୁଦ୍ଧ ସବୁଠୁ ବଡ଼ । ବିଶ୍ବ ଇତିହାସରେ ୨୦୨୨ ଫେବ୍ରୁଆରୀ ୨୪ ଏକ ଅଭୁଲା ତାରିଖ ଭାବେ ଲିପିବଦ୍ଧ । ଆଜିର ଦିନରେ ମୁହାଁମୁହିଁ ହୋଇଥିଲେ ୟୁକ୍ରେନ୍ ଓ ରୁଷିଆ । ଏହା ଯୁଦ୍ଧ ଏବେ ୨ ବର୍ଷ ପୂରି ୩ ବର୍ଷ ଚାଲିଲା । ତଥାପି ବନ୍ଦ ହେଉନାହିଁ ନରସଂହାର । ମିସାଇଲ୍ ମାଡ଼ରେ ଧ୍ବଂସଲୀଳା ଜାରି ରହିଛି । ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ‘ସାମରିକ ଅଭିଯାନ’ର ନାଁ ଦେଇଥିଲେ ।
wp:embed {"url":"https://www.prameyanews7.com/assam-first-step-towards-ucc-himanta-government-decided-to-abolish-muslim-marriage-and-divorce/","type":"wp-embed","providerNameSlug":"prameya-news-7"}ଶନିବାରଠାରୁ ଏହି ଯୁଦ୍ଧ ତୃତୀୟ ବର୍ଷରେ ପ୍ରବେଶ କରିବ । ୨ ବର୍ଷ ଧରି ରୁଷୀୟ ସେନା ୟୁକ୍ରେନ୍କୁ ଧୂଳି ଚଟାଇବାକୁ ଲାଗିଛନ୍ତି । କିନ୍ତୁ ଆମେରିକା ଏବଂ ପାଶ୍ଚାତ୍ୟର ସହାୟତାରେ ୟୁକ୍ରେନ୍ ଦମ୍ଭର ସହ ଛିଡ଼ା ହୋଇଛି ଲଢ଼ୁଛି । ହେଲେ ରୁଷ୍ ଭଳି ମହାଶକ୍ତିଠାରୁ ୟୁକ୍ରେନ୍ ଏ ଯାଏ ଯୁଦ୍ଧ ଜିତିପାରିନି । ସେହିପରି ୟୁକ୍ରେନ୍କୁ ଶକ୍ତିହୀନ ଭାବି ରୁଷ୍ ଯେଉଁ ଲକ୍ଷ୍ୟରେ ଯୁଦ୍ଧ ଆରମ୍ଭରୁ ଆକ୍ରମଣାତ୍ମକ ହୋଇ ଆଗେଇ ଥିଲା ସେଥିରେ ମଧ୍ୟ ଏହି ଦେଶ ସଫଳ ହୋଇପାରିନି । କାରଣ ରୁଷ୍ର ବିଜୟ ପଥରେ ବଡ଼ ବାଧକ ସାଜିଛନ୍ତି ଆମେରିକା ଏବଂ ପାଶ୍ଚାତ୍ୟ ଦେଶ । ୟୁକ୍ରେନ୍ର ବହୁ ଅଞ୍ଚଳକୁ ରୁଷ୍ କବ୍ଜା କରିଥିଲେ ବି ରୁଷ୍ ଏହାର ଲକ୍ଷ୍ୟରେ ପହଞ୍ଚିପାରିନି । ୟୁକ୍ରେନ୍ ବି ସାମରିକ ସହାୟତା ପାଇବା ସତ୍ତେ୍ୱ ରୁଷ୍ଠାରୁ ନିଜ ଅଞ୍ଚଳକୁ ଛଡ଼ାଇଆଣିବା ପାଇଁ ସଂଘର୍ଷ ଜାରି ରଖିଛି । ଦେଖିବାକୁ ଗଲେ ୨ ବର୍ଷ ହେଲାଣି ଏହି ଯୁଦ୍ଧ ବିନା କାହାର ହାର୍ ଜିତ୍ରେ ଲମ୍ବି ଚାଲିଛି ।