ଚରାଳୀ କୋଭିଡ୍-୧୯ ପଜିଟିଭ୍, କ୍ୱାରେଣ୍ଟାଇନ୍‌ରେ ୫୦ ଛେଳି

Published By : Prameya-News7 Bureau | July 01, 2020 IST

ବେଙ୍ଗାଲୁରୁ ୧।୭:  ଜଣେ ଛେଳି ଚରାଳୀ କରୋନା ପଜେଟିଭ ଚିହ୍ନଟ ହେବାରୁ କର୍ଣ୍ଣାଟକ ଭେଟନାରୀ ଓ ପଶୁପାଳନ ବିଭାଗ ପ୍ରାୟ ୫୦ ଛେଳିଙ୍କୁ ସଙ୍ଗରୋଧ କରିବା ସହ କ୍ୱାରେଣ୍ଟାଇନରେ ରଖିଛନ୍ତି। ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।ଛେଳି ଚରାଳୀ ଓ ଗାଁର ଅନ୍ୟ ଜଣେ ପଜେଟିଭ ଚିହ୍ନଟ ହେବାର କିଛିଦିନରେ ଛେଳି ପଲରୁ ୪ଟି ଛେଳିଙ୍କର ମୃତ୍ୟୁ ହୋଇଥିଲା। ଏଣୁ ହୁଏତ ପଶୁ ଭୂତାଣୁ ସଂକ୍ରମିତ ହୋଇଥାଇପାରନ୍ତି ସେହି ଆଶଙ୍କାରେ ଭେଟନାରୀ ଅଧିକାରୀ ସମସ୍ତ ଛେଳିଙ୍କୁ ସଙ୍ଗରୋଧ କରିବା ସହ କ୍ୱାରେଣ୍ଟାଇନରେ ରଖିବାକୁ କହିଛନ୍ତି।

ମାଲିକ କରୋନା ଆକ୍ରାନ୍ତ ହେବା ଯୋଗୁ ଛେଳିଙ୍କ ଠାରେ ନିଶ୍ୱାସପ୍ରଶ୍ୱାସ ଜନିତ ସମସ୍ୟା ଦେଖାଦେଇଥିଲା ବୋଲି ଗ୍ରାମବାସୀ କହିଛନ୍ତି। ତେବେ ଛେଳିଙ୍କର ପରୀକ୍ଷଣ ବେଳେ ସେମାନଙ୍କ ଠାରେ ଋତୁକାଳୀନ ରୋଗ ସଂକ୍ରମଣର ପ୍ରମାଣ ମିଳିଥିବା ପଶୁପାଳନ କମିଶନର ଏଚ୍.ବାସବରେଜେନ୍ଦ୍ରନ୍‌ କହିଛନ୍ତି।

ତେବେ ଛେଳିଙ୍କ ଅସ୍ୱଭାବିକ୍‌ ମୃତ୍ୟୁକୁ ନେଇ ଗ୍ରାମବାସୀଙ୍କ ଅଭିଯୋଗ ଆଧାରରେ ଭେଟନାରୀ ଡାକ୍ତର ଛେଳିମାନଙ୍କର ପରୀକ୍ଷା ନିରିକ୍ଷା କରିଥିଲେ ମଧ୍ୟ ସେପରି କିଛି ଅସ୍ୱଭାବିକତା ଦେଖା ଯାଇନଥିଲା। ତେବେ ଚରାଳୀର ପରୀକ୍ଷା  ବେଳେ କରୋନା ପଜେଟିଭ୍ ଜଣାପଡିଥିଲେ। ଦୁଇ ପଜେଟିଭ୍‌ଙ୍କୁ କ୍ୱାରେଣ୍ଟାଇନ କରାଯାଇଥିବା ବେଳେ ପଶୁଙ୍କୁ ନେଇ ଗ୍ରାମବାସୀଙ୍କ ଆତଙ୍କକୁ ଦେଖି ସେମାନଙ୍କୁ ପ୍ରାଣୀଧନ ଅଧିକାରୀ କ୍ୱାରେଣ୍ଟାଇନ୍‌ କରାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.