ହିମାଚଳରେ ପରାଜୟକୁ ଗ୍ରହଣ କଲେ ସିଏମ ଜୟରାମ ଠାକୁର, କହିଲେ- ମନ୍ଥନ କରିବୁ, କଂଗ୍ରେସରେ ମୁଖ୍ୟମନ୍ତ୍ରୀ ହେବା ନେଇ ପ୍ରତିଦ୍ୱନ୍ଦ୍ୱିତା

Published By : Prameya-News7 Bureau | December 08, 2022 IST

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର ଜନତା ପ୍ରତି ନିର୍ବାଚନରେ ସରକାର ପରିବର୍ତ୍ତନର ପରମ୍ପରାକୁ ବଜାୟ ରଖିଛନ୍ତି । ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ମତଗଣନାର ଟ୍ରେଡିଂରେ ମୁଖ୍ୟ ବିରୋଧୀ ଦଳ କଂଗ୍ରେସକୁ ସ୍ପଷ୍ଟ ବହୁମତ ମିଳୁଛି । ଏହାରି ଭିତରେ ରାଜ୍ୟରେ ମିଳିଥିବା ପରାଜୟ ଉପରେ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର କହିଛନ୍ତି ଯେ ସେ ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ପ୍ରଦାନ କରିବେ । ପରାଜୟ ଉପରେ ଦଳ ମନ୍ଥନ କରିବ । ମୁଁ ଜନାଦେଶକୁ ସମ୍ମାନ ଜଣାଉଛି । ହିମାଚଳରେ ଜନତା ମୋତେ ଯେଉଁ ଭଲ ପାଇବା ଦେଇଛନ୍ତି ସେଥିପାଇଁ ମୁଁ କୃତଜ୍ଞ ।

ବିଧାୟକ କିଣି ସରକାର ଗଠନ କରିବା ଅଭିଯୋଗ ଏବଂ ରାଜ୍ୟରେ ବିଜେପି କିଛି ବି କରିପାରେ ବୋଲି କଂଗ୍ରେସର ବୟାନ ଉପରେ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, କଂଗ୍ରେସ ଭିତରେ ମୁଖ୍ୟମନ୍ତ୍ରୀ ହେବା ନେଇ ସମସ୍ତେ ଚାହିଁ ବସିଛନ୍ତି । ଏହି କାରଣରୁ ତାଙ୍କ ନେତା ଭୟଭୀତ ଅଛନ୍ତି । ଗତ ପାଞ୍ଚ ବର୍ଷ ସମୟରେ ମୋ ଉପରେ ବିଶ୍ୱାସ ରଖିବା ନେଇ ପିଏମ ମୋଦୀ ଏବଂ ଅନ୍ୟ କେନ୍ଦ୍ରୀୟ ନେତୃତ୍ୱକୁ ଧନ୍ୟବାଦ ଜଣାଉଛି । ଆମେ ରାଜନୀତିରୁ ବାହାରେ ରାଜ୍ୟର ବିକାଶ ପାଇଁ ସମର୍ପିତ ରହିବୁ । ଆମେ ଆମ ପରାଜୟର ବିଶ୍ଲେଷଣ କରିବୁ । ଭବିଷ୍ୟତର ପ୍ରସ୍ତୁତି ଆମେ ଜାରି ରଖିବୁ ।

କଂଗ୍ରେସର ଅଭିଯୋଗ ଉପରେ ଜୟରାମ ଠାକୁର କଟାକ୍ଷ କରି କହିଛନ୍ତି, କଂଗ୍ରେସର ବିଧାୟକ ନିର୍ବାଚିତ ହୋଇଛନ୍ତି । ଏବେ ସେମାନଙ୍କୁ ରକ୍ଷା କରିବା କଂଗ୍ରେସର କାମ । ବିଧାୟକଙ୍କୁ ଅଲଗା ସ୍ଥାନକୁ ନିଆଯିବା ଖବର ଉପରେ ଜୟରାମ ଠାକୁର କହିଛନ୍ତି ଯେ କାହିଁକି ସେମାନେ ମଜାକ ବନାଉଛନ୍ତି । ବିଧାୟକ ନିର୍ବାଚିତ ହୋଇଛନ୍ତି । ଏପରି ସ୍ଥିତିରେ ଏହିପରି ବୟାନବାଜି କରିବା ଠିକ୍ ନୁହେଁ ।   

ଉଲ୍ଲେଖଯୋଗ୍ୟ ଯେ ହିମାଚଳ ପ୍ରଦେଶର ୧୯୮୫ରୁ ଏହି ରାଜନୈତିକ ଇତିହାସ ରହିଛି ଯେ ରାଜ୍ୟ ଜନତା କୌଣସି ପାର୍ଟିକୁ ଲଗାତାର ଦୁଇ ଥର କ୍ଷମତାରେ ବସାଇ ନାହାନ୍ତି । ଚଳିତ ଥର ବିଜେପି ରାଜ୍ୟରେ ଲଗାତାର ଦ୍ୱିତୀୟ ଥର ସରକାର ଗଠନ କରିବ ବୋଲି ଦାବି କରୁଥିଲା । କିନ୍ତୁ କଂଗ୍ରେସ ତାର ସ୍ୱପ୍ନ ଭାଙ୍ଗିଛି । ଖବର ଲେଖାଯିବା ସୁଦ୍ଧା କଂଗ୍ରେସ ୩୬ ଆସନରେ ବିଜୟୀ ହୋଇଥିବା ବେଳେ ୩ଟି ଆସନରେ ଆଗୁଆ ରହିଛି । ବିଜେପି ୨୩ ଆସନ ଜିତିଥିବା ବେଳେ ୩ଟି ଆଗୁଆ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.