LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଯେଉଁମାନେ ଗାଈର ଯତ୍ନ ନିଅନ୍ତି ଗାଈ ସେମାନଙ୍କର ଯତ୍ନ ନିଏ: କେନ୍ଦ୍ର ମନ୍ତ୍ରୀ ପୁରୁଷୋତ୍ତମ ରୁପାଲା

12/02/2023 at 5:08 PM

ନୂଆଦିଲ୍ଲୀ: ଭଗବାନ ଶ୍ରୀ କୃଷ୍ଣ କହିଥିଲେ ଯେ ଯେଉଁମାନେ ଗାଈର ଯତ୍ନ ନିଅନ୍ତି ଗାଈ ସେମାନଙ୍କର ଯତ୍ନ ନିଏ। ଆଜି ବି ତାହା ଉପାଦେୟ। ଏକଥା ଆମେ କହୁ ନାହୁଁ କେନ୍ଦ୍ର ମତ୍ସ୍ୟ, ପ୍ରାଣୀ ସମ୍ପଦ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରୀ ପୁରୁଷୋତ୍ତମ ରୁପାଲା ଏହି ବୟାନ ଦେଇଛନ୍ତି। ଦୁଗ୍ଧ ଉତ୍ପାନଦ ଓ ପଶୁ ସମ୍ପଦ କ୍ଷେତ୍ରରେ ଥିବା ସମ୍ଭାବନା ଉପରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଏପରି କହିଛନ୍ତି କେନ୍ଦ୍ରମନ୍ତ୍ରୀ।

ଶ୍ରୀ ରୂପାଲା କହିଛନ୍ତି ଭଗବାନ ଶ୍ରୀ କୃଷ୍ଣ ପୂରା ବିଶ୍ୱକୁ ଏକ ମେସେଜ୍ ଦେଇଥିଲେ। ଯେଉଁମାନେ ଗାଈର ଯତ୍ନ ନିଅନ୍ତି, ଗାଈ ସେମାନଙ୍କର ଯତ୍ନ ନିଏ। ଆଜିବି ଶ୍ରୀ କୃଷ୍ଣଙ୍କର ଏହି ମେସେଜ୍ ଉପାଦେୟ। ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଭାରତରେ ପଶୁପାଳନ ନୂଆ ନୁହେଁ, ଭଗବାନ ଶ୍ରୀ କୃଷ୍ଣଙ୍କ ସମୟରୁ ଗାଈମାନେ ପୋଷଣ ଯୋଗାଉଛନ୍ତି। ବିଶେଷ କରି ଉତ୍ତର ପ୍ରଦେଶରେ ଗୋକୁଳ ଏହାର ଏକ ଉଦାହରଣ। ଆଜି ୟୁପି ଦୁଗ୍ଧ ଉତ୍ପାଦନ ଓ ପଶୁପାଳନ କ୍ଷେତ୍ରରେ ଏକ ଉଦିୟମାନେ ରାଜ୍ୟ ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି।

ଉତ୍ତର ପ୍ରଦେଶରେ ଚାଲିଥିବା ଗ୍ଲୋବାଲ ଇନ୍‌ଭେଷ୍ଟର ସମ୍ମିଟ(ଜିଆଇଏସ)୨୦୨୩କୁ କେନ୍ଦ୍ରମନ୍ତ୍ରୀ ପ୍ରଶଂସା କରିଛନ୍ତି। ଏହା ରାଜ୍ୟର ବିକାଶ କ୍ଷେତ୍ରରେ ସୁବର୍ଣ୍ଣ ସୁଯୋଗ ଆଣିବ। ଯେଉଁଠି ଆଇନଶୃଙ୍ଖଳା ମଜଭୁତ ରହିଛି ନିବେଶକାରୀମାନେ ସେଇଠି ନିବେଶ କରିବାକୁ ପସନ୍ଦ କରିଥାନ୍ତି ବୋଲି ମନ୍ତ୍ରୀ କହିଛନ୍ତି।

କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ଉତ୍ତର ପ୍ରଦେଶ ପାଇଁ ୫୦୦ ମୋବାଇଲ ଭେଟେରେନାରୀ ୟୁନିଟ୍‌ ଘୋଷଣା କରିଛନ୍ତି। ମାର୍ଚ୍ଚ ସୁଧା ଏଗୁଡିକ ରାଜ୍ୟରେ ଉପଲବ୍ଧ ହେବ ବୋଲି ମନ୍ତ୍ରୀ କହିଛନ୍ତି।

ସୂଚନା ଥାଉକି ଗତ କିଛିଦିନ ହେବା ଦେଶରେ ଗାଈ ଏକ ଚର୍ଚ୍ଚିତ ବିଷୟ ହୋଇ ରହିଛି। ଫେବ୍ରୁଆରୀ ୧୪ ତାରିଖକୁ ଭାଲେଣ୍ଟାଇନ ଡେ ଭାବରେ ପାଳନ ନ କରି କାଓ ହଗ୍‌ ଡେ ଭାବରେ ପାଳନ କରିବାକୁ କେନ୍ଦ୍ର ମତ୍ସ୍ୟ, ପ୍ରାଣୀ ସମ୍ପଦ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରଳାୟର ପ୍ରାଣୀ କଲ୍ୟାଣ ବୋର୍ଡ ଘୋଷଣା କରିଥିଲା। ବୋର୍ଡର ଏଭଳି ନିଷ୍ପତ୍ତି ଦେଶବ୍ୟାପୀ ବିରୋଧୀ ଦଳର ନେତାମାନେ ସମାଲୋଚନା କରିବା ସହିତ ନାନା ବ୍ୟଙ୍ଗ କରିଥିଲେ। ଶେଷରେ ଚାପରେ ବୋର୍ଡ ନିଷ୍ପତ୍ତି ବଦଳାଇଥିଲା। କାଉ ହଗ୍‌ ଡେ ପାଳନ ହେବନି ବୋଲି ବୋର୍ଡ ଘୋଷଣା କରିଥିଲା।  

   Related Posts