ପୁଅ ସହ ଭିଡିଓ କଲ୍‌ରେ କଥା ହେଲେ ଶାହାରୁଖ ଓ ଗୌରୀ

Published By : Prameya-News7 Bureau | October 15, 2021 IST

ନୂଆଦିଲ୍ଲୀ ୧୫।୧୦ : କ୍ରୁଜ୍‌ ଡ୍ରଗ୍ସ ମାମଲାରେ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଗିରଫ କରାଯାଇଛି। ଆର୍ଯ୍ୟନଙ୍କର ଅସୁବିଧା ଥମିବାର ନାଁ ଧରୁ ନାହିଁ। ଗତ କାଲି ଜାମିନ୍‌ ଶୁଣାଣି ତାଙ୍କର ସ୍ଥଗିତ ରଖା ଯାଇଛି । ଯାହା ଅକ୍ଟୋବର ୨୦କୁ ଘୁଞ୍ଚି ଯାଇଛି । ଏଥି ସହ ବର୍ତ୍ତମାନ ତାଙ୍କୁ ଆର୍ଥର ଜେଲର ସାଧାରଣ ସେଲକୁ ନିଆଯାଇଛି । ଏହାରି ମଧ୍ୟରେ କୁହା ଯାଇଛି କି ଆର୍ଯ୍ୟନ୍‌ ଜେଲ୍‌ରେ ତାଙ୍କ ବାପା –ମାଆଙ୍କ ସହ ଭିଡିଓ କଲ୍‌ ରେ କଥା ହୋଇଛନ୍ତି ।

ତେବେ ଆର୍ଯ୍ୟନ୍‌ ଆର୍ଥର ଜେଲ୍‌ରେ ରହିବା କିଛିଦିନ ବିତି ଗଲାଣି । ଏହାରି ମଧ୍ୟରେ ଶାହାରୁଖ ଓ ଗୌରୀ ତାଙ୍କ ସ୍ବାସ୍ଥ୍ୟ ବିଷୟରେ ଜେଲ୍‌ ଅଧିକାରୀଙ୍କ ଠାରୁ ପଚରାଉଚୁରା କରୁଛନ୍ତି । କିନ୍ତୁ ଏବେ ଖବର ଆସିଛି ଯେ ଆର୍ଯ୍ୟନ୍‌ ତାଙ୍କ ବାପା ମାଆ ତଥା ଶାହାରୁଖ ଓ ଗୌରୀଙ୍କ ସହ ଭିଡିଓ କଲ୍‌ରେ କଥା କରା ଯାଇଛି। କାରଣ ଏହା ମହାମାରୀ କରୋନା ଯୋଗୁଁ ଏହି ନିୟମ କରା ଯାଇଛି । କଏଦୀଙ୍କ ସହ ସପ୍ତାହରେ ୨ ଥର ଭିଡିଓ କଲ୍‌ରେ ଘରର ସଦସ୍ୟଙ୍କ ସହ କଥା କରା ଯାଇପାରିବ । ଅନ୍ୟପଟେ ଜେଲ୍‌ରେ କଏଦୀମାନଙ୍କ ପାଇଁ ମୋବାଇଲ ଫୋନ୍ ଉପଲବ୍ଧ କରାଯାଇଛି। ଯାହା ମାଧ୍ୟମରେ ଭିଡିଓ କଲ୍‌ ହୋଇ ପାରିବେ। ଆର୍ଯ୍ୟନଙ୍କୁ ଆର୍ଥର ରୋଡ୍‌ ଜେଲ୍‌ରେ କଏଦୀ ନମ୍ବର ମଧ୍ୟ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.