ଘନଉଛି ଋଷ୍‌-ୟୁକ୍ରେନ୍‌ ଯୁଦ୍ଧ, ପ୍ରଶାନ୍ତ ମହାସାଗର ଉପରେ ୧୨ ଘଣ୍ଟା ଉଡ଼ିଲା ପରମାଣୁ ବୋମା ବର୍ଷୀ ବିମାନ

Published By : Prameya-News7 Bureau | October 19, 2022 IST

ନୂଆଦିଲ୍ଲୀ, ୧୯/୧୦: ଋଷ୍‌ ଏବଂ ୟୁକ୍ରେନ୍‌ ମଧ୍ୟରେ ଚାଲୁ ରହିଥିବା ଯୁଦ୍ଧକୁ ୭୮ ମାସରୁ ଅଧିକ ସମୟ ବିତିଲାଣି । ହେଲେ ଦୁଇ ପକ୍ଷ ଯୁଦ୍ଧରୁ ଓହରିବାକୁ ନାରାଜ । ବରଂ ବର୍ତ୍ତମାନ ଯୁଦ୍ଧ ନିର୍ଣ୍ଣାୟକ ସ୍ଥିତି ଆଡ଼କୁ ଢଳିବାରେ ଲାଗିଛି । ଋଷ୍‌ର ଲଗାତାର ଆକ୍ରମଣରେ ୟୁକ୍ରେନ୍‌ର ସ୍ଥିତି ବେହାଲ ହୋଇ ପଡ଼ିଛି । ବାରମ୍ୱାର ଭିତ୍ତିଭୂମି ଉପରେ ଆକ୍ରମଣ କରି ଋଷ୍‌ ୟୁକ୍ରେନ୍‌ର ଅନେକ ସହରକୁ ବିଜୁଳୀ ହୀନ କରିଦେଇଛି । ଅର୍ଥାତ ୟୁକ୍ରେନ୍‌ର ବିଭିନ୍ନ ସହରରେ ଏବେ ବିଜୁଳି ନାହିଁ ।

ଯୁଦ୍ଧ ଏଭଳି ସ୍ଥିତିରେ ପହଞ୍ଚିଛି ଯେ ଋଷ୍‌ ଯେକୌଣସି ମୂହୁର୍ତ୍ତରେ ପରମାଣୁ ଆକ୍ରମଣ କରିବା ନେଇ ଧମକ ଦେଉଛି । ଏନେଇ ଋଷ୍‌ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି ଯେ Tu-95MS ଷ୍ଟ୍ରେଟେଜି ବୋମା ବର୍ଷୀ ବିମାନ ୧୨ ଘଣ୍ଟା ପ୍ରଶାନ୍ତ ମହାସାଗର ଅଞ୍ଚଳରେ ଉଡ଼ାଣ ଭରିଛି । ଏହି ବିମାନ ବେରିଙ୍ଗ୍‌ ସାଗର ଏବଂ ଓଖୋଟସ୍କ ସାଗର ଉପରେ ମଧ୍ୟ ଉଡ଼ାଣ ଭରିଥିଲା । କହି ରଖୁଛୁ କି ଋଷ୍‌ର ଏହି ବିମାନ ପରମାଣୁ ଆକ୍ରମଣ କରିବାକୁ ସକ୍ଷମ । ଋଷ୍‌ ଏହି ବିମାନକୁ ଏପରି ସମୟରେ ଉଡ଼ାଇଛି ଯେଉଁ ସମୟରେ କି ନାଟୋ ଫେର୍ସ ଏବଂ ୟୁକ୍ରେନ୍‌କୁ ନେଇ ଋଷ୍‌ର ଚିନ୍ତା ଚରମରେ ପହଞ୍ଚିଛି ।

ଋଷ୍‌ ରକ୍ଷା ମନ୍ତ୍ରାଳୟ ଏହି ବିମାନକୁ ମିଗ୍‌ ୩୧ ବିମାନ ଏସ୍କର୍ଟ ପ୍ରଦାନ କରିଥିବା କହିଛି । ଉଡ଼ୁଥିବା ସମୟରେ ହିଁ ଏହା ଇନ୍ଧନ ଭରିଥିଲା । ଏହି ବିମାନଟି ଅନ୍ତଃରାଷ୍ଟ୍ରୀୟ ବିମାନ ପଥର ନିୟମ ଅନୁଯାୟୀ, ଉଡ଼ାଣ ଭରିଥିଲା । ଏହା ନ୍ୟୁଟ୍ରାଲ୍‌ ୱାଟର ଉପରେ ରହିଥିଲା ବୋଲି ଋଷ୍‌ କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.