ଏମିତି ଚାଲିଥିଲା ରେଭ୍ ପାର୍ଟି, ଠିକ୍ ସମୟରେ ଝାମ୍ପ ମାରିଥିଲା ଏନସିବି

Published By : Prameya-News7 Bureau | October 04, 2021 IST

ମୁମ୍ବାଇ ୦୪/୧୦: ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ବର୍ତ୍ତମାନ ଏନସିବି ଅଧୀନରେ। ମୁମ୍ବାଇରୁ ଗୋଆ ଅଭିମୁଖେ ଯାତ୍ରା କରୁଥିବା କ୍ରୁଜ୍ ରେ ରେଭ୍ ପାର୍ଟି ବେଳେ ଏନସିବି ଚଢାଉ କରିଥିଲା। ଏନସିବି ଆର୍ଯ୍ୟନ ଖାନଙ୍କ ସମେତ ୮ ଜଣଙ୍କୁ ଗିରଫ କରିଥିଲା। ଆଜି କୋର୍ଟରେ ଶୁଣାଣି ହେବ ଯେଉଁଠାରେ ଆର୍ଯ୍ୟନଙ୍କ ଓକିଲ ସତୀଶ ମନେଶିନ୍ଦ ତାଙ୍କ ଜାମିନ ଆବେଦନ କରିବେ।

wp:html
/wp:html

କୋର୍ଟର ଶୁଣାଣି ପୂର୍ବରୁ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯାହାକୁ ନେଇ ଏହା କୁହାଯଉଛି ଯେ ଏହା ସେହି ପାର୍ଟିର ଭିଡିଓ ଯେଉଁଠାରୁ ଶାହରୁଖଙ୍କ ପୁଅ ଆର୍ଯ୍ୟନଙ୍କୁ ଗିରଫ କରାଯାଇଥିଲା। ଏହି ଭିଡିଓକୁ ମାନଭ ମଙ୍ଗଲାନି ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି ଯେଉଁଥିରେ ଅନେକ ଲୋକ କ୍ରୁଜରେ ପାର୍ଟି କରୁଥିବା ନଜର ଆସିଛନ୍ତି। ଭିଡିଓରେ ବିଭିନ୍ନ ଫ୍ଲୋର୍ ଦେଖିବାକୁ ମିଳିଛି ଯେଉଁଠାରେ ଲୋକମାନେ ମ୍ୟୁଜିକ୍ ଏବଂ ଡ୍ୟାନ୍ସ ଏଞ୍ଜଏ କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.