ନୂଆଦିଲ୍ଲୀ: ଏପ୍ରିଲ ୧୯ ତାରିଖ ଅର୍ଥାତ୍ ଆଜିଠୁ ପ୍ରଥମ ପର୍ଯ୍ୟାୟ ମତଦାନ । ଦେଶ ୧୦୨ ଲୋକସଭା ଆସନ ପାଇଁ ଚାଲିଛି ଭୋଟିଂ । ପ୍ରାୟ ୧୬କୋଟି ଭୋଟର୍ ନିଜର ମତାଧିକାର ସାବ୍ୟସ୍ତ କରୁଛନ୍ତି । ୨୦୨୪ ଲୋକସଭା ମହାସଂଗ୍ରମକୁ ନେଇ ଦେଶବାସୀଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗଣତନ୍ତ୍ରର ମହାପର୍ବରେ ଅଧିକରୁ ଅଧିକ ସଂଖ୍ୟାରେ ସାମିଲ୍ ହେବାକୁ ଅପିଲ୍ କରିଛନ୍ତି ପିଏମ୍ ମୋଦି । ରେକର୍ଡ ସଂଖ୍ୟାରେ ମତଦାନ କରିବାକୁ ସେ କହିଛନ୍ତି । ବିଶେଷ କରି ଯୁବ ଓ ପ୍ରଥମ ଥର ଭୋଟ୍ ଦେବାକୁ ଯୋଗ୍ୟ ବିବେଚିତ ହୋଇଥିବା ଭୋଟରଙ୍କ ପାଇଁ ଏହି ବର୍ତ୍ତା ରହିଛି । ପ୍ରତିଟି ଭୋଟ୍ ମହତ୍ତ୍ବପୂର୍ଣ୍ଣ ଏବଂ ପ୍ରତିଟି ମତ ଗୁରୁତ୍ବପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ।
ଦିଲ୍ଲୀ ନିର୍ବାଚନ ପାଇଁ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲ...