ଡଲାରରେ କରାବାର ବନ୍ଦ କରିଛି ଋଷିଆ, ଫଶିଛି ଭାରତୀୟ ତୈଳ କମ୍ପାନୀଙ୍କ ୧୦୦୦ କୋଟି ଟଙ୍କା

Published By : Prameya-News7 Bureau | May 28, 2022 IST

ନୂଆଦିଲ୍ଲୀ ୨୮।୫: ୟୁକ୍ରେନ ଉପରେ ଆକ୍ରମଣ ଲାଗି ପାଶ୍ଚାତ୍ୟ କଟକଣା ନିମନ୍ତେ ଋଷିଆ ଡଲାରରେ କାରବାର ବନ୍ଦ କରିଛି। ଫଳରେ ହେବାକୁ ଥିବା ବିଦେଶୀ ପୈଠ ଅଟକି ଯାଇଥିବା ବେଳେ ଭାରତୀୟ ତୈଳ କମ୍ପାନୀଙ୍କ ଲାଭାଂଶ ଆୟ ବାବଦକୁ ୮ ବିଲିୟନ ରୁବଲ ଅର୍ଥାତ ଭାରତୀୟ ମୁଦ୍ରାରେ ୧୦୦୦ କୋଟି ଟଙ୍କା ଫଶି ଯାଇଛି ।

ସାର୍ବଜନିକ ତୈଳ କମ୍ପାନୀଙ୍କ ଅନୁସାରେ ଭାରତୀୟ ପେଟ୍ରୋଲିୟମ କମ୍ପାନୀମାନେ ଋଷିଆରେ ୪ ଭିନ୍ନ ଭିନ୍ନ ପରିସମ୍ପତ୍ତିର ଅଂଶୀଦାର ଅଛନ୍ତି। ଏ ବାବଦେ ୫.୪୬ ବିଲିୟନ ଡଲାରର ନିବେଶ କରିଛି ଭାରତ। ଏହି ପରିସମ୍ପତ୍ତିମାନଙ୍କରୁ ବାହାରୁଥିବା ତୈଳ ଓ ଗ୍ୟାସ ବିକ୍ରିରୁ ମିଳୁଥିବା ଲାଭାଂଶରୁ ଭାରତୀୟ କମ୍ପାନୀଙ୍କ ଆୟ ହୋଇଥାଏ । ତେବେ ୟୁକ୍ରେନ ଉପରେ ଆକ୍ରମଣ ପରଠାରୁ ସରକାର ଡଲାରରେ ପୈଠ କରିବା ବନ୍ଦ କରିଦେଇଛନ୍ତି। ଏହି କଟକଣା ଯୋଗୁ ଭାରତୀୟ ତୈଳ କମ୍ପାନୀମାନେ ସେମାନଙ୍କର ଆୟ ଉଠାଣ କରିପାରୁ ନାହାନ୍ତି।

{"id":635538,"width":839,"height":546,"sizeSlug":"full","linkDestination":"none"}

ଋଷିଆର ଭାଙ୍କୋରନେଫ୍ଟ ତୈଳ ଏବଂ ଗ୍ୟାସ୍ କ୍ଷେତ୍ରରେ ଭାରତୀୟ କମ୍ପାନୀଙ୍କ ୪୯.୯ ପ୍ରତିଶତ ଭାଗିଦାରୀ ଥିବା ବେଳେ ଟାସ୍-ୟୁରିୟାଖ ନେଫ୍ତଗେଜେଦୋବାଇଚା କ୍ଷେତ୍ରରେ ୨୯.୯ ପ୍ରତିଶତ ଭାଗିଦାରୀ ରହିଛି।  ଅଏଲଇଣ୍ଡିଆ ଲିଃଙ୍କ ନିର୍ଦ୍ଦେଶକ (ଅର୍ଥ)  ହରିଶ ମାଧବଙ୍କ ଅନୁସାରେ ଆମକୁ ଆମ ପ୍ରକଳ୍ପମାନଙ୍କରୁ ନିୟମିତ ଲାଭାଂଶ ଆୟ ମିଳିଯାଏ। ତେବେ ଋଷିଆ-ୟୁକ୍ରେନ ଯୁଦ୍ଧ ଯୋଗୁ ବୈଦେଶିକ ମୁଦ୍ରା ମୂଲ୍ୟରେ ଅସ୍ଥିରତା ଯୋଗୁ ଋଷିଆ ସରକାର ଡଲାର ଉଠାଣ ଉପରେ କଡ଼ା କଟକଣା ଲାଗୁ କରିଦେଇଛନ୍ତି।

ଟାସ୍ କ୍ଷେତ୍ରରେ ଭାରତୀୟ କମ୍ପାନୀଙ୍କୁ ଲାଭାଂଶ ପ୍ରତି ତ୍ରୈମାସିକରେ ମାଳିଯାଉଥିବା ବେଳେ ଭାଙ୍କୋରନେଫ୍ଟ ପ୍ରତି ୬ ମାସିକ ଆଧାରରେ ପୈଠ କରିଥାନ୍ତି। ଋଷିଆର ଏହି ଭାଗିଦାରୀ କମ୍ପାନୀମାନଙ୍କରେ ଭାରତର ପ୍ରାୟ ୮ ବିଲିନ ରୁବଲ ଲାଭାଂଶ ଫଶି ରହିଛି। ଯଦିଓ ଏହା ସେପରି ବଡ଼ ରାଶି ନୁହେଁ ତେବେ ଋଷିଆ-ୟୁକ୍ରେନ ସଂକଟ ସମାଧାନ ହେବା ପରେ ମିଳିଯିବ ବୋଲି ଆଶାବ୍ୟକ୍ତ କରାଯାଉଛି। ଭାରତୀୟ କମ୍ପାନୀମାନଙ୍କ ଅଧିକାରୀଙ୍କ କହିବା ଅନୁସାରେ ସେହି ସବୁ ତୈଳ ଓ ଗ୍ୟାସ କ୍ଷେତ୍ରର ପରିଚାଳନା ଉପରେ  ଯୁଦ୍ଧର କୌଣସି ପ୍ରଭାବ ପଡି ନାହିଁ। ସେହି ସବୁ ସ୍ଥାନରେ ଉତ୍ପାଦନ ସ୍ୱଭାବିକ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.