ଦେଶରେ ବଢୁଛି କୋଟିପତିଙ୍କ ସଂଖ୍ୟା ; ବାର୍ଷିକ ୧କୋଟିରୁ ଅଧିକ ଆୟ କରୁଛନ୍ତି ୧.୭ ଲକ୍ଷ ଲୋକ

Published By : Prameya-News7 Bureau | September 28, 2023 IST

ନୂଆଦିଲ୍ଲୀ 28/09 : ଦେଶରେ ବଢିବାରେ ଲାଗିଛି କୋଟିପତିଙ୍କ ସଂଖ୍ୟା। ବାର୍ଷିକ ୧କୋଟିରୁ ଅଧିକ ଟଙ୍କା ରୋଜଗାର କରୁଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଏବେ ଭାରତ କୋଟିପତିଙ୍କ ଦେଶ ହେବାକୁ ଯାଉଛି।  ଏହାର ଆକଳନ ଚଳିତ ବର୍ଷ ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ ଫାଇଲିଂରୁ ଜଣାପଡିଛି । ଚଳିତ ବର୍ଷ ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ ସବୁ ରେକର୍ଡ ଭାଙ୍ଗିଛି । ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ୬.୭୭ କୋଟି ଟଙ୍କାର ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ ଫାଇଲ ହୋଇଛି । ଏହା ଗତବର୍ଷ ତୁଳନାରେ ୧୬.୧ ପ୍ରତିଶତ ଅଧିକ । କରୋନା ଅବଧି ପରଠାରୁ ଏଥିରେ ବୃଦ୍ଧି ରେକର୍ଡ କରାଯାଉଛି । ସେପଟେ ଦେଶରେ ଲୋକଙ୍କ ଆୟ କ୍ରମାଗତ ଭାବେ ବୃଦ୍ଧି ପାଉଥିବା ଜଣାପଡ଼ିଛି ।

{"id":850214,"sizeSlug":"large","linkDestination":"none"}

ସେହିଭଳି ଦେଶରେ ବାର୍ଷିକ ୧ କୋଟି ଟଙ୍କାରୁ ଅଧିକ ଆୟ କରୁଥିବା କରଦାତାଙ୍କ ସଂଖ୍ୟା ଗତ ଦୁଇବର୍ଷ ମଧ୍ୟରେ ଦୁଇଗୁଣ ହୋଇଛି । ୨୦୨୨ ପର୍ଯ୍ୟନ୍ତ ୧.୬୯ ଲକ୍ଷ କୋଟିପତି ଥିଲେ । ୨୦୨୨-୨୩ର ଇନକମ୍ ଟ୍ୟାକ୍ସ ରିଟର୍ନ ଫାଇଲ୍ ଅନୁସାରେ ମୋଟ୍ ୧,୬୯, ୮୯୦ ଜଣ କୋଟିପତି ଥିବା ଜଣାପଡ଼ିଛି।

wp:html /wp:html

ବର୍ଷ ୨୦୨୧-୨୨ ରେ ୧ କୋଟି ଟଙ୍କାରୁ ଅଧିକ ରୋଜଗାର କରୁଥିବା ଲୋକଙ୍କ ସଂଖ୍ୟା ୧ ଲକ୍ଷ ୧୪ ହଜାର ୪୪୪ ଥିଲା। ଆର୍ଥିକ ବର୍ଷ ୨୦୨୦-୨୧ ରେ ଏହି ସଂଖ୍ୟା ୮୧,୬୫୩ ଥିଲା । ଏହି ତାଲିକାରେ ବ୍ୟକ୍ତିଗତ କରଦାତା, କମ୍ପାନୀ , ଫାର୍ମ ଓ ବ୍ୟବସାୟୀ ସାମିଲ ରହିଥିଲେ । ୨୦୨୩ ଜୁଲାଇ ୩୧ ତାରିଖ ସୁଦ୍ଧା ଦାଖଲ ହୋଇଥିବା ମୋଟ ଆଇଟିଆର ସଂଖ୍ୟା ୬.୭୭ କୋଟିରୁ ଅଧିକ , ଯାହାକି ୨୦୨୨ ଜୁଲାଇ ୩୧ ସୁଦ୍ଧା ଦାଖଲ ହୋଇଥିବା ଆଇଟିଆର ତୁଳନାରେ ୧୬.୧ ପ୍ରତିଶତ ଅଧିକ । ସବୁଠୁବଡ଼ କଥା ହେଉଛି ଗତ ଦଶନ୍ଧୀ ତୁଳନାରେ ଲୋକଙ୍କ ଆୟ ବଢ଼ିଛି । ହେଲେ ଅନେକ ଲୋକ ଟ୍ୟାକ୍ସ  ଫାଙ୍କୁଛନ୍ତି । ମୋଟ ଜନସଂଖ୍ୟାର ପ୍ରାୟ ୬ ପ୍ରତିଶତ ହିଁ ଆଇଟିଆର ଫାଇଲ୍ କରୁଥିବା ଜଣାପଡ଼ିଛି ।

Also Read-ପୁଅ ଅସୁସ୍ଥ ଥିବାରୁ ଆସିଲା ଉପାୟ ; ଛାଡ଼ିଲେ Govt ଚାକିରି ,୫ହଜାରରୁ ଆରମ୍ଭ ବ୍ୟବସାୟ ପହଞ୍ଚିଛି ୧୧,୦୦କୋଟିରେ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.