ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||
  • ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର
  • ||
  • ଭୁବନେଶ୍ୱର: ଗୁମର ଖୋଲିଛି ଶ୍ରଦ୍ଧାଞ୍ଜଳୀ, ଇଡି ହାତରେ ଲାଗିଛି ବିସ୍ଫୋରକ ତଥ୍ୟ
  • ||
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||

ଆଜିଠାରୁ ଚତୁର୍ଥ ପର୍ଯ୍ୟାୟ ଜେଇଇ ମେନ୍‌, ପରୀକ୍ଷା ଦେବେ ୭ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ

26/08/2021 at 9:56 AM

ଭୁବନେଶ୍ୱର ୨୬/୦୮: ଆଜିଠୁ ୪ର୍ଥ ପର୍ଯ୍ୟାୟ ଅର୍ବଭାରତୀୟ ଜେଇଇ ମେନ୍ ପରୀକ୍ଷା । ଚତୁର୍ଥ ପର୍ଯ୍ୟାୟ ଜେଇଇ ମେନ୍ ପରୀକ୍ଷା ଆରମ୍ଭ ହୋଇଛି । ଚଳିତ ମାସ ୨୬,୨୭,୩୧ ଏବଂ ସେପ୍ଟେମ୍ବର ୧ ଓ ୨ ତାରିଖରେ ପରୀକ୍ଷା ହେବ । ଦେଶର ୩୩୪ ସହରରେ ପରୀକ୍ଷା ଆୟୋଜନ ହୋଇଥିବାବେଳେ ୭ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ଓଡ଼ିଶାରୁ ପାଖାପାଖି ୧ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେବେ ।

କରୋନା କଟକଣାରେ ପରୀକ୍ଷା ଆୟୋଜନ କରିବାକୁ ରାଷ୍ଟ୍ରୀୟ ପରୀକ୍ଷା ଏଜେନ୍ସି ବା ଏଟିଏ କଡ଼ା ନିର୍ଦ୍ଦେଶ ଦେଇଛି । ଛାତ୍ରଛାତ୍ରୀଙ୍କ ଆଡ଼ମିଟ କାର୍ଡରେ ପରୀକ୍ଷା ସମ୍ପର୍କିତ ବିସ୍ତୃତ ସୂଚନା ଦିଆଯାଇଛି । ଚଳିତବର୍ଷ ୪ ଥର ଜେଇଇ ମେନ୍ ହେଉଛି । ଯେଉଁ ପରୀକ୍ଷାର୍ଥୀମାନେ ଏକାଧିକଥର ପରୀକ୍ଷା ଦେଉଛନ୍ତି, ସେମାନଙ୍କର ଯେଉଁ ପରୀକ୍ଷାରେ ଅଧିକ ନମ୍ବର ରହିବ । ତାହାକୁ ଗ୍ରହଣ କରାଯିବ ବୋଲି ଏଟିଏ ପକ୍ଷରୁ କୁହାଯାଇଛି ।

   Related Posts