Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

ଏନସିବି ହେପାଜତରେ କଟିଲା ଆର୍ଯ୍ୟନଙ୍କ ରାତି, ହ୍ୱାଟସଆପ୍ ଚାଟ୍ ଯାଞ୍ଚ କରୁଛି ତଦନ୍ତକାରୀ ଟିମ୍

4/10/2021 at 7:40 AM

ମୁମ୍ବାଇ, ୦୪|୧୦:  ଏନସିବି ହେପାଜତରେ କଟିଲା ଆର୍ଯ୍ୟନ ଖାନଙ୍କ ରାତି । ମୁମ୍ବାଇର ହାଇପ୍ରୋଫାଇଲ୍ ଡ୍ରଗ୍ସ ପାର୍ଟି ମାମଲାରେ ଗିରଫ ହୋଇ ଏନସିବି ହେପାଜତରେ ଥିଲେ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କ ସମେତ ୩ ଜଣ । ମୁମ୍ବାଇ କୋର୍ଟ ଆର୍ଯ୍ୟନ ସମେତ ତିନି ଅଭିଯୁକ୍ତଙ୍କୁ ଗୋଟିଏ ଦିନ ପାଇଁ ଏନସିବି ହେପାଜତକୁ ପଠାଇ ଦେଇଥିଲେ । ଏହି ଘଟଣା ପରେ ସଲମାନ ଖାନ ତାଙ୍କୁ ଭେଟିବା ପାଇଁ ଯାଇଥିଲେ ବୋଲି ଜଣାପଡିଛି ।

ବଲିଉଡ୍ ଲିଙ୍କ । ଫଶିଲେ ବାଦଶାହାଙ୍କ ପୁଅ । ସୌଖୀନ ‘କର୍ଡେଲିଆ କ୍ରୁଜ୍ ଏମ୍ପ୍ରେସ୍ ଭାସୁଥିଲା ମୁମ୍ବାଇ ସମୁଦ୍ରରେ । ଆଉ ଡ୍ରଗ୍ସ ପାର୍ଟିରେ ସପ୍ତମ ସ୍ବର୍ଗରେ ଭାସୁଥିଲେ ହାଇପ୍ରୋଫାଇଲ ସେଲେବ୍ରିଟିଙ୍କ ପୁଅ-ଝିଅ । ଯାତ୍ରୀ ବେଶରେ ଜାହାଜରେ ଚଢିବା ପରେ ଅଚାନକ ଛାପା ମାରିଥିଲେ ନାରକୋଟିକ୍ କଣ୍ଟ୍ରୋଲ ବ୍ୟୁରୋ ଅଫିସର୍। ଫିଟି ଯାଇଥିଲା ରେଭ ପାର୍ଟିର ଗୁମର । ନିଷିଦ୍ଧ ନିଶା କରୁଥିବା ଅଭିଯୋଗରେ ଏନସିବି ଗିରଫ କରିଥିବା ୮ଜଣଙ୍କ ଭିତରେ ଅଛନ୍ତି ବଲିଉଡ ଅଭିନେତା ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ୍ । ଏନସିବି ଛାପା ମାରିବା ସମୟରେ, ରେଭ୍ ପାର୍ଟିରେ ଥିଲେ ଆର୍ଯ୍ୟନ । ଗିରଫ ଆଗରୁ ପ୍ରଥମେ ଅଟକ ରଖି ପଚରାଉଚରା କରିଥିଲା ଏନସିବି । ଆର୍ଯ୍ୟନ କହିଥିଲେ, ମୁଁ କ୍ରୁଜ୍‌ରେ ଗେଷ୍ଟ ଥିଲି, ମୋ ନାଁ ବ୍ୟବହାର କରି ଅର୍ଗାନାଇଜର୍ ପାର୍ଟି କରିଥିଲେ । ଅଧିକ ତଦନ୍ତ ପାଇଁ ଏନସିବି ଫୋନ୍ ଜବତ କରି ଯାଞ୍ଚ କରୁଛି। ଅନ୍ୟମାନଙ୍କ ଠାରୁ ଜବତ ହୋଇଥିବା ଫୋନ୍‌ର ହ୍ବାଟସଆପ୍ ‘ଚାଟ୍’କୁ ମଧ୍ୟ ଯାଞ୍ଚ କରାଯାଉଛି ।

ଏନସିବି ଗିରଫ କରିଥିବା ୮ଜଣଙ୍କ ନାଁ ସାମ୍ନାକୁ ଆସିଛି । ଏମାନେ ହେଉଛନ୍ତି- ମୁନମୁନ ଧମେଚା, ନୁପୁର ସାରିକା, ଇସ୍ମିତ ସିଂ, ମୋହକ ଜୟସ୍ବାଲ, ବିକ୍ରାନ୍ତ ଛୋକର, ଗୋମିତ ଚୋପଡା, ଆର୍ଯ୍ୟନ ଖାନ୍ ଏବଂ ଅରବାଜ୍ ମର୍ଚ୍ଚେଣ୍ଟ । ଡ୍ରଗ୍ସ ଏବଂ ବଲିଉଡ୍ ଲିଙ୍କ୍ ପୁଣି ସାମ୍ନାକୁ ଆସିବା ପରେ ହଇଚଇ ଖେଳି ଯାଇଛି । ସୁନିଲ ସେଟ୍ଟୀ କହିଛନ୍ତି, ଛାପା ପଡିବା ବେଳେ ଅନେକ ଲୋକଙ୍କୁ ଅଟକ ରଖାଯାଏ, ଧରି ନିଆଯାଏ ଏମାନେ ସମସ୍ତେ ଡ୍ରଗ୍ସ ନେଇଥିଲେ, କିନ୍ତୁ ତଦନ୍ତ ରିପୋର୍ଟ ଆସିବା ଯାଏଁ ଅପେକ୍ଷା କରିବା ଆବଶ୍ୟକ । ଫିଲ୍ମ ‘ପଠାନ୍’ ସୁଟିଂ ପାଇଁ ଶାହାରୁଖ ସ୍ପେନ୍ ଯିବାର ଥିଲା । ତେବେ ପୁଅ ଏନିସିବି ଛାପାରେ ପଡିବା ପରେ ଶାହାରୁଖ ମଧ୍ୟ ଅଡୁଆରେ ଫସି ଯାଇଛନ୍ତି ।

   Related Posts