scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପଣ୍ଡିତ ନେହେରୁଙ୍କ ‘ଆଦିବାସୀ ପତ୍ନୀ’ ବୁଧନୀ, ଯାହାଙ୍କ ପାଇଁ ଫୁଲ ହାର ପାଲଟିଥିଲା ଅଭିଶାପ

21/11/2023 at 6:06 PM

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ଆଦିବାସୀ ପତ୍ନୀ କୁହାଯାଉଥିବା ବୁଧନୀ ମଞ୍ଝିୟାନଙ୍କ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ହୋଇଥିଲା । ସାରାଜୀବନ ବାସନ୍ଦର ଯନ୍ତ୍ରଣା ସହିଥିବା ବୁଧନୀଙ୍କ ସ୍ମାରକ ନିର୍ମାଣ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ୧୯୫୯ରେ ଏକ ଡ୍ୟାମ୍ ଉଦଘାଟନ୍ ବେଳେ ତତ୍କାଳୀନ ପ୍ରଧାନମନ୍ତ୍ରୀ ନେହେରୁ ବୁଧନୀଙ୍କୁ ସମ୍ମାନ ରୂପେ ଫୁଲ ମାଳ ପିନ୍ଧାଇ ଦେଇଥିଲେ । ଏହାପରେ ବୁଧନୀଙ୍କୁ ବିରୋଧ କରାଗଲା ଓ ସମ୍ପ୍ରଦାୟରୁ ବାସନ୍ଦ କରାଗଲା । ସେତେବେଳେ ତାଙ୍କୁ ମାତ୍ର ୧୬ ବର୍ଷ ହୋଇଥିଲା । ବୁଧନୀ ସାନ୍ଥାଳ ଜନଜତିର ମହିଳା । ସେତେବେଳେ କୁହାଗଲା ଯେ ନିଜ ସମୁଦାୟ ବାହାରେ ତାଙ୍କ ବିହାର ହୋଇଛି ଓ ଏଥିପାଇଁ ବହିଷ୍କାର କରାଯାଉଛି ।

ଏପରି ଭାବେ ଝାଡଖଣ୍ଡର ପାଞ୍ଚେତ ଡ୍ୟାମ ଉଦଘଟାନ୍ ବେଳେ ପ୍ରଧାନମନ୍ତ୍ରୀ ନେହେରୁଙ୍କ ଦ୍ୱାରା ପିନ୍ଧା ଯାଇଥିବା ଫୁଲ ମାଳ ବୁଧନୀଙ୍କ ପାଇଁ ଅଭିଶାପ ପାଲଟିଗଲା । ଉଲ୍ଲେଖଯୋଗ୍ୟ ଯେ ସାନ୍ଥାଳ ଆଦିବାସୀ ସମୁଦାୟରେ ଯଦି କୌଣସି ପୁରୁଷ, ମହିଳାଙ୍କୁ ଫୁଲ ମାଳ ପିନ୍ଧାଏ ତେବେ ତାହା ବିବାହ ବୋଲି ଧରାଯାଏ । ଯଦି କିଏ ନିଜ ସମୁଦାୟ ବାହାରେ ବିବାହ କରେ ତେବେ ତାକୁ ବାସନ୍ଦ କରାଯାଏ । ବୁଧନୀଙ୍କ ଗାଁରେ ପ୍ରବେଶ ଉପରେ କଟକଣା ଲାଗିଲା । ସେ ଗାଁ ବାହାରେ ଏକ ଭଙ୍ଗା କୁଡିଆରେ ନିଜ ଝିଅ ରତ୍ନାଙ୍କ ସହ ରହୁଥିଲେ ।

ପଢନ୍ତୁ: କର୍ଣ୍ଣାଟକ ପାଠ୍ୟପୁସ୍ତକକୁ ଫେରିଲେ ନେହେରୁ, ବାଦ୍ ପଡ଼ିଲା RSS ସଂସ୍ଥାପକଙ୍କ ଜଡ଼ିତ ଅଧ୍ୟାୟ

ସାରାଜୀବନ ବହିଷ୍କାର ଯନ୍ତ୍ରଣା ସହିଥିବା ବୁଧନୀଙ୍କ ସ୍ମାରକୀ ନିର୍ମାଣ ପାଇଁ ଦାବି ହେଉଛି । ଲୋକ ବୁଧନୀଙ୍କୁ ପଣ୍ଡିତ ନେହରୁଙ୍କ ପତ୍ନୀ ବୋଲି କହିବା ସହ ତାଙ୍କ ପ୍ରତିମୂର୍ତ୍ତି ପାର୍ଶ୍ୱରେ ଏକ ନୂଆ ମୂର୍ତ୍ତି ସ୍ଥାପନ ପାଇଁ ଦାବି କରୁଛନ୍ତି । ଅନ୍ୟପଟେ ବୁଧନୀଙ୍କ ଝିଅଙ୍କୁ ୬୦ ବର୍ଷ ହେଲାଣି । ତେଣୁ ତାଙ୍କୁ ପେନସନ ଦିଆଯିବା ଦରକାର ବୋଲି ଲୋକ ଦାବି କରୁଛନ୍ତି । ଅନ୍ୟପଟେ ପ୍ରଶାସନର କହିବା ଅନୁସାରେ ସ୍ମାରକ ଉପରେ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ ।

୧୯୫୨ରେ ଡ୍ୟାମ ନିର୍ମାଣ ଆରମ୍ଭ ସହ ବୁଧନୀଙ୍କ ପରିବାର ଉପରେ ଦୁଃଖର ପାହାଡ ଲଦି ହୋଇଥିଲା । ତାଙ୍କର ସବୁ ଭୂମି ଡ୍ୟାମରେ ବୁଡ଼ିଗଲା । ତାଙ୍କ ପରିବାର ଡ୍ୟାମ ନିର୍ମାଣରେ ଶ୍ରମିକ ଭାବେ କାମ କରିଥିଲେ । ଏହି ପ୍ରୋଜେକ୍ଟ ପାଇଁ ସେ ପ୍ରଥମ ଅନୁବନ୍ଧିକ ଶ୍ରମିକ ଥିଲେ । ୧୯୫୯ ଡିସେମ୍ୱର ୫ରେ ଡ୍ୟାମ୍ ଉଦଘାଟନ୍ ବେଳେ ପଣ୍ଡିତ ନେହେରୁଙ୍କ ଦ୍ୱାରା ଫୁଲ ମାଳ ପିନ୍ଧାଯିବା ତାଙ୍କୁ ଜୀବନ ସାରା ଯନ୍ତ୍ରଣା ଦେଲା । ୧୯୬୨ରେ ବୁଧନୀଙ୍କ ସହ ଅନ୍ୟ ଅନୁବନ୍ଧିକ ଶ୍ରମିକଙ୍କ ସହ ଚୁକ୍ତ ଶେଷ ହୋଇଥିଲା । ଏହାପରେ ସେ ପଶ୍ଚିମବଙ୍ଗର ପୁରିଲିଆ ଚାଲି ଯାଇଥିଲେ ଓ ଦିନ ମଜୁରିଆ ଭାବେ କାମ କରିବା ଆରମ୍ଭ କରିଥିଲେ । ସେଠାରେ ସେ ସୁଧୀର ଦତ୍ତାଙ୍କୁ ବିବାହ କରିଥିଲେ । ୧୯୮୫ରେ ପ୍ରଧାନମନ୍ତ୍ରୀ ଭାବେ ରାଜୀବ ଗାନ୍ଧୀଙ୍କ ଆସନସୋଲ ଗସ୍ତ ବେଳେ ବୁଧନୀ ନିଜ ଯନ୍ତ୍ରଣା ଜଣାଇଥିଲେ । ଏହାପରେ ତାଙ୍କୁ ଡିବିସିରେ ଚାକିରି ମିଳିଥିଲା । ୨୦୦୫ରେ ବୁଧନୀ ଚାକିରିରୁ ଅବସର ନେଇଥିଲେ ।

   Related Posts