ହୋମ, ଅଟୋ ଓ ପର୍ସନାଲ ଲୋନ ହେଲା ମହଙ୍ଗା, ଏକ ସଙ୍ଗରେ EMI ବୃଦ୍ଧି କଲେ ୭ ବ୍ୟାଙ୍କ

Published By : Prameya-News7 Bureau | June 10, 2022 IST

ନୂଆଦିଲ୍ଲୀ ୧୦।୬: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ବୁଧବାର ରେପୋ ହାରରେ ୫୦ ବେସିସ୍ ପଏଣ୍ଟ ବୃଦ୍ଧି କରିଛନ୍ତି। ଫଳରେ ରେପୋ ରେଟ ୪.୯୦ସ୍ତରକୁ ପହଞ୍ଚିଥିବା ବେଳେ ବ୍ୟାଙ୍କ ଓ ଆର୍ଥିକ ସଂସ୍ଥାନ ଏବେ ସେମାନଙ୍କ ସୁଧବୃଦ୍ଧି କରିଛନ୍ତି। ଫଳରେ ହୋମ, ଅଟୋ ଓ ପର୍ସନାଲ ଲୋନ ମହଙ୍ଗା ହୋଇଯାଇଛି।

ରେପୋ ହାର ବୃଦ୍ଧି ପରେ ଆଇସିଆଇସିଆଇ ସମେତ ସାର୍ବଜନିକ କ୍ଷେତ୍ରର ବ୍ୟାଙ୍କ ଅଫ ବରୋଦା, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ବ୍ୟାଙ୍କ ଅଫ ଇଣ୍ଡିଆ, ଇଣ୍ଡିଆନ ବ୍ୟାଙ୍କ, ଇଣ୍ଡିଆନ ଓଭରସିଜ ବ୍ୟାଙ୍କ ଓ ଏଚଡିଏଫସି ଲିମିଟେଡ ଋଣ ସୁଧହାର ବୃଦ୍ଧି କରିଛନ୍ତି।   ଆଇସିଆଇସିଆଇ ବ୍ୟାଙ୍କ ବଞ୍ଚମାର୍କ ଲେଣ୍ଡିଂ ରେଟ୍ ୮.୧୦ ପ୍ରତିଶତରୁ ଥରକେ ୮,୬୦ ପ୍ରତିଶତ କରିଦେଇଛନ୍ତି। ସେହିପରି ପିଏନବି ୬.୯୦ ପ୍ରତିଶତରୁ ବଢାଇ ୭.୪୦ ପ୍ରତିଶତ କରିଦେଇଥିବା ବେଳେ ବ୍ୟାଙ୍କ ଅଫ ବରୋଦା ମଧ୍ୟ ୭.୪୦ ପ୍ରତିଶତ କରିଦେଇଛନ୍ତି।

{"id":640199,"sizeSlug":"full","linkDestination":"none"}

ତେବେ ରେପୋ ରେଟ ବୃଦ୍ଧି ପୂର୍ବରୁ ଏସବିଆଇ ଲେଣ୍ଡିଂ ହାର ୭.୦୫ ପ୍ରତିଶତ କରିଦେଇଥିଲେ। ଏଥିରେ ଇଣ୍ଡିଆନ ବ୍ୟାଙ୍କ, ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କ ସେମାନଙ୍କ ଋଣ ସୁଧହାର ୭.୭୫ ପ୍ରତିଶତ କରିଦେଇଛନ୍ତି। ଏଥିରେ ବ୍ୟାଙ୍କ ଅଫ ମହାରାଷ୍ଟ୍ର ଋଣ ସୁଧହାରକୁ ୭.୨୦ ପ୍ରତିଶତରୁ ବଢାଇ ୭.୭୦ ପ୍ରତିଶତ ରଖିଛନ୍ତି।

ତେବେ ରେପୋ ହାର ବୃଦ୍ଧି ସହ ବ୍ୟାଙ୍କମାନେ ଋଣ ସୁଧହାର ବୃଦ୍ଧି କରିଥିଲେ ମଧ୍ୟ ଜମା ସୁଧହାର ଅପରିବର୍ତ୍ତିତ ରଖିଛନ୍ତି। ଅଧିକରୁ ଅଧିକ ଲାଭ ପାଇଁ ବ୍ୟାଙ୍କମାନେ ଜମା ସୁଧହାର ବିଳମ୍ବରେ ବୃଦ୍ଧି କରିଥାନ୍ତି। କେବେ କେବେ ଜମା ଉପରେ ଧାର୍ଯ୍ୟ ସୁଧହାର ଠାରୁ ମଧ୍ୟ ବ୍ୟାଙ୍କମାନେ କମ ସୁଧଦେଇଥାନ୍ତି। ଗତ ମେ ମାସରେ ଆରବିଆଇ ଆକଶ୍ମିକ ବୈଠକ କରି ୪୦ ଆଧାର ପଏଣ୍ଟ ବୃଦ୍ଧି କରିଥିବା ବେଳେ ଦୁଇ ମାସ ନ ଯାଉଣୁ ଆଉ ୫୦ ଆଧାର ପଏଣ୍ଟ ବୃଦ୍ଧି କରିଛନ୍ତି। ଫଳରେ ଦେଶରେ ଋଣ ମହଙ୍ଗା ହୋଇଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.