scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବେଙ୍ଗାଲୁରୁର ୧୫ ସ୍କୁଲକୁ ବୋମା ଧମକ: ଭୟରେ ଅଭିଭାବକ, ପହଞ୍ଚିଲା ପୋଲିସ୍‌

1/12/2023 at 4:17 PM

ବେଙ୍ଗାଲୁରୁ: କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ୧୫ଟି ସ୍କୁଲକୁ ବୋମାରେ ଉଡ଼ାଇ ଦେବାକୁ ଧମକପୂର୍ଣ୍ଣ ଇମେଲ୍‌ ମିଳିଛି। ଏହା ପରେ ଏହିସବୁ ସ୍କୁଲର ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଏହି ସ୍କୁଲ ମଧ୍ୟରୁ ଗୋଟିଏ କର୍ଣ୍ଣାଟର ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ଘର ସାମ୍ନାରେ ରହିଛି।

ତେବେ ସୂଚନା ମିଳିବା ପରେ ପୋଲିସ୍‌ ସ୍କୁଲରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି। ବୋମା ନିଷ୍କ୍ରୟକାରୀ ଦଳକୁ ସବୁ ସ୍କୁଲକୁ ପଠାଯାଇଛି। ସ୍କୁଲର ଛାତ୍ରଛାତ୍ରୀଙ୍କ ଏବଂ ଷ୍ଟାଫଙ୍କ ସୁରକ୍ଷିତ ଭାବରେ ବାହାର କରାଯାଇଛି। ଯେଉଁ ସ୍କୁଲକୁ ଧମକ ମିଳିଛି ସେଥିରେ ରହିଛନ୍ତି, ହ୍ବାଇଟଫିଲ୍ଡ, କୋରେମଙ୍ଗଲା, ବସବେଶନଗର, ୟାଲହଙ୍କା ଏବଂ ସଦାଶିବନଗର ସ୍କୁଲ।

ଆହୁରି ପଢ଼ନ୍ତୁ: ଭାରତକୁ ସାଉଦୀ ଆରବର ଝଟକା, ୱାର୍କିଂ ଭିସା ନିୟମ ସଂଶୋଧନ ଯୋଗୁ ଏଠାରେ ବିଦେଶୀଙ୍କୁ ଚାକିରୀ କରିବା ଏବେ କଷ୍ଟ  

ସେପେଟ ଘଟଣାକୁ ନେଇ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା କହିଛନ୍ତି ‘ପୋଲିସ ଯାଞ୍ଚପାଇଁ ନିର୍ଦ୍ଦେଶ ଦିଆଯାଇଛି। ସୁରକ୍ଷା ଉପାୟ ପାଇଁ କରାଯାଇଛି । ଅଭିଭାବକ ଭୟ କରନ୍ତୁ ନାହିଁ। ପୋଲିସ୍‌କୁ ସୁରକ୍ଷ ବଢ଼ାଇବା ଏବଂ ସ୍କୁଲର ନିରୀକ୍ଷଣ କରିବା ଏବଂ ପାଇଁ ନିର୍ଦ୍ଦେଶ ଦେଇଛି।’

କର୍ଣ୍ଣାଟକ ଗୃହମନ୍ତ୍ରୀ ଜି ପରମେଶ୍ବରର କହିଛନ୍ତି ‘‘ଆମେ ଇମେଲର ଠିକଣା ଜାଣିବାକୁ ଚେଷ୍ଟା କରାଯାଉଛି। ଆମେ ଏହାକୁ ଗଭୀରତାର ସହ ନେଉଛୁ। କିନ୍ତୁ ପ୍ରାଥମିକତା ଆଧାରରେ ଏହାର ଯାଞ୍ଚ କରିବା ପାଇଁ ପୋଲିସକୁ ସୂଚିତ କରାଯାଇଛି।’’

ଆହୁରି ପଢ଼ନ୍ତୁ: ୨୦୧୮ରୁ ନିର୍ମାଣ ଚାଲିଥିଲା ସିଲକୟାରା ଟନେଲ୍‌, ୫ ବର୍ଷରେ ୨୦ ଥର ଭୁଶୁଡିଛି !

   Related Posts